କରସ୍କେ ଇସ୍ୱର୍ ବାଚ୍ଲା
1ଇସ୍ୱର୍ ନିଜାର୍ ଆସିର୍ବାଦ୍ ଦିଲାଲକାର୍, ବଃଲେକ୍ କରସ୍ ବିସୟ୍ ଇ କଃତା କଃଉଁଲା, ମୁୟି ତାର୍ ମୁୟେଁ ନାନା ଗସ୍ଟିକେ ଆରାଉତା ଗିନେ ତାର୍ କାତାଆତ୍ ଦଃରିଆଚି ଆର୍ ମୁୟି ରଃଜାମଃନାର ଅଃଟାବାନ୍ଦୁଣ୍ ଇଟାୟିନ୍ଦ୍; ମୁୟି ତାର୍ ମୁଆଟିଏ କଃହାଟ୍ମଃନ୍ ଉଗାଡ଼ିନ୍ଦ୍ ଆର୍ ଗଃଳ୍ ସଃବୁ ବଃନ୍ଦ୍ ନୟ୍ 2ମୁୟ୍ ତୁମାର ଆଗେ ଆଗେ ଜାୟ୍ନ୍ଦ୍, କାଲ୍ ଡେପ୍ ସଃବୁ ସଃମାନ୍ କଃରିନ୍ଦ୍; ମୁୟି ହିତୁଳ୍ କାହାଟ୍ ସଃବୁ ବାଙ୍ଗି କଃଣ୍ଡ୍କଃଣ୍ଡ୍ କଃରିନ୍ଦ୍ ଆର୍ ଲଃଉଆର୍ ଅଃର୍ଗେଳା କାଟି ହଃକାୟିନ୍ଦ୍ 3ଆର୍ ମୁଁୟ୍ ଅଃନ୍ଦାର୍ ବିତ୍ରାର୍ ଦଃନ୍ ବଃଣ୍ଡାର୍ ଆର୍ ଗୁପ୍ତ ଜଃଗାୟ୍ ରିଲା ଦଃନ୍ ସଃବୁ ତୁମିକେ ଦଃୟ୍ନ୍ଦ୍, ତଃବେ ତୁମାର ନାଉ ଦଃରି କୁଦ୍ଲା ଲକ୍ ମୁଁୟ୍ ଜେ ଇସ୍ୱର୍ ଇସ୍ରାଏଲାର୍ ଇସ୍ୱର୍ ମୁଁୟ୍ ଇରି ତୁମି ଜାଣୁ ହାରାସ୍ 4ମର୍ ଦାସ୍ ଜାକୁବ ଆର୍ ମର୍ ବାଚ୍ଲାର୍ ଇସ୍ରାଏଲ୍ ଗିନେ ମୁଁୟ୍ ତର୍ ନାଉ ଦଃରି କୁଦି ଆଚି; ତୁମି ଅଃମିକେ ନଃଜାଣ୍ଲେକ୍ ହେଁ ମୁଁୟ୍ ତକେ ହଃଦ୍ ଦଃୟ୍ଆଚି। 5ମୁଁୟ୍ ଇସ୍ୱର୍, ଆରେକ୍ ମକେ ଚାଡି କେଏ; ତୁମି ମକେ ନଃଜାଣ୍ଲେକ୍ ହେଁ, ମୁୟ୍ଁ ତୁମିକେ ବଃଳ୍ ଦେଉଁଲେ। 6ତଃବେ ମକେ ଚାଡି କେହେଁ ନାୟ୍, ଇରି ଉଦ୍ୟାନ୍ ବାଟ୍ତଃୟ୍ ହୁଣି ପଚିମ୍ ଦିଗ୍ ହଃତେକ୍ ଲକ୍ ଜାଣ୍ତି; ମୁଁୟ୍ ଜୁଗ୍ଜୁଗାର୍ ଇସ୍ୱର୍ ଆର୍ ମକେ ଚାଡି କେହେଁ ନାୟ୍। 7ମୁଁୟ୍ ଦିନ୍ ହାଜ୍ଲେ ଆର୍ ମୁଁୟ୍ ଅଃନ୍ଦାର୍ ଉବ୍ଜାଣ୍ କଃଲେ, ମୁଁୟ୍ ସୁସ୍ତା ତାହୁନ୍କାରି; ମୁଁୟ୍ ଅନିସ୍ଟ ଉବ୍ଜାଣ୍କାରି; ମୁୟ୍ ଇସ୍ୱର୍ ଇରିମଃନ୍ ସାଦୁନ୍ କଃରିନ୍ଦ୍ 8ହେଁ ଅଃଗାସ୍ ମଃଣ୍ଡଳ୍ ତୁମିମଃନ୍ ଉହ୍ରେହୁଣି ବଃର୍ସା କଃରା, ମେଗ୍ମାଳା ନ୍ୟାୟ୍ ବଃର୍ସା କଃର୍; ଜଃନ୍କଃରି ମୁକ୍ତି ଜାତ୍ ଅୟ୍ଦ୍, ସେତାକ୍ ହୁର୍ତିବି ବଃସମ୍ ଅଃଉଅ ଆର୍ ଦଃର୍ମିକେ ଗଟେତଃୟ୍ ଗଃଜା କଃରାଅ; ମୁଁୟ୍ ଇସ୍ୱର୍ ଇରି ଜାତ୍ କଃରିଆଚି।


