ଇସ୍ରାଏଲାର୍ ମଃନ୍ ପେରଣ୍
1ଏ ଇସ୍ରାଏଲ୍ନାଉଁୟେ ଡାକ୍ହୁଟା ଆର୍ ଜିଉଦାର୍ ହାଣି ବଃନ୍ଦେ ହୁଣି ଜାତ୍ ଜାକୁବ ବଃଉଁସ୍, ତୁମିମଃନ୍ ଇ କଃତା ସୁଣା; ତୁମିମଃନ୍ ଇସ୍ୱରାର୍ ନାଉଁୟେ ସଃୟ୍ତ୍ କଃରୁଲାସ୍ ଆର୍ ଇସ୍ରାଏଲାର୍ ମାପୁର୍ ନାଉଁୟେ ସେବା କଃରୁଲାସ୍ ମଃତର୍ ସଃତେ କି ଦଃର୍ମି ବାବେ ନାୟ୍। 2କାୟିତାକ୍ବଃଲେକ୍ ନିଜ୍କେ ପବିତ୍ର ଗଃଳାର୍ ଲକ୍ ବଃଲି ଡାକ୍ହୁଟାୟିଦ୍ ଆର୍ ଇସ୍ରାଏଲାର୍ ଇସ୍ୱର୍ ଉହ୍ରେ ଆସ୍ର କଃର୍ତି; ତାର୍ ନାଉ ସଃୟିନ୍ମୁଳିକା ଜୁଗ୍ଜୁଗାର୍ ଇସ୍ୱର୍। 3ମୁଁୟ୍ ହୁର୍ବ୍କାଳାର୍ କଃତା ହୁର୍ବ୍କାଳେ ହୁଣି କୟ୍ଆଚି, ସେରି ମର୍ଟଣ୍ଡେ ହୁଣି ବାରୟ୍ଲି ଆର୍ ସେରି ମୁଁୟ୍ କୟିଲେ; ମୁଁୟ୍ ସେରି କଃଲେ ଆର୍ ହଃଟାତ୍ ଗଃଟ୍ଲି। 4ତୁମି ଅଃମାନ୍ୟା, ତର୍ ଗଃଳା ଲଃଉଆ ନଃଳା ଆର୍ ତର୍ କଃହାଳ୍ ହିତୁଳ୍ ହର୍ ବଃଲି ମୁଁୟ୍ ଜାଣ୍ଲେ। 5ଇତାକେ ଆଗେ ହୁର୍ବେ ହୁଣି କୟିଲେ; ସେରି ଗଃଟ୍ତା ଆଗ୍ତୁ ସେରି ଜାଣାୟ୍ଲେ ନୟ୍ଲେକ୍ ତୁମି କୟ୍ଲାସ୍ ହୁଣି, ଅଃମାର୍ ଦେଉତା ଇରି କଃରି ଆଚେ, ଅଃମାର୍ କଦି କଃରି କଃଲାର୍ ଆର୍ ଚଃଚେ ଡାଳାୟ୍ କଃରି କଃଲା ମୁର୍ତି ଇରି କଃରିଆଚେ। 6ତୁମି ସୁଣି ଆଚାସ୍; ଇରିମଃନ୍ ଦଃକା ଆର୍ ତୁମିମଃନ୍ କି କୟ୍ ନଃକେରାସ୍? ସେ ସଃମୟେ ହୁଣି ମୁଁୟ୍ ତୁମିକେ ନଃଉଆ ବିସୟ୍, ବଃଲେକ୍ ତୁମାର୍ ନଃଜାଣ୍ତା ଗୁପ୍ତ ବିସୟ୍ ଦଃକାୟ୍ଆଚି। 7ସେରିମଃନ୍ ହୁର୍ବ୍କାଳେ ହୁଣି ନୟ୍, ମଃତର୍ ଅଃବେ ଉବ୍ଜାଣ୍ଅୟ୍ଲି; ଆଜି ଦିନାର୍ ହୁର୍ବେ ତୁମି ସେରି ସୁଣି ନଃକେରାସ୍; ନୟ୍ଲେକ୍ ଦଃକା, ଅଃମି ସରି ସଃବୁ ଜାଣିରିଲୁ ବଃଲି କୟ୍ଲାସ୍ ହୁଣି। 8ବାୟ୍ଦ୍ରେ ତୁମି ସୁଣି ନଃକେଲାସ୍; ହୁର୍ବେ ତୁମାର୍ କାନ୍ ମୁକ୍ତି ଅୟ୍ନଃରିଲି; ତୁମି ଜେ ବେସି ଜଃଟ୍ଲାସ୍ ଆର୍ ଗଃର୍ବେ ହୁଣି ଅଃଦଃର୍ମି ବଃଲି ଡାକ୍ ହୁଟିରିଲାସ୍, ଇରି ମୁୟ୍ଁ ଜାଣ୍ଲେ। 9ମୁଁୟ୍ ଜଃନ୍କଃରି ନାସ୍ ନଃକେରି ଇତାକେ ମୁଁୟ୍ ନିଜାର୍ ନାଉଁଆର୍ ଗିନେ ନିଜାର୍ ରିସା ତେବାୟ୍ନ୍ଦ୍ ଆର୍ ନିଜାର୍ ଜଃଜ୍ମାନ୍ ଗିନେ ଜାଗିନ୍ଦ୍। 10ଦଃକା ମୁଁୟ୍ ତୁମିକେ ନିର୍ମୁଳ୍ କଃରି ଆଚି, ମଃତର୍ ରୁହା ହର୍ ନୟ୍; ମଃତର୍ ଦୁକ୍ ହର୍ ଉମାୟ୍ ଜୟେ ବାଚି ଆଚି। 11ମୁଁୟ୍ ନିଜାର୍ ଗିନେ ନିଜାର୍ ଗିନେ ହଃକା ସେରି କଃରିନ୍ଦ୍; କାୟିତାକ୍ବଃଲେକ୍ ମର୍ ନାଉ କାୟି କଃରୁକେ ବିଟାଳ୍ ଅୟ୍ଦ୍? ଆରେକ୍ ମୁଁୟ୍ ନିଜାର୍ ଜଃଜ୍ମାନ୍ ବିନ୍ ଲକେ ଦେଉଁ ନଃଚି।


