ନିକ କବୁରାର୍ ସଃକ୍ତି
16ସେ ନିକ କବୁର୍ ଉହ୍ରେ ମର୍ ହୁରା ବିସ୍ୱାସ୍ ଆଚେ । ସେରି ହଃର୍ତୁକଃରି ଜିଉଦି ଆର୍ ତାର୍ ହଃଚେ ଅଜିଉଦି ବିସ୍ୱାସିମଃନାର୍ ମୁକ୍ତି ସାଦୁନ୍ ହାଁୟ୍ ଇସ୍ୱରାର୍ ସଃକ୍ତି । 17ନଃର୍ମାନାୟ୍ ଇସ୍ୱରାର୍ ତଃୟ୍ କଃନ୍କଃରି ଦଃର୍ମି ଗଃଣା ଅଃଉଁ ହାରେଦ୍, ଇତିର୍ ଉପାୟ୍ ସେତି ଜାଣାୟି ଦିଆଅୟ୍ ଆଚେ । ଆରୁମେ ହୁଣି ସେସ୍ ହଃତେକ୍ ମୁକ୍ତି ହାଉତାର୍ ଗଟେକ୍ ମଃତର୍ ଉପାୟ୍ ଅଃଉଁଲି, ବିସ୍ୱାସ୍ । ସାସ୍ତର୍ ହଃର୍କାରେ, “ଜେ ବିସ୍ୱାସ୍ ଗିନେ ଇସ୍ୱରାର୍ ତଃୟ୍ ଦଃର୍ମି ଗଃଣା ଅୟ୍ଦ୍ ସେ ବଚେଦ୍ ।”


