ଅଜିଉଦି ଲକମଃନ୍କାର୍ ତଃୟ୍ ପାଉଲାର୍ ସେବା କାମ୍
14ଏ ବାୟ୍ବେଣିମଃନ୍ ଇରି ମୁୟ୍ଁ ନିଜେ ବିସ୍ୱାସ୍ କଃରୁଲେ, ତୁମିମଃନ୍ ଆପେ ସଃତ୍ ଗୁଣେ ଆର୍ ସଃବୁ ଗ୍ୟାନେ ହୁର୍ନ୍; ଆର୍ ସଃବ୍କେ ସିକ୍ୟା ଦେଉଁକ୍ ହାରାସ୍ । 15ମକ୍ ଇସ୍ୱର୍ ଦିଲା, ଦଃୟାର୍ ଗିନେ ମୁୟ୍ଁ ତୁମିମଃନ୍କେ ଆରେକ୍ ମଃନେ ଏତାୟ୍ ଦେତା ଗିନେ ଇସ୍ୱର୍ ଦିଲା ସାସାର୍ ସଃଙ୍ଗ୍ ତୁମିମଃନାର୍ ହାକ୍ ଲେକୁଲେ । 16ବଃଲେକ୍ ଅଜିଉଦିମଃନ୍ ଜଃନ୍କଃରି ପବିତ୍ର ଆତ୍ମାର୍ ଗିନେ ପବିତ୍ର ଅୟି ଦାନ୍ ଦିଲାର୍ ଦାନ୍ହର୍ ମାପୁରାର୍ ଅଃଉତି, ଇତାର୍ ଗିନେ ସେମଃନାର୍ ତଃୟ୍ କ୍ରିସ୍ଟ ଜିସୁର୍ ସେବାକାରି ଅୟି ଇସ୍ୱରାର୍ ନିକ କବୁରାର୍ ଜାଜକ୍ କାମ୍ କଃରୁକେ ମକ୍ ସେ ଦୟା ଦିଆ ଅୟିଆଚେ । 17କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଗଟେତଃୟ୍ଁ ଅୟି ଇସ୍ୱରାର୍ ଗିନେ ଇ ସେବାକାମ୍ କଃରୁଲେ ବଃଲି ମୁୟ୍ଁ ଗଃର୍ବ୍ କଃରୁଲେ । 18ଅଜିଉଦିମଃନ୍କେ ଇସ୍ୱରାର୍ ବଲ୍ ମାନାଉତାର୍ ଗିନେ କ୍ରିସ୍ଟ ମର୍ ଦଃୟି କାୟିରି ସାଦୁନ୍ କଃରିଆଚେ, ଇ କଃତା କଃଉଁକେ ସାସ୍ ହାୟ୍ଆଚି । 19ଇରି ସେ କୟ୍ଆଚେ, ବାକ୍ୟ ଆର୍ କାମ୍ ଦଃୟି ଆର୍ ଇସ୍ୱରାର୍ ଆତ୍ମାର୍ ସଃକ୍ତିୟେ । ତଃବେ ମୁୟ୍ଁ ଜିରୁସାଲମେ ହୁଣି ଇଲୁରିକେ ଜାତା ବଃଳ୍ ବାଟେ କ୍ରିସ୍ଟର୍ ନିକ କବୁର୍ ହୁରାହୁରି ବାବେ ପର୍ଚାର୍ କଃରିଆଚି । 20ହେଁ ଜଃନ୍କଃରି ମୁୟ୍ଁ ବିନ୍ ଲକାର୍ କୁନାଦି ଉହ୍ରେ ନଃବାନ୍ଦି, ଜୁୟି ଜଃଗାୟ୍ କ୍ରିସ୍ଟର ନାଉ ନଃହଚିଆଚେ, ସେଟାଣେ ନିକ କବୁର୍ ପର୍ଚାର୍ କଃରୁକେ ମୁୟ୍ଁ ଇଚା କଃରି ଆସିଆଚି । 21ଜଃନ୍କଃରି ସାସ୍ତରେ ଲେକା ଆଚେ,
“ଜୁୟି ଲକ୍ମଃନ୍କ୍ ତାର୍ କଃତା କଃଉଆ ନୟେ, ସେମଃନ୍ ଦଃକ୍ତି
ଆର୍ ଜୁୟି ଲକ୍ମଃନ୍ ନଃସୁଣ୍ତି ସେମଃନ୍ ବୁଜ୍ତି ।”


