ଇସ୍ୱରାର୍ ଚଃମେ ଅଃଉତାର୍
1ତୁମିମଃନାର୍ ବିତ୍ରେ ଜୁଜ୍ ଆର୍ ଲାଗାଜଳା କୁୟ୍ତିହୁଣି ଅୟ୍ଦ୍ ? କାୟି ତୁମିମଃନାର୍ ଗଃଗାଳାର୍ ଅଃଙ୍ଗ୍ମଃନାର୍ ବିତ୍ରେ ଜୁଜ୍ କଃର୍ତାର୍ ସୁକାର୍ ଇଚା ତଃୟ୍ହୁଣି ନୟ୍ ? 2ବଲେକ୍ ତୁମିମଃନ୍ ଜାୟ୍ରି ହାଉଁକେ ଇଚା କଃରି ରିଆସ୍, ମଃତର୍ ସେରି ହାଉଁ ନଃହାର୍ଲେକ୍; ତୁମିମଃନ୍ ଅଃତ୍ୟା କଃରୁକେ ତିଆର୍ ଅଃଉଁଲାସ୍, ଜାୟ୍ରି ହାଉଁକେ ତୁମାର୍ ଜଃବର୍ ଇଚା ଅୟ୍ଦ୍, ସେରି ନଃହାୟ୍ଲେକ୍ ତୁମିମଃନ୍ ଲାଗାଜଳା ଆର୍ ଜୁଜ୍ କଃରାସ୍ । ତୁମିମଃନ୍ ଇଚା କଃଲା ବିସୟ୍ ନଃହାଉଆସ୍, କାୟିତାକ୍ବଃଲେକ୍ ତୁମିମଃନ୍ ଇସ୍ୱର୍କେ ମାଗି ନଃରିଆସ୍ । 3ତୁମିମଃନ୍ ମାଗି ରିଆସ୍, ମଃତର୍ ନଃହାଉଆସ୍, କାୟିତାକ୍ବଃଲେକ୍ ଅଃହ୍ଣା ଅଃହ୍ଣାର୍ ସୁକାର୍ ଗିନେ କଃରାପ୍ କାମାର୍ ଗିନେ ମାଗି ରିଆସ୍ । 4ଏ ଦାରିଆ ଲକ୍ମଃନ୍, ଜଃଗତ୍ ସଃଙ୍ଗ୍ ମିତ୍ର ଅୟିଲେକ୍, ଇସ୍ୱରାର୍ ସଃତ୍ରୁ ଅଃଉଁକେ ଅୟ୍ଦ୍, ଇରି କାୟି ନଃଜାଣାସ୍ ? ବଃଲେକ୍ ଜୁୟି ଲକ୍ ଜଃଗତାର୍ ମିତ୍ର ଅଃଉଁକେ ମଃନ୍ କଃରେଦ୍; ସେ ଅଃହ୍ଣାକ୍ ଇସ୍ୱରାର୍ ସଃତ୍ରୁ ବଃଲି ଜାଣାୟି ଅୟ୍ଦ୍ । 5କି ତୁମିମଃନ୍ କାୟି ଦଃର୍ମ୍ ସାସ୍ତରେ ଇ କଃତାକ୍ ହଲ୍ୟା ବଃଲି ମଃନେ ବାବୁଲାସ୍, ଜୁୟି ଆତ୍ମାକେ ଇସ୍ୱର୍ ଅଃମିମଃନାର୍ ବିତ୍ରେ ବାସା କଃରୁକେ ଦଃୟ୍ଆଚେ, ସେ ଅଃମିମଃନ୍କେ ହୁରାହୁରି ଅଃଦିକାର୍ କଃରୁକେ ବଃଡେ ମଃନ୍ କଃରୁଲା । 6ମଃତର୍ ଇସ୍ୱର୍ ହେଁ ଅଃଦିକ୍ ଦଃୟା କଃରେଦ୍; ଇତାକ୍ ସାସ୍ତରେ ଲେକାଆଚେ, “ଇସ୍ୱର୍ ଆକାରିମଃନ୍କେ ବିରଦ୍ କଃରେଦ୍, ମଃତର୍ ଦିର୍ସୁସାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।”
7ତଃବେ ତୁମିମଃନ୍ ଇସ୍ୱରାର୍ ତଃଳେ ନିଜ୍କେ ସଃହ୍ରି ଦିଆସ୍, ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍, ତଃନ୍ଅୟ୍ଲେକ୍ ସେ ତୁମାର୍ ତଃୟ୍ହୁଣି ହଃଳାୟ୍ ଜାୟ୍ଦ୍ । 8ଇସ୍ୱରାର୍ ଚଃମେ ଆସା, ତଃବେ ସେ ତୁମିମଃନାର୍ ଚଃମେ ଅୟ୍ଦ୍ । ଏ ହାହିମଃନ୍, ତୁମିମଃନାର୍ ଆତ୍ ନିର୍ମୁଳ୍ କଃରା, ଆରେକ୍ ଏ ଦୁୟ୍ ମଃନ୍ୟାମଃନ୍, ତୁମିମଃନାର୍ ମଃନ୍ ନିର୍ମୁଳ୍ କଃରା । 9ନିଜାର୍ ହାହ୍ ଏତାଉଆ ଆର୍ ମଃନେଦୁକ୍ କଃରି କାନ୍ଦା; ତୁମିମଃନାର୍ ନିଚଳ୍ତାର୍ କାନ୍ଦ୍ତାର୍ ଆର୍ ତୁମାର୍ ସଃର୍ଦା ଦୁକେ ବାଦ୍ଲ । 10ମାପୁରାର୍ ତଃୟ୍ ଅଃହ୍ଣା ଅଃହ୍ଣାକ୍ ସାନ୍ କଃରା, ତଃବେ ସେ ତୁମିମଃନ୍କେ ବଃଡ୍ କଃରେଦ୍ ।


