ଇସ୍ୱରାର୍ ଗୁଣ୍
33ଇସ୍ୱର୍ କଃଡେକ୍ ବଃଡ୍, ତାର୍ ବୁଦି ଆର୍ ଗ୍ୟାନ୍ କଃତେକ୍ ଡେଙ୍ଗ୍ ! ତାର୍ ବିଚାର୍ ସଃବୁ କେଏ ବୁଜାଉଁ ହାରେ ? କେଏ ତାର୍ ବାଟ୍ ସଃବୁ ଜାଣୁ ହାରେ ? 34ସାସ୍ତରେ ଜଃନ୍କାର୍ ଲେକା ଆଚେ,
“କେଏ ଇସ୍ୱରାର୍ ମଃନ୍ ବାବ୍ ଜାଣି ଆଚେ ?
କେଏ ତାକ୍ ଉପ୍ଦେସ୍ ଦେଉଁକ୍ ହାରେ ?
35କେଏ ଇସ୍ୱର୍କେ ଅଃନ୍କାର୍ କାୟିରି ଦେଉଁ ହାରି ଆଚେ,
ସେତାର୍ ବାଦୁଲ୍ ଇସ୍ୱର୍କେ ଦେଉଁକେ ହଃଳିଆଚେ ?”
36ବଃଲେକ୍ ସଃବୁ ବିସୟ୍ ଇସ୍ୱର୍ ତଃୟ୍ହୁଣି ତିଆର୍ ଅୟିଆଚେ, ସଃବୁ ବିସୟ୍ ତାର୍ ଗିନେ ଆର୍ ତାର୍ ଜଃଜ୍ମାନ୍ ଗିନେ ଅୟିଆଚେ । ଜୁଗେଜୁଗେ ତାର୍ ଜଃଜ୍ମାନ୍ । ଆମେନ୍ ।


