ସାତ୍ ଲଃମ୍ବର୍ ମୁଦ୍ରା
1ମେଣ୍ଡାହିଲା ଜଃଡେବଃଳ୍ ସାତ୍ ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ସଃର୍ଗେ ହାକାହାକି ଅଦା ଗଣ୍ଟା ହଃତେକ୍ ଚିମ୍ରା ଚାହି ଗଃଲି । 2ତାର୍ହଃଚେ ମୁୟ୍ଁ ଇସ୍ୱରାର୍ ମୁୟେ ଟିଆ ଅୟ୍ଲା ସାତ୍ ଗଟ୍ ଦୁତ୍କେ ଦଃକ୍ଲେ, ସେମଃନ୍କେ ସାତ୍ଗଟ୍ ତୁରି ଦିଆ ଅୟ୍ଲି ।
3ସେତାକ୍ ଆରେକ୍ ଗଟେକ୍ ଦୁତ୍ ଆସି ବେଦି ଲଃଗେ ଟିଆ ଅୟ୍ଲି, ତାର୍ ଆତେ ସନାର୍ ବଃତିରୁକା ରିଲି, ଆରେକ୍ ସିଙ୍ଗାସଣ୍ ମୁଁ ଲଃଗାର୍ ସନାର୍ ବେଦି ଉହ୍ରେ ସଃବୁ ଦଃର୍ମି ଲକ୍ମଃନାର୍ ପାର୍ତ୍ନା ସଃଙ୍ଗ୍ ମିସୁକ୍ ତାକ୍ ଗାଦେକ୍ ଦୁହ୍ଣି ଦିଆ ଅୟ୍ଲି । 4ସେତାକ୍ ଦୁତାର୍ ଆତେହୁଣି ଦୁହ୍ଣିର୍ ଦୁଆଁ ଦଃର୍ମି ଲକ୍ମଃନାର୍ ପାର୍ତ୍ନା ସଃଙ୍ଗ୍ ଇସ୍ୱର୍ ମୁୟେ ଉଟ୍ଲି । 5ହଃଚେ ସେ ଦୁତ୍ ବଃତିରୁକା ଦଃରି ବେଦିର୍ ଜୟେ ସେରି ହୁର୍ନ୍ କଃରି ହୁର୍ତି ଉହ୍ରେ ହଃକାୟ୍ଲା । ସେତାକ୍ ବିଜ୍ଲି ସଃବ୍ଦ୍, ବିନ୍ବିନ୍ ସଃବ୍ଦ୍, ଉଜାଳ୍ ଆର୍ ମାଟି ଲଦ୍ବଃଦ୍ଲି ।


