ପର୍ଗାମ୍ ମଣ୍ଡ୍ଳିକ୍ କବୁର୍
12“ପର୍ଗାମ୍ ତଃୟ୍ ରେତା ମଣ୍ଡ୍ଳିର୍ ଦୁତ୍କେ ଲେକ୍, ଜାର୍ ତଃୟ୍ ଦୁୟ୍ବାଟ୍ ଦାର୍ ରିଲା ଲାଗୁଣ୍ କଃଣ୍ଡା ଆଚେ, ସେ ଇରି କଃଉଁଲା । 13ଜୁୟ୍ଲଃଗେ ସୟ୍ତାନାର୍ ସିଙ୍ଗାସଣ୍ ଆଚେ, ସେତି ତୁମିମଃନ୍ ବାସା କଃରୁଲାସ୍, ଇରି ମୁୟ୍ ଜାଣିଆଚି; ଅୟିଲେକ୍ ହେଁ ତୁମିମଃନାର୍ ମର୍ ନାଉ ଉହ୍ରେ ଅଃଟୁଆ ବିସ୍ୱାସ୍ ଆଚେ, ଇବାନ୍ୟା କି ମର୍ ଗଟେକ୍ ବିସ୍ୱାସି ଦଃଙ୍ଗ୍ଳା ଆନ୍ତିପାକ୍ ସୟ୍ତାନ୍ ବାସା କଃର୍ତା ତଃୟ୍ ଜଃଡେବଃଳ୍ ମଃର୍ନେ ମାର୍ଲାୟ୍, ସଃଡେବଃଳ୍ ହେଁ ତୁମି ମର୍ ତଃୟ୍ ବିସ୍ୱାସ୍ କଃର୍ତାର୍ ଚାଡି ନଃରିଲାସ୍ । 14ମଃତର୍ ତୁମାର୍ ବିରୁଦେ ମର୍ କଃତେକ୍ କଃତା ଆଚେ, ସେତି ତୁମାର୍ ସଃଙ୍ଗ୍ ରେତା କଃତେକ୍ ଲକ୍ ବିଲିଆମାର୍ କଃତାୟ୍ ଇଣ୍ଡୁଲାୟ୍ । ସେ ବିଲିଆମ୍ ମୁର୍ତି ହୁଜା କଃଲା ବଗ୍ କାଉଁକେ ଆର୍ ଦାରି କାମ୍ କଃରୁକେ ଇସ୍ରାଏଲାର୍ ଲକ୍ମଃନ୍କେ ସୁତ୍ରାଉଁକ୍ ବାଲାକକେ ସିକାଉତି ରିଲା । 15ସେବାନ୍ୟା ହେଁ ନିକଲାତିଅର୍ କଃତା ମାନ୍ତା କଃତେକ୍ ଲକ୍ ତୁମାର୍ ବିତ୍ରେ ଆଚ୍ତି । 16ଅଃବେ ତୁମିମଃନ୍ ହାହେହୁଣି ମଃନ୍ ବାଦ୍ଲାଉଆ; ନୟ୍ଲେକ୍ ମୁଁୟ୍ ବେଗି ତୁମାର୍ ଲଃଗେ ଆସି ମର୍ ଟଣ୍ଡେହୁଣି ବାରାଉତା କଃଣ୍ଡା ସଃଙ୍ଗ୍ ସେମଃନାର୍ ସଃଙ୍ଗ୍ ଜୁଜ୍ କଃରିନ୍ଦ୍ ।”
17“ଜଦି ତୁମିମଃନାର୍ କାନ୍ ଆଚେ, ତଃବେ ମଣ୍ଡ୍ଳିମଃନ୍କେ ପବିତ୍ର ଆତ୍ମା କାୟିରି କଃଉଁଲି, ସେରି ସୁଣା । ଜେ ଜିଣେଦ୍, ତାକ୍ ମୁଁୟ୍ ଲୁକ୍ଣେ ରିଲା ମାନ୍ନା ଦଃୟ୍ନ୍ଦ୍ । ଆରେକ୍ ହେଁ ନଃଉଆଁ ନାଉ ଲେକା ଅୟ୍ରିଲା ଗଟେକ୍ ଦବ୍ ଟେଳା ସେମଃନ୍କେ ଦଃୟ୍ନ୍ଦ୍ ସେ ନଃଉଆଁ ନାଉ କାୟିରି, ଟେଳା ଦଃର୍ତାର୍ ଲକ୍କେ ଚାଡି ବିନ୍ ଲକ୍ କେହେଁ ଜାଣୁ ନଃହାର୍ତି ।”


