କ୍ରିତିତଃୟ୍ ତିତସାର୍ ପର୍ଚାର୍
5ନଃସେର୍ତା ହାୟ୍ଟିମଃନ୍ ସଃରାଉଁକେ, ଆର୍ ମୁୟ୍ଁ କୟ୍ଲା ହଃର୍କାରେ ସଃବୁ ଗଳେମଃନ୍ ମଣ୍ଡ୍ଳିର୍ ପାରାଚିନ୍ ମଃନ୍କେ ବାଚୁକେ ମୁୟ୍ଁ ତକ୍ କ୍ରିତିୟେ ଚାଡି ଆୟ୍ଲେ । 6ଜୁୟ୍ଲକ୍ ନିର୍ଦସି ଆର୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅୟି ରିବାର୍ଆଚେ, ତାର୍ ହିଲାମଃନ୍ ମାପୁରାର୍ ବିସ୍ୱାସି ଅୟି ରିବାର୍ଆଚେ । ଆର୍ କଃରାପ୍ କାମେ ଲିନ୍ଦା ହାୟ୍ଁ ନଃରେବାର୍ ଆଚେ କି ଅମାନ୍ୟାର୍ ଅୟି ନଃରେବାର୍ ଆଚେ, ତାକେ ବାଚା । 7ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକା ଇସ୍ୱରାର୍ ବଃଣ୍ଡାର୍ଗଃରିଆ ହର୍ ଲିନ୍ଦା ନାହାୟାଲା ଲକ୍ ଅୟ୍ବାର୍ ଆଚେ; ସେ ନିଜାର୍ ଇଚାୟ୍ ଚାଲ୍ତା ଲକ୍ କି ବେଗି ରିସା ଅଃଉତା ଲକ୍ ଅୟି ନଃରେବାର୍ ଆଚେ, କି ମଃଦୁଆ କି କୁନ୍ଦିକାଡୁ, କି ଦଃନ୍ଲଃବି ଅୟି ନଃରେବାର୍ ଆଚେ । 8ନିକରି ବଃଲ୍ହାଉ ଲକ୍ସସି ଅୟ୍ରେବାର୍ ଆଚେ, ନିକ କଃତାକ୍ ଲାଡ୍କଃର୍ତା ଲକ୍, ନିକ ବୁଦିର୍ ଲକ୍, ନ୍ୟାୟ୍ ବଃଲ୍ହାଉତା ଲକ୍, ପବିତ୍ର ଆର୍ ମଃଦୁର୍ କଃତା ଅଃଉତା ଲକ୍ । 9ଆରେକ୍ ଜଃନ୍କଃରି ସେ ଉହ୍କାର୍ ଅଃଉତା ସିକ୍ୟା ଦଃୟି ବଃର୍ସା ଦେଉଁକ୍ ଆର୍ ବିରୁଦେ କଃଉତା ଲକ୍ମଃନ୍କେ ଉତୁର୍ ଦେଉଁକେ ହାର୍ତି, ଇତାର୍ ଗିନେ ହାୟ୍ରିଲା ସିକ୍ୟା ହଃର୍କାରେ ବିସ୍ୱାସ୍ ଜୟ୍ଗ୍ ମାପୁରାର୍ କଃତାକ୍ ନିକକଃରି ଦଃରି ରେଉଅତ ।
10ବଃଲେକ୍ ଗାଦେକ୍ ଅଃମାନ୍ୟା ଲକ୍, କଃରାପ୍ କଃତା କଃଉତା ଲକ୍ ଆର୍ ଟକ୍ତା ଲକ୍ ଆଚ୍ତି, ମୁଳ୍କଃରି କ୍ରିସ୍ଟାନ୍ ଅୟ୍ଲା ଜିଉଦି ଲକ୍ମଃନାର୍ ବିତ୍ରେ ଆଚ୍ତି । 11ସେମଃନାର୍ ଟଣ୍ଡ୍ ମଦା କଃରାଉତା ଲଳା । ସେମଃନ୍ ଦଃନାର୍ ଗିନେ କଃରାପ୍ ସିକ୍ୟା ଦଃୟି ଗଟେକ୍ ଗଟେକ୍ ଗଃର୍କୁଟୁମ୍କେ ହୁରାବାବେ ବିନ୍ ବାଟେ ନଃୟ୍ ଆଚ୍ତି । 12ସେମଃନାର୍ ବିତ୍ରେ, ସେମଃନାର୍ ନିଜାର୍ ଜାତିର୍ ଗଟେକ୍ ବାବ୍ବାଦି କୟ୍ଆଚେ, କ୍ରିତିର୍ ଲକ୍ମଃନ୍ ସଃବୁବଃଳ୍ ମିଚ୍ କଃଉତି, ବିନ୍ଲକାର୍ ନଃସ୍ଟ୍କଃରୁ ଆର୍ ଅଃଳ୍ସିଆ କାଉରାମଃନ୍ । 13ସେମଃନାର୍ ଇ ସାକି ସଃତ୍ । ଇତାକ୍ ସେମଃନ୍ ଜଃନ୍କଃରି ଜିଉଦିମଃନାର୍ ମଃନେ ହାଚ୍ଲା କଃତା ଆର୍ ସଃତ୍ କଃତାକ୍ ମୁଆଁସ୍ ନଃକେଲା ଲକ୍ମଃନ୍କେ 14ସଃତ୍କେ ନଃମାତା ମାନାୟ୍ମଃନାର୍ ବିଦି ଆର୍ ଜିଉଦିମଃନାର୍ ମଃନେ ହାଚ୍ଲା ଲକ୍କଃତା ନଃମାନୁକେ ସେମଃନ୍କେ ସିକାଉଆ । 15ନିର୍ମୁଳ୍ ଲକ୍ମଃନାର୍ ଗିନେ ସଃବୁହେଁ ନିର୍ମୁଳ୍, ମଃତର୍ ହାହେ ହଃଳ୍ଲା ଆର୍ ଅବିସ୍ୱାସିମଃନାର୍ ଗିନେ କାୟି କଃତା ହେଁ ନିର୍ମୁଳ୍ ନାୟ୍, ମଃତର୍ ସେମଃନାର୍ ମଃନ୍ ଆର୍ ବାବ୍ନା ଇ ଜଳେକ୍ ହେଁ ବିଟାଳ୍ । 16ସେମଃନ୍ ଇସ୍ୱର୍କେ ଜାଣିଆଚୁ ବଃଲି କଃଉତି, ମଃତର୍ ସେମଃନାର୍ କାମ୍ ତଃୟ୍ ମାନ୍ତି ନଃକେର୍ତି । ସେମଃନ୍ ମାନ୍ତି ହାଉତା ଜୟ୍ଗ୍ ନାୟ୍ ଆର୍ ଅଃମାନ୍ୟା, ଆରେକ୍ ସଃବୁ ସଃତ୍ କାମାର୍ ଜୟ୍ଗ୍ ନୟ୍ଲାର୍ ।


