ଦାନାର୍ ଗିନେ ଦନ୍ୟବାଦ୍
10ମାପୁରାର୍ ସଃଙ୍ଗ୍ ରଃୟ୍ ଜିବନ୍ କାଟ୍ତା ବଃଳ୍ ଅଃବେ ସଃରାସଃରି ମର୍ ହାଁୟ୍ ତୁମିମଃନାର୍ ଚିତା ଜେ ଜାଣାହଃଳ୍ଲି, ଇତାର୍ ଗିନେ ମାପୁରାର୍ ତଃୟ୍ ମୁୟ୍ଁ ବଃଡେ ସଃର୍ଦା ଅଃଉଁଲେ; ସଃତ୍କଃରି ମର୍ ହାଁୟ୍ ତୁମିମଃନାର୍ ଚିତା ରିଲି, ମଃତର୍ ଉପାୟ୍ ନଃରିଲି । 11ଅକେଟାର୍ ଗିନେ ମୁୟ୍ଁ ଇରି କଃଉଁଲେ, ସେରି ନାୟ୍, କାୟିତାକ୍ବଃଲେକ୍ ମୁୟ୍ଁ ଜୁୟି ଅବୁସ୍ତାୟ୍ ରିଲେକ୍ ହେଁ ସଃଲ୍ମତେ ରେଉଁକେ ସିକି ଆଚି । 12ଅକେଟ୍ ଅୟିଲେକ୍ ଚାଲୁକ୍ ଜାଣି ଆର୍ ଜଃବର୍ ରିଲେକ୍ ହେଁ ବୟଃଗ୍ କଃରୁକେ ଜାଣି; ସଃବୁ ଅବୁସ୍ତାୟ୍ ଆର୍ ସଃବୁ ବିସୟେ ହେଁ, ବୁକେ ରେଉଁକେ ହେଁ ଜଃବର୍ ବୟଃଗ୍ କଃରୁକେ କି ଅକେଟେ ହେଁ ଚାଲୁକ୍ ନିକକଃରି ସିକି ଆଚି । 13ମର୍ ବଃଳ୍କାରିର୍ କ୍ରିସ୍ଟର୍ ଉହ୍କାରେ ମୁୟ୍ଁ ସଃବୁ କଃରୁହାରି ।
14ଅୟିଲେକ୍ ହେଁ, ତୁମିମଃନ୍କେ ମର୍ ଦୁକ୍ବୟ୍ଗାର୍ ବାଗିଦାରି ଅୟ୍ଲାର୍ ଗିନେ ନିକକଃରି ଆଚି । 15ଏ ପିଲିପିୟ ବାୟ୍ବେଣିମଃନ୍, ତୁମିମଃନ୍ ହେଁ ନିଜେ ଜାଣାସ୍, ନିକ କବୁର୍ ପର୍ଚାର୍ କଃରୁକେ ଆରୁମ୍ କଃର୍ତା ବଃଳ୍ ଜଃଡେବଃଳ୍ ମୁୟ୍ଁ ମାକିଦନିଆ ହୁଣି ବାଉଳ୍ଲେ ସଃଡେବଃଳ୍ ତୁମିମଃନ୍କେ ଚାଡି ଆରେକ୍ କୁୟି ମଣ୍ଡ୍ଳି ହେଁ ମର୍ ସଃଙ୍ଗ୍ ଅୟି ଦେତାର୍ ନେତାର୍ ହିସାବ୍ ରଃକି ନଃରିଲାୟ୍ । 16କାୟିତାକ୍ବଃଲେକ୍ ତେସଲନିକିଏ ମୁୟ୍ଁ ରେତା ବଃଳ୍ ହେଁ ତୁମିମଃନ୍ ମର୍ ଅକେଟ୍ ଦୁର୍ କଃରୁକେ ବେସି ତର୍ ଦାନ୍ ହଃଟାୟ୍ରିଲାସ୍ । 17ମଃତର୍ ଦାନ୍ ହାଉଁକ୍ ମର୍ ମଃନ୍ ନାୟ୍, ଜୁୟ୍ତାର୍ ଗିନେ ତୁମିମଃନ୍ ଜଃବର୍ ଲାବ୍ ହାଉଆସ୍ । ସେତାର୍ ଗିନେ ମୁୟ୍ ଲାଲାୟ୍ ଅଃଉଁଲେ । 18ମୁୟ୍ଁ ସଃବୁ ହାୟ୍ଆଚି, ଆରେକ୍ ମର୍ ଜଃବର୍ ଆଚେ; ତୁମିମଃନ୍ ହଃଟାୟ୍ ରିଲାର୍ ଜୁୟି ସଃବୁ ବିସୟ୍ ଏପାପ୍ରଦିତାର୍ ତଃୟ୍ହୁଣି ହାୟ୍ଆଚି, ସେରିମଃନ୍ ମର୍ ହାଁୟ୍ ଜଃବର୍; ସେ ସଃବୁ ଇସ୍ୱରାର୍ ସଃର୍ଦାର୍ ସୁନ୍ଦୁର୍ ବାସ୍ନାରି ଆର୍ ଇସ୍ୱରାର୍ ମଃନ୍କଃର୍ତା ହୁଜାହର୍ । 19ଆରେକ୍, ମର୍ ଇସ୍ୱର୍ କ୍ରିସ୍ଟ ଜିସୁର୍ ତଃୟ୍ ତାର୍ ଜଃଜ୍ମାନାର୍ ଦଃନ୍ ହଃର୍କାରେ ତୁମିମଃନାର୍ ସଃବୁଲକାର୍ ଅକେଟ୍ ହୁରୁଣ୍ କଃରେଦ୍ । 20ଅଃମିମଃନାର୍ ଇସ୍ୱର୍ ଆର୍ ଉବାକେ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ । ଆମେନ୍ ।


