ଉବ୍ଜାଣ୍ କାରି ଇସ୍ୱର୍ ଆର୍ ଇତିହାସ୍
9ଜେକି ନିଜାର ଉବ୍ଜାଣ୍କାରି ସଃଙ୍ଗ୍ ବିରଦ୍ କଃରେଦ୍, ସେ ଦଃଣ୍ଡାର୍ ଜୟିଗ୍, ହୁର୍ତିବିୟେ ଜିକ୍ରା ବିତ୍ରେ ଗଟେକ୍ ଜିକ୍ରା ମଃତର୍, ମାଟି ତାର୍ ଗଃଳ୍ତା ଲକେ କୟ୍ଦ୍ କି? ତୁୟ୍ କାୟିରି ଗଃଳୁଲିସ୍ କି? କୁମ୍ବାର୍କାମ୍ କାୟିରି କଃରେଦ୍, ତାର୍ ଆତ୍ ନାୟ୍ କି? 10ଏ ଜେ ଉବାସିକେ କୟ୍ଦ୍, ତୁୟ୍ କାୟିରି ଜଃଲମ୍ ଦେଉଁଲିସ୍ କି? ଆୟ୍ସିକେ କୟ୍ଦ୍, ତୁୟ୍ କାୟିରି ଜଃଲମ୍ କଃରୁଲିସ୍? ସେ ନାସ୍ ଅଃଉତା ଜୟିଗ୍। 11ଇସ୍ୱର୍ ଇସ୍ରାଏଲାର୍ ପବିତ୍ର ଇସ୍ୱର୍ ଆର୍ ତାର୍ ଉବ୍ଜାଣ୍କାରି ଇରି କଃଉଁଲା, ଆସ୍ତା ଦିନାର୍ ଗଃଟ୍ଣା ବିସୟ୍ ମକେ ହଃଚାରା; ତୁମିମଃନ୍ ଅଃମାର୍ ହିଲାମଃନାର୍ ବିସୟେ ଆର୍ ମର୍ ଆତ୍ ତିଆର କଃଲା ବିସୟେ ମକେ ଆଦେସ୍ ଦିଆ 12ମୁଁୟ୍ ହୁର୍ତିବି ଆର୍ ସେତି ମାନାୟ୍କେ ଉବ୍ଜାଣ୍ କଃରିଆଚି। ମର୍ ଆତ୍ ଅଃଗାସ୍ ମଃଣ୍ଡଳ୍ ଚାରିହାକ୍ ଅୟ୍ଆଚେ ଆର୍ ସେତିର୍ ସଃବୁ ବିସୟ୍କେ ମୁଁୟ୍ ଆଦେସ୍ ଦଃୟ୍ଆଚି। 13ମୁଁୟ୍ ସଃକ୍ତିୟେ ଜାତ୍ କଃରିଆଚି ଆର୍ ମୁଁୟ୍ ତାର୍ ସଃବୁବାଟ୍ ସଃଳ୍କ୍ କଃରିନ୍ଦ୍; ସେ ଅଃମାର୍ ବଃସ୍ତି ତିଆର୍ କଃରେଦ୍ ବଃନ୍ବାସ୍ ଅୟ୍ଲା ଲକ୍ମଃନ୍କେ ଚାଡିଦଃୟିଦ୍, ମଲ୍ ଦେତାର୍ ନାୟ୍ କି ପୁରିସ୍କାର୍ ଗିନେ ନାୟ୍ ଇରି ମାପୁର୍ କଃଉଁଲା।


