ଆପେ ଜୀଉବାଞ୍ଚାଅ ନାମେ ନାଗେନ୍ତେପେ ସାଲାକାନା
13ମେନ୍ଦ ହେ ପ୍ରାଭୁଆଃ ଦୁଲାଡ଼୍ ହାଗାକ, ଆଲେ ଆପେ ନାଗେନ୍ତେ ସବେନ୍ ଇମ୍ତା ପାର୍ମେଶ୍ୱାର୍କେ ଧାନ୍ୟାବାଦ୍ ଏମ୍ ଲାଗାତିଙ୍ଗ୍ୟାଁଃ । ଚିୟାଃଚି ପାବିତାର୍ ଆତ୍ମାରାଃ ପେଡ଼େଃତେ, ଆଡଃ ସାନାର୍ତିରାଃ ବିଶ୍ୱାସ୍ତେ ଜୀଉବାଞ୍ଚାଅ ନାମେ ନାଗେନ୍ତେ ପାର୍ମେଶ୍ୱାର୍ ଆପେକେ ମୁନୁଏତେ ଆୟାଃ ପାବିତାର୍ ହଡ଼ ମେନ୍ତେ ସାଲାକାଦ୍ପେୟା । 14ଆଲେ ଆପେତାଃରେ ଅକନ୍ ସୁକୁକାଜି ଉଦୁବ୍କାଦାଲେ, ଏନା ହରାତେ ପାର୍ମେଶ୍ୱାର୍ ଆପେକେ ଏନ୍ ସୁକୁକାଜି ନାଗେନ୍ତେ କେଡ଼ାକାଦ୍ପେୟା । ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ଆଃ ମାନାରାଙ୍ଗ୍ରେୟାଃ ହିସା ହବାଅଃ ନାଗେନ୍ତେ ଇନିଃ ଆପେକେ କେଡ଼ାକାଦ୍ପେୟା । 15ଏନା ନାଗେନ୍ତେ, ହେ ହାଗା ମିଶିକ, ଆଲେୟାଃ ଇନିତୁ ଆଡଃ ଆଲେୟାଃ ଅନଲ୍ତେ ଆପେ ଇତୁକାନ୍ତେୟାଃ ତିଙ୍ଗୁ କେଟେଦ୍କେଦ୍ତେ ସାବାକାପେ ।
16ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ ଆଇଃକ୍ଗି ଆଡଃ ଆବୁଆଃ ଆପୁ ପାର୍ମେଶ୍ୱାର୍ ଆବୁକେ ଦୁଲାଡ଼୍କେଦ୍ତେ ଆୟାଃ ସାୟାଦ୍ ହରାତେ ଆବୁକେ ଜାନାଅଗି ଜୀଉରାଡ଼େଃ ଆଡଃ ବୁଗିନ୍ ଆସ୍ରା ଏମାକାଦ୍ବୁଆଏ, 17ଇନିଃ ଆପେକେ ସବେନ୍ ଇମ୍ତା ବୁଗିନ୍ କାମି ନାଗେନ୍ତେ ଆଡଃ ସାର୍ତି କାଜି ନାଙ୍ଗ୍ ପେଡ଼େଃ ଆଡଃ ଜୀଉରେ ରାସ୍କା ଏମାପେକାଏ ।


