ଇସ୍ୱର୍ ବାଚ୍ଲା ଇସ୍ରାଏଲ୍
1ଅୟିଲେକ୍ ହେଁ, ଏ ମର୍ ଦାସ୍ ଜାକୁବ ଆର୍ ମୁୟ୍ ବାଚ୍ଲା ଇସ୍ରାଏଲ୍ ସୁଣ୍; 2ଜେ ତକେ ଗଃଳ୍ଲା ଆର୍ ଗଃର୍ବେ ତକେ ହାଜ୍ଲା, ଜେ ତର୍ ଉହ୍କାର୍ କଃରେଦ୍, ସେ ଇସ୍ୱର୍ ଇ କଃତା କଃଉଁଲା; ଏ ମର୍ ଦାସ୍ ଜାକୁବ, ଏ ମର୍ ବାଚ୍ଲାର୍ ଜିସ୍ରୁଣ୍, ଡିର୍ନାୟ୍। 3କାୟିତାକ୍ବଃଲେକ୍ ମୁଁୟ୍ ଦେସାର୍ ଲକେ ହାଣି ଆର୍ ସୁକ୍ଲା ବୁୟେଁ ହାଣି ନାଳ୍ ଡାଳିନ୍ଦ୍; ମୁଁୟ୍ ତର୍ ବଃଉଁସ୍ ଉହ୍ରେ ନିଜାର୍ ଆସିର୍ବାଦ୍ ଆର୍ ତର୍ ହିଲାମଃନାର୍ ଉହ୍ରେ ନିଜାର୍ ଆତ୍ମା ଡାଳିନ୍ଦ୍। 4ତଃବେ ସେମଃନ୍ ଜଃର୍ନିଆ ହାଣି ଲଃଗେ ବାଇସ୍ ନାଉଁଆର୍ ଗଃଚ୍ ହର୍ ରଃନ୍ ବିତ୍ରେ ଆକରେଦ୍। 5ଗଟେ ଲକ୍ କୟ୍ଦ୍, ଅଃମି ମାପୁର୍ ଇସ୍ୱରାର୍ ; ବିନ୍ ଲକ୍ ଜାକୁବ ନାଉଏଁ ନିଜ୍କେ ନାଉ ହୁଟା କଃରେଦ୍; ଆରେକ୍ ଗଟ୍ ଲକ୍ ଇସ୍ୱରାର୍ ଗିନେ ନିଜାର୍ ଆତେ ଲେକେଦ୍ ଆର୍ ଇସ୍ରାଏଲ୍ କୁଳ୍ ନାଉଁଏ ନିଜ୍ କେଏ ନାଉ ହୁଟା କଃରେଦ୍। 6ଇସ୍ୱର୍ ଇସ୍ରାଏଲାର୍ ରଃଜା ଆର୍ ତାର୍ ମୁକ୍ତିକାରି ସଃୟ୍ନ୍ମୁଳିକା ଇସ୍ୱର୍ ଇ କଃତା କଃଉଁଲା; ମୁଁୟ୍ ଆରୁମ୍ ଆର୍ ମୁଁୟ୍ ସେସ୍ ଆର୍ ମକେ ଚାଡି ଇସ୍ୱର୍ ନାୟ୍। 7ମୁଁୟ୍ ସେ ହଃର୍ତୁ ଲକେ ତାହୁନ୍ କଃଲା ସଃମୟେ ହୁଣି ମର୍ ହର୍କେ କୁଦେଦ୍ ଆର୍ ସେରି ଦଃକାୟ୍ ଦଃୟ୍ଦ୍ ଆର୍ ମର୍ ହାୟ୍ଁ ସେରି ସଃଜାଳେଦ୍? ଆର୍ ଜୁୟି ଜୁୟ୍ରି ବେଗି ଆର୍ ଗଃଟେଦ୍,ସେରି ସେମଃନ୍ ଜାଣାଉତ୍। 8ତୁମି ମଃନ୍ ଡିରି ଜାହାନାୟ୍; ମୁଁୟ୍ ହୁର୍ବେ ତୁମାର୍ ତଃୟ୍ ଦଃକାୟ୍ ନଃକେରି ଆର୍ ତୁମିକେ ଜାଣାୟି ନଃକେରି? ତୁମିମଃନ୍ ମର୍ ସାକି। ମର୍ ବିନା ଆର୍ କେଏ ଦେଉତା ଆଚ୍ତି? କୁୟି ହଃର୍ବାତ୍ନାୟ୍; ମୁଁୟ୍ କାକେ ଜାଣି ନଃକେରି। 9ଜୁୟ୍ମଃନ୍ କଦିକଃରି ମୁର୍ତି ତିଆର୍ କଃର୍ତି, ସେ ସଃବୁଲକ୍ କଃରାପ୍ ଆର୍ ସେମଃନାର୍ ସୁନ୍ଦୁର୍ ବିସୟ୍ ଉହ୍କାରାର୍ ନୟ୍; ସେମଃନ୍ ଜଃନ୍କଃରି ଲାଜ୍ହାଉତି, ଇତାକେ ସେମଃନାର୍ ସାକିମଃନ୍ ଦଃକି ନଃକେର୍ତି କି ନଃଜାଣ୍ତି।


