ଅବ୍ରାହାମାର୍ ବିସ୍ୱାସ୍
1ତଃବେ ଗଃଗାଳ୍ ହଃର୍କାରେ ଅଃମିମଃନାର୍ ଦାଦିବାବୁ ଅବ୍ରାହାମ୍ କାୟିରି ହାୟ୍ଆଚେ ବଃଲି ଆମିମଃନ୍ କଃଉଁଆ ? 2ଜଦି ଅବ୍ରାହାମ୍ ତାର୍ ନିଜାର୍ କାମାର୍ ଗିନେ ସେ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣା ଅୟ୍ଲାହୁଣି, ତଃବେ ତାର୍ ଗଃର୍ବ କଃର୍ତାର୍ ରିଲି; ମଃତର୍ ଇସ୍ୱରାର୍ ଆକାୟ୍ ସେରି ଅୟ୍ନଃରିଲି । 3କାୟିତାକ୍ବଃଲେକ୍ ସାସ୍ତର୍ କାୟିରି କଃଉଁଲି, “ଅବ୍ରାହାମ୍ ଇସ୍ୱରାର୍ ତଃୟ୍ ବିସ୍ୱାସ୍ କଃଲା, ଆର୍ ବିସ୍ୱାସ୍ ଗିନେ ଇସ୍ୱର୍ ତାକେ ଦଃର୍ମି ବଃଲି ଗଃଣ୍ତି କଃଲା । 4ଜେ କାମ୍ କଃରେଦ୍, ତାର୍ ଗିନେ ତାର୍ ବୁତି ଦଃୟା ହର୍ ଗଃଣା ନଃୟ୍, ମଃତର୍ ତାର୍ ହାଉତାର୍ ବଃଲି ଗଃଣା ଅୟ୍ଦ୍ । 5ମଃତର୍ ଜେ ନିଜାର୍ ଉହ୍ରେ ବିସ୍ୱା ନଃକେରି, ଇସ୍ୱର୍ ତଃୟ୍ ବିସ୍ୱାସ୍ କଃରେଦ୍ ତାର୍ ବିସ୍ୱାସ୍ ଗିନେ ଅଃଦଃର୍ମିକେ ଦଃର୍ମି ବଃଲି ଗଃଣ୍ନା କଃର୍ତା ଇସ୍ୱର୍ ତାକେ ଦଃର୍ମି ବଃଲି ଗଃଣ୍ତି କଃରେଦ୍ । 6ଜୁୟି ଲକାର୍ କଃଲା କାମ୍କେ ନଃଦେକିକଃରି ଇସ୍ୱର୍ ତାକେ ଦଃର୍ମି ବଃଲି ଗଃଣ୍ତି କଃରେଦ୍, ତାକେ ଜଃଜ୍ମାନ୍ କଃରି ଦାଉଦ୍ କୟ୍ଆଚେ ।”
7“ଜୁୟି ଲକ୍ମଃନାର୍ ହାହ୍ ସଃବୁ କେମା ଅୟିଆଚେ, ସେମଃନ୍ ଦନ୍ୟ ।
ଜେ ହାହ୍ କେମା ହାୟ୍ଁ ଆଚେ ସେ ଦନ୍ୟ ।
8ମାପୁର୍ ଜୁୟ୍ଲକାର୍ ହାହ୍ ଗଃଣ୍ନା ନଃକେରେ ସେ ଦନ୍ୟ ।”
9ଇତି ଦାଉଦ୍ ଜୁୟି ଲକ୍ମଃନ୍କେ ଦନ୍ୟ ବଃଲି କୟ୍ଆଚେ ସେମଃନ୍ କାୟିରି ଅଃବ୍କା ସୁନତ୍ ଲକ୍ ରିଲାୟ୍ ? ନାୟ୍ ଅସୁନତ୍ ଲକ୍ମଃନ୍ ହେଁ ଦନ୍ୟ ଅଃଉଁହାର୍ତି । ଅଃମି କଃଉଁଲୁ ଅବ୍ରାହାମ୍ ବିସ୍ୱାସାର୍ ଗିନେ ଦଃର୍ମିବଃଲି ଗଃଣ୍ତି ଅୟ୍ଲା । 10ଇରି ଜଃଡେବଃଳ୍ ଗଃଟିରିଲି ? ଅବ୍ରାହାମ୍ ସୁନତ୍ ଅୟ୍ଲା ଆଗ୍ତୁ କି ହଃଚେ ? ଆଗ୍ତୁ, ହଃଚେ ନୟ୍ । 11ସୁନତ୍ ଅଃଉତା ହୁର୍ବେ ଅବ୍ରାହାମ୍ ବିସ୍ୱାସ୍ କଃଲାକ୍ ଇସ୍ୱର୍ ତାକ୍ ଦଃର୍ମି ବଃଲି ଗଃଣ୍ନା କଃରିରିଲା । ଇରି ଜାଣାଉତାର୍ ହାଁୟ୍ ଗଟେକ୍ ମୁଦ୍ରା ହର୍ ଅବ୍ରାହାମ୍ ଇ ସୁନତ୍ ଚିନାର୍ ବିଦି ମାନି ରିଲା । ତଃବେ ଜୁୟି ଲକ୍ମଃନ୍ ସୁନତ୍ ନୟ୍ କଃରି ହେଁ ଇସ୍ୱରାର୍ ତଃୟ୍ ଦଃର୍ମି ବଃଲି ଗଃଣ୍ତି ଅଃଉତି, ଆତ୍ମିକ୍ ବାବେ ଅବ୍ରାହାମ୍ ସେମଃନାର୍ ଉବାସି ଅୟ୍ଦ୍ । 12ଉବା ଅବ୍ରାହାମ୍ ସୁନତ୍ ଅଃଉତା ଆଗ୍ତୁ ଜୁୟି ବିସ୍ୱାସ୍ ଚିନାୟ୍ ରିଲା, ଜଦି ସୁନତ୍ ଅୟ୍ନଃରିଲା ଲକ୍ମଃନ୍ ନିଜାର୍ ଜିବନେ ସେରଃକମ୍ ବିସ୍ୱାସ୍ ଦଃକାଉଁକ୍ ହାର୍ତି ଅବ୍ରାହାମ୍ ସେମଃନାର୍ ହେଁ ଉବାସି ।


