ମାଜନ୍ମଃନ୍କେ ଜଃର୍ଗାତ୍
1ଅଃବେ ଦଃକା, ଏ ମାଜନ୍ ଲକ୍ମଃନ୍, ତୁମିମଃନାର୍ ଉହ୍ରେ ଆସୁଲା ଦୁକ୍ ଦଃଣ୍ଡାର୍ ଗିନେ ଏତାୟ୍ ଏତାୟ୍ କଃରି କାନ୍ଦା ଆର୍ ରଃଦନ୍ କଃରା । 2ତୁମିମଃନାର୍ ଦଃନ୍ବିତ୍ ନଃସ୍ଟ୍ ଅୟ୍ଲିନି, ତୁମିମଃନାର୍ ବଃସ୍ତର୍କେ ଅଳ୍ମା କାୟ୍ଲାୟ୍ନି, 3ଆରେକ୍ ତୁମାର୍ ସନା ଆର୍ ରୁହାୟ୍ କିଲୁଆ ଲାଗ୍ଲିନି, ଆର୍ ସେ କିଲୁଆ ତୁମାର୍ ବିରୁଦେ ସାକି ଦଃୟ୍ଦ୍ ଆର୍ ଜୟ୍ ହର୍ ତୁମିମଃନାର୍ ଗଃଗାଳ୍କେ କାୟ୍ଦ୍ । ଇ ସେସ୍କାଳେ ତୁମିମଃନ୍ ଦଃନ୍ ଅଃର୍ଜି ଆଚାସ୍ । 4ଦଃକା, ତୁମାର୍ ହଃଦାର୍ ତାସ୍ କାଟୁମଃନ୍କେ ଟକିକଃରି ତୁମିମଃନ୍ ଜୁୟି ବୁତି ନଃଦିଆସ୍, ସେମଃନ୍ ତୁମାର୍ ବିରୁଦେ କାନ୍ଦୁଲାୟ୍, ଆରେକ୍ ତାସ୍ କାଟୁମଃନାର୍ କାନ୍ଦ୍ତାର୍ ସଃର୍ଗାର୍ ସଃଇନ୍ ମଃନାର୍ ମାପୁର୍ ସୁଣିଆଚେ । 5ତୁମିମଃନ୍ ହୁର୍ତିବିଏ ସୁକ୍ ବୟଃଗ୍ କଃଲାସ୍ ଆର୍ ମଃନ୍ ସଃର୍ଦାୟ୍ ଦିନ୍ କାଟି ଆଚାସ୍, ତୁମିମଃନ୍ ମଃର୍ନ୍ ଦିନାର୍ ଗିନେ ନିଜ୍କେ ଦୁମା କଃରି ଆଚାସ୍ । 6ତୁମିମଃନ୍ ଦଃର୍ମି ଲକ୍କେ ଦସି କଃରି ମଃର୍ନେ ମାରି ଆଚାସ୍, ସେ ତୁମିମଃନାର୍ ବିରଦ୍ ନଃକେରେ ।


