ସାତ୍ ଗଟ୍ ମଣ୍ଡ୍ଳିକ୍ ଜୁଆର୍
4ଜହନ୍ ଆସିଆ ଦେସାର୍ ସାତ୍ ଗଟ୍ ମଣ୍ଡ୍ଳିକ୍ ଲେକୁଲା, ଜେ ଅଃବେ ଆଚେ, ଜେ ହୁର୍ବେ ରିଲା, ଆର୍ ଜାର୍ ଆସ୍ତାର୍ ଆଚେ, ତାର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ଆର୍ ତାର୍ ସିଙ୍ଗାସଣ୍ ମୁଏଁ ରିଲା ସାତ୍ ଗଟ୍ ଆତ୍ମା ତଃୟ୍ହୁଣି, 5ଆରେକ୍ ବିସ୍ୱାସାର୍ ଜୟ୍ଗ୍ ସାକି, ମଃଲା ଲକ୍ମଃନାର୍ ତଃୟ୍ହୁଣି ହଃର୍ତୁ ଉଟ୍ଲାର୍ ଆର୍ ହୁର୍ତିବିର୍ ରଃଜାମଃନାର୍ ରଃଜା ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ । ସେ ଅଃମିମଃନ୍କେ ଲାଡ୍ କଃରୁଲା ଆର୍ ଅଃହ୍ଣାର୍ ବଃନି ସଃଙ୍ଗ୍ ଅଃମିମଃନ୍କେ ଅଃମାର୍ ହାହେ ହୁଣି ମୁକ୍ଳାୟ୍ ଆଚେ, 6ଆରେକ୍ ତାର୍ ଉବାସି ଇସ୍ୱରାର୍ ସେବା କଃରୁକେ ଅଃମିକ୍ ଗଟେକ୍ ଜାଜକାର୍ କୁଳ୍ବଃଉଁସ୍ କଃରି ବାଚିଆଚେ । ସଃବୁ ଜଃଜ୍ମାନ୍ ଆର୍ ସଃକାତ୍ ଜୁଗେଜୁଗେ ଜିସୁ କ୍ରିସ୍ଟର୍ ଅଃଉଅ । ଆମେନ୍ ।
7ଦଃକା, ସେ ମେଗ୍ଉହ୍ରେ ଆସୁଲା, ହୁର୍ତିଏ ବାସା କଃର୍ତା ସଃବୁ ଲକ୍ ତାକ୍ ଦଃକ୍ତି, ଇରଃକମ୍ କି ଜୁୟ୍ମଃନ୍ ତାକ୍ ବୁସି ରିଲାୟ୍, ସେମଃନ୍ ହେଁ ଦଃକ୍ତି, ଆର୍ ହୁର୍ତିବିର୍ ସଃବୁ ଲକ୍ ତାର୍ ଆସ୍ତାର୍ ଗିନେ ଏତାୟ୍ ଏତାୟ୍ କାନ୍ଦ୍ତି । ଇ ସଃବୁ ବାୟ୍ଦ୍ରେ ଗଃଟେଦ୍ ! ଆମେନ୍ ।
8ମାପୁର୍ ସଃବ୍କେ ସଃକ୍ତିମାନ୍ ସେ ଇସ୍ୱର୍ କଃଉଁଲା, “ମୁଁୟ୍ ଆରୁମ୍ ଆର୍ ସେସ୍ ।” ସେ ଅଃବେ ଆଚେ, ହୁର୍ବେ ରିଲା ଆର୍ ସେ ଆସ୍ତା ଦିନ୍ ଆସେଦ୍ ।


