ସାଅଁସାର୍ ହଡ଼କଲଃ ଆଲ୍ପେ ଜକାନାଃ
14ଅକନ୍କ ଖ୍ରୀଷ୍ଟ୍କେ କାକ ବିଶ୍ୱାସ୍ତାନା, ଇନ୍କୁଲଃ ମିଦ୍ଜକାତେ କାମି ନାଗେନ୍ତେ ଆଲ୍ପେ ସାନାଙ୍ଗ୍ଆଁଃ । ନେ'ଲେକା ଚିଉଲାଅ କା ହବାଦାଡ଼ିୟଃଆ, ଚିୟାଃଚି ଧାର୍ମାନ୍ ଆଡଃ କା ଧାର୍ମାନ୍କଲଃ ଚିକାନ୍ ସାଙ୍ଗାତି ? ମାର୍ସାଲ୍ ଆଡଃ ନୁବାଃ ଚିଲ୍କାତେ ମିଦ୍ରେ ତାଇନା ? 15ଖ୍ରୀଷ୍ଟ୍ ଆଡଃ ସାଏତାନ୍ ଚିଲ୍କାତେ ମିଦେନାକିନ୍ ? କା ବିଶ୍ୱାସ୍ ତାନ୍ନିଃଲଃ ବିଶ୍ୱାସ୍ତାନ୍ନିଃ ଚିକାନ୍ ବିଷାଏରେ ମେସା ଦାଡ଼ିନାଃ ? 16ସାଅଁସାର୍କଆଃ ମୁରୁତ୍କଲଃ ପାର୍ମେଶ୍ୱାର୍ଆଃ ମାନ୍ଦିର୍ ଚିଲ୍କାତେ ମେସାଅଃଆ ? ଆବୁଦ ଜୀନିଦ୍ ପାର୍ମେଶ୍ୱାର୍ଆଃ ମାନ୍ଦିର୍ ତାନ୍ବୁ, ଚିୟାଃଚି ପାର୍ମେଶ୍ୱାର୍ ଆଇଃକ୍ଗି କାଜିକାଦା, “ଆଇଙ୍ଗ୍ ଆଇଁୟାଃ ହଡ଼କଲଃ ତାଇନାଇଙ୍ଗ୍ ଆଡଃ ଇନ୍କୁଆଃ ଥାଲାରିଙ୍ଗ୍ ହନର୍ ବାଡ଼ାଏୟା ଆଡଃ ଆଇଙ୍ଗ୍ ଇନ୍କୁଆଃ ପାର୍ମେଶ୍ୱାର୍ ହବାଅଃଆଇଙ୍ଗ୍ ଆଡଃ ଇନ୍କୁ ଆଇଁୟାଃ ଆପ୍ନାଃ ହଡ଼କ ହବାଅଃଆକ ।” 17ଏନାତେ ପ୍ରାଭୁ କାଜିୟାଃଏ, “ଇନ୍କୁକେ ବାଗିତାକପେ ଆଡଃ ଇନ୍କୁତାଃଏତେ ଆତମେନ୍ପେ । ସତ୍ରା ବିଷାଏଲଃ ନାତା ଆଲ୍ପେ ଦହଏଆ, ଏନାରେ ଆଇଙ୍ଗ୍ ଆପେକେଇଙ୍ଗ୍ ଦାରମ୍ପେୟା । 18ଆଇଙ୍ଗ୍ ଆପେୟାଃ ଆପୁ ଆଡଃ ଆପେ ଆଇଁୟାଃ କଡ଼ାହନ୍କ ଆଡଃ କୁଡ଼ିହନ୍କ ହବାଅଃଆପେ, ପେଡ଼େୟାନ୍ ପ୍ରାଭୁ ନେଆଁଁଏ କାଜିତାନା ।”
1ହେ ଦୁଲାଡ଼୍ ହାଗା ମିଶିକ, ନେ ସବେନ୍ ବାନାର୍ସା ଆବୁ ପାର୍ମେଶ୍ୱାର୍ତାଃଏତେ ନାମାକାଦାବୁ । ଏନାତେ ଏଲା ହିଜୁଃପେ, ହଡ଼୍ମ ଆଡଃ ଆତ୍ମାକେ ସତ୍ରାଏତାନ୍ ସବେନ୍ ବିଷାଏତେ ଆପାନ୍କେ ଫାର୍ଚିନ୍ପେ । ଆଡଃ ପାର୍ମେଶ୍ୱାର୍କେ ବରଭାକ୍ତିତାନ୍ଲଃ ପୁରାଗି ପାବିତାର୍କେଦ୍ତେ ତାଇନାବୁ ।


