ଅଃଦିକାରି ମଃନ୍କେ ମାନ୍ତାର୍
1ସଃବୁଲକ୍ ଅଃଦିକାର୍ ହାୟ୍ଲା ସାସନ୍କଃର୍ତାର୍ ଲକ୍ମଃନାର୍ କଃତା ମାନା, ବଃଲେକ୍ ଅଃଦିକାର୍ ଇସ୍ୱରାର୍ ତଃୟ୍ ହୁଣି ଆସେଦ୍, ଆରେକ୍ ଜୁୟ୍ସଃବୁ ଅଃଦିକାର୍ ହାୟ୍ରେତା ସାସନ୍କଃର୍ତା ଆଚ୍ତି; ଇସ୍ୱର୍ ସେମଃନ୍କେ ବାଚିଆଚେ । 2ତଃବେ ଜେ ଅଃଦିକାର୍କେ ବିରଦ୍ କଃରେଦ୍, ସେ ଇସ୍ୱରାର୍ ବିଦିର୍ ବିରଦ୍ କଃରେଦ୍; ଆରେକ୍ ଜୁୟି ଲକ୍ମଃନ୍ କଃର୍ତି ସେମଃନ୍ ଅଃହ୍ଣା ଅଃହ୍ଣାର୍ ଉହ୍ରେ ଡଃଣ୍ଡ୍ ଆଣ୍ତି । 3ବଃଲେକ୍ ନିକ କାମ୍ କଃର୍ତା ଲକ୍ମଃନ୍ ମୁଳିକା ଲକ୍ମଃନ୍କେ ନଃଡିର୍ତି, ମଃତର୍ ଜୁୟି ଲଃକ୍ମଃନ୍ କଃରାପ୍ କାମ୍ କଃର୍ତି ସେମଃନ୍ ଡିର୍ତି । ତୁମି କି ଅଃଦିକାର୍ ହାୟ୍ଲା ସାସନ୍ କଃରୁର୍ ଚଃମେ ନଃଡିରୁକ୍ ଇଚା କଃରୁଲାସ୍ ? ତଃବେ ନିକା କାମ୍ କଃରା, ତଃବେ ତାର୍ ତଃୟ୍ହୁଣି ପ୍ରସଂସା ହାଉଆସ୍ । 4ତୁମାର୍ ନିକ ହାୟ୍ଁ ସେ ଇସ୍ୱରାର୍ ତଃୟ୍ ହୁଣି ଅଃଦିକାର୍ ହାୟ୍ଁ ଆଚେ । ମଃତର୍ ତୁମି ଜଦି କଃରାପ୍ କାମ୍ କଃରୁଲାସ୍, ତଃବେ ତୁମି ସାସନ୍କଃର୍ତା ଲକେ ଡିରା, ବଃଲେକ୍ ତୁମିକେ ଦଃଣ୍ଡ୍ ଦେତା ହାୟ୍ଁ ସଃତ୍କଃରି ତାର୍ ଅଃଦିକାର୍ ଆଚେ । ସେ ଇସ୍ୱରାର୍ ତଃୟ୍ ହୁଣି ବାଚ୍ଲା ଚାକର୍ । କଃରାପ୍ କାମ୍ କଃରୁମଃନ୍କେ ଦଃଣ୍ଡ୍ ଦେତା ହାୟ୍ଁ ସେ ଇସ୍ୱରାର୍ ଆଦେସ୍ ମାନେଦ୍ । 5ତଃବେ ତୁମିମଃନ୍ ସାସନ୍ କଃରୁମଃନାର୍ କଃତା ମାନ୍ତା ଦଃର୍କାର୍ ଇସ୍ୱରାର୍ ଦଃଣ୍ଡ୍କେ ଡିରିକଃରି ନୟ୍, ମଃତର୍ ତୁମାର୍ ନିଜାର୍ ମଃନ୍ ଜୁୟ୍ରି ବଃଲ୍ବଃଲି କଃଉଁଲି ସେତାର୍ ଗିନେ ।
6ଇତାର୍ ଗିନେ ତୁମିମଃନ୍ ସିସ୍ଟୁ ହେଁ ଦେଉଁଲାସ୍, ବଃଲେକ୍ ସେମଃନ୍ ଇସ୍ୱରାର୍ ସେବାକାରି ହର୍ ଇ କାମେ ଲାଗି ରେଉଁଲାୟ୍ । 7ଜାର୍ ଜାୟ୍ରି ହାଉତାର୍ ତାକେ ସେରି ଦିଆସ୍; ଜାକେ ସିସ୍ଟୁ ଦେଉଁକ୍ ଅୟ୍ଦ୍, ତାକେ ସିସ୍ଟୁ ଦିଆସ୍; ଜାକେ ଡିରୁକ୍ ଅୟ୍ଦ୍, ତାକେ ଡିରା; ଜାକେ ମାନ୍ତି କଃରୁକେ ଅୟ୍ଦ୍, ତାକେ ମାୟଃନ୍ କଃରା ।


