ମୁର୍ତି ହୁଜା ଲାଜାର୍ ବିସୟ୍
10ଜୁୟି କାୟି ବିସୟ୍ ହେଁ ଉହ୍କାରାର୍ ନାୟ୍, ଇ ରଃକମ୍ ମାପୁର୍ କେଏ, ତିଆର୍କଃଲା ଆଚେ, ଆର୍ କଃଣ୍ଲା ମୁର୍ତି ଚଃଚେ ଡାଳି କଃରି ଆଚେ 11ଦଃକା ତାର୍ବାଟ୍ ଅଃଉତା ସଃବୁଲକ୍ ଲାଜ୍ହାଉତି; ଆର୍ ତିଆର୍ କଃରୁମଃନ୍ ମାନାୟ୍ ମଃତର୍; ସେ ସଃବୁଲକ୍ ଗଟେତଃୟ୍ ଅଃଉଅତ୍, ସେମଃନ୍ ଟିଆ ଅଃଉଅତ୍; ସେମଃନ୍ ବିବ୍କି ଜାତି, ସେମଃନ୍ ଅଃକାବଃଳ୍ ଲାଜ୍ହାଉତି। 12କାମାର୍ ଲଃଉଆ ଅଃସ୍ତର୍ ହାଜିକଃରି ତଃହ୍ଲା ଇଙ୍ଗ୍ରାୟ୍ କାମ୍କଃରେଦ୍ ଆର୍ ମୁଟ୍ଲାୟ୍ ସେରି ହିଟି ନିଜାର୍ ଆତେ ସେରି ତିଆର୍ କଃଲେକ୍ ହେଁ, ସେ ବୁକ୍ମଃରେଦ୍ ଆର୍ ବଃଳ୍ ଉଣା ଅୟ୍ଦ୍, ସେ ହାଣି ନଃକାୟ୍କଃରି ତାକି ଜାୟ୍ଦ୍। 13ସୁତା ଦଃର୍ତା ଲକ୍ ସୁତା ଟାଣେଦ୍; ସେ ସିନ୍ଦୁର୍ ସଃଙ୍ଗ୍ ଚିନ୍କଃରେଦ୍, ସେ ରନ୍ଦା ବୁଲାୟ୍ ରୁହ୍ ଦଃୟି ଚିନା କଃରେଦ୍ ଆର୍ ଗଃରେ ବାସ୍ କଃରାଉଁକେ ମାନାୟ୍ ହର୍ ସୁନ୍ଦୁର୍ ହଃର୍କାରେ ସେରି ତିଆର୍ କଃରେଦ୍। 14ସେ ନିଜାର୍ ଗିନେ ଏରସ୍ ଗଃଚ୍ କାଟେଦ୍, ତର୍ସା ଆର୍ ଅକ୍ଗଃଚ୍ ନଃୟ୍ଦ୍, ସେ ବଃନାର୍ ଗଃଚ୍ବିତ୍ରେ ଗଟେକ୍ ଗଃଚ୍ ନିଜାର୍ ହାଁୟ୍ ବାଡାୟ୍ଦ୍ କଃରେଦ୍, ସେ ଦେବଦାରୁ ଗଃଚ୍ ରହେଦ୍ ଆର୍ ବଃର୍ସା ସେରି ବାଡାୟ୍ଦ୍। 15ଇତାର୍ହଃଚ ସେରି ମାନାୟ୍ର୍ ଜୟ୍ ଲାଗାଉତା ଦାରୁ ଅୟ୍ଦ୍; ସେ ସେତିର୍ ଅଃଳକ୍ ନଃୟ୍ ଜୟେ ସୁକାୟ୍ଦ୍; ସେ ସେରି ଜୟ୍ ଲାଗାୟ୍ ରୁଟି ତିଆର୍ କଃରେଦ୍; ଆରେକ୍ ଗଟେକ୍ ଦେଉତା କଃରି ହୁଜା କଃରେଦ୍; ସେ ଗଟେକ୍ ମୁର୍ତି ହାଜି ତାର୍ ଆଗେ ମୁଣ୍ଡିଆ ମାରେଦ୍। 16ସେ ସେତିର୍ ଗଟେ ବାଗ୍ ଜୟେ ହଡାୟ୍ଦ୍; ବିନ୍ବାଗେ ସେ ମାସ୍ ହଡାୟ୍କଃରି କାୟ୍ଦ୍ ରାନ୍ଦି କାୟ୍କଃରି ସଃଲ୍ମତ୍ ଅୟ୍ଦ୍, ଆରେକ୍ ସେ ଜୟେ ଚେକି କୟ୍ଦ୍, ବାବ୍ରେ ଅଃମି ଉସୁମ୍ ଅୟ୍ଲୁ ଅଃମି ଜଃୟ୍ ଦଃକୁଲୁ। 17ଆର୍ ସେ ସେତିର୍ ସଃରାସଃରି ଗଟେକ୍ ଦେବ୍ତା ନିଜାର୍ କଦିକଃରି ଗଟେକ୍ ମୁର୍ତି ତିଆର୍ କଃରେଦ୍; ସେ ତାର୍ ଆଗେ ଟିଅୟ୍କଃରି ହୁଜା କଃରେଦ୍ ଆର୍ ତାର୍ ଚଃମେ ପାର୍ତନା କଃରି କୟ୍ଦ୍, ଅଃମିକେ ରଃକ୍ୟାକଃର୍ ତୁୟ୍ ଅଃମାର୍ ଦେଉତା। 18ସେମଃନ୍ ଜାଣି ନଃକେର୍ତି, କି ବାବି ନଃକେର୍ତି, କାୟିତାକ୍ବଃଲେକ୍ ସେମଃନ୍ ଜଃନ୍କଃରି ଦଃକୁ ନାହାର୍ତି, ଇତାକେ ସେମଃନାର୍ ଆକି ଆର୍ ସେମଃନ୍ ଜଃନ୍କଃରି ବୁଜୁ ନାହାର୍ତି ସେତାକେ ସେମଃନ୍ ବୁଜୁହାର୍ତା ସଃକ୍ତି ସେ ବଃନ୍ଦ୍କଃରି ଆଚେ। 19କେ ମଃନେ କଃରୁନାହାରେ କି ଇରି କଃଉଁକେ କାର୍ ଗିଆନ୍ କି ବୁଦି ନାୟିଜେ ଜୁୟ୍ରିକି ଗଟେ ବାଗ୍ନଃୟ୍ ଅଃମି ଜୟେ ହଡାୟ୍ ଆଚୁ ଆର୍ ଜୟ୍ ଲାଗ୍ତା ଇଙ୍ଗ୍ରା ନଃୟ୍ ରୁଟି ତିଆର୍ କଃରି ଆଚୁ ଆର୍ ମାସ୍ ରାନ୍ଦି କଃରି କାୟି ଆଚୁ, ସେତିର୍ ସଃରାସଃରି ନଃୟ୍ କି ଗୁର୍ନା ଜିନିସ୍ ତିଆର୍ କଃରୁଆଁ? ଅଃମି କି ଗଟେକ୍ କୁଟ୍ ଆଗେ ଟିଆ ଅଃଉଁଆ। 20ସେ ଚାର୍ କାୟ୍ଦ୍; ସେ ଜଃନ୍କଃରି ନିଜାର୍ ଜିବନ୍ ରଃକ୍ୟା କଃରୁ ନଃହାରେ, କି ମର୍ କାତାଆତେ ମିଚ୍ନାୟ୍, ଇରି କଃଉଁ ନାହାରେ, ଇତାର୍ ଗିନେ ବୁଲ୍ବାବ୍ନା ତାକେ ବିନ୍ବାଟ୍ ନଃୟ୍ଆଚେ।


