ରୋମ୍ ନାଗାର୍ତେ ସେନଃନାଙ୍ଗ୍ ପାଉଲୁସ୍ଆଃ ଉହାଟ୍
22ଏନାମେନ୍ତେ ଆଇଙ୍ଗ୍କେ ଆପେତାଃତେ ସେନ୍ ନାଗେନ୍ତେ ପୁରାଃସାଃ କାଜିକଟଙ୍ଗ୍ ନାମାକାଦାଇଙ୍ଗ୍ । 23ମେନ୍ଦ ନେ ପାର୍ଗାନ୍କରେ ଆଇଁୟାଃ କାମିକ ପୁରାୟାନା ଆଡଃ ଆପେକେ ନେନେଲ୍ ନାଗେନ୍ତେ ପୁରାଃ ବାରାଷ୍ରେୟାଃ ଆସ୍ରା ନାହାଃଁଦ ପୁରାଅଃଆ । 24ଆଇଙ୍ଗ୍ ସ୍ପେନ୍ତେ ସେନଃ ହରାରେ ଆପେଲଃ ନେପେଲ୍କେଦ୍ତେଇଙ୍ଗ୍ ହିଜୁଃଆ ମେନ୍ତେଇଙ୍ଗ୍ ଉଡ଼ୁଃକାଦା । ଆପେତାଃରେ ଘାଡ଼ିକାଦ୍ ତାଇନ୍କେଦ୍ତେ ସ୍ପେନ୍ତେ ସେନଃ ନାଙ୍ଗ୍ ଦେଙ୍ଗାଇୟାଁଃପେ ମେନ୍ତେଇଙ୍ଗ୍ ଆସ୍ରାତାନା । 25ମେନ୍ଦ ନାହାଁଃ ଆଇଙ୍ଗ୍ ପାର୍ମେଶ୍ୱାର୍ଆଃ ହଡ଼କଆଃ ସୁସାର୍ ନାଗେନ୍ତେ ଯୀରୁଶାଲେମ୍ତେ ସେନଃ ନାଗେନ୍ତେଇଙ୍ଗ୍ ଅଡଙ୍ଗ୍ଆଁକାନା । 26ଚିଆଃଚି ଯୀରୁଶାଲେମ୍ରେ ପାର୍ମେଶ୍ୱାର୍ଆଃ ହଡ଼କ ଜାଞ୍ଜିଆକାନାକ, ଇନ୍କୁଆଃ ନାଙ୍ଗ୍ ଦାନ୍ ଏମ୍କେଦ୍ତେ ଦେଙ୍ଗାକ ନାଗେନ୍ତେ ମାକିଦନିଆ ଆଡଃ ଆଖାୟାରାଃ କାଲିସିୟାରେନ୍ ହଡ଼କ ଉହାଟ୍କାଦାକ । 27ନେଆଁଦ ଇନ୍କୁ ଆପ୍ନାଃ ଇଛାସାନାଙ୍ଗ୍ତେ ଉହାଟ୍କାଦାକ, ମେନ୍ଦ ଇନ୍କୁ ସାଅଁସାର୍ ହଡ଼କଆଃ ଆୟାର୍ରେ ହଗି ରିଣୀକାନାକ, ଚିଆଃଚି ଯିହୁଦୀ ହଡ଼କ ଆକଆଃ ଆପ୍ନାଃ ଆତ୍ମିକ୍ରେୟାଃ ଆଶିଷ୍ରେ ସାଅଁସାର୍ ହଡ଼କକେ ହିସା ଏମାକାଦ୍କ ହରାତେ, ସାଅଁସାର୍ ହଡ଼କ ଆପ୍ନାଃ ଟାକା ପାଏସାରେ ହିସା ଏମ୍କେଦ୍ତେ ଯିହୁଦୀ ହଡ଼କକେ ଦେଙ୍ଗା ଏମ୍ ଲାଗାତିଙ୍ଗ୍ୟାଁଃ । 28ଯୀରୁଶାଲେମ୍ରେ ଏନ୍ ଦାନ୍କେ ଏମ୍କେଦ୍ତେ ଆଇଁୟାଃ କାମି ଚାବାକେଦ୍ ତାୟମ୍ତେ, ଆଇଙ୍ଗ୍ ସ୍ପେନ୍ତେ ସେନଃନାଙ୍ଗ୍ ଅଡଙ୍ଗ୍ଅଃଆଇଙ୍ଗ୍ ଆଡଃ ସେନ୍ହରାରେ ଆପେଲଃ ନେପେଲ୍ କେଦ୍ତେଇଙ୍ଗ୍ ହିଜୁଃଆ । 29ଆଇଙ୍ଗ୍ ସାରିକାଦାଇଙ୍ଗ୍, ଆଇଙ୍ଗ୍ ଖ୍ରୀଷ୍ଟ୍ତାଃଏତେ ପୁରାଃ ଆଶିଷ୍ ଆଉକେଦ୍ତେ ଆପେତାଃତେଇଙ୍ଗ୍ ହିଜୁଃଆ । 30ହେ ହାଗା ମିଶିକ, ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ଆଃ ନୁତୁମ୍ତେ ଆଡଃ ପାବିତାର୍ ଆତ୍ମା ଏମାକାଦ୍ ଦୁଲାଡ଼୍ ହରାତେ ଆଇଙ୍ଗ୍ ଆପେକେଇଙ୍ଗ୍ ବିନ୍ତିପେ ତାନା, ଆଇଁୟାଃ ନାଗେନ୍ତେ ପାର୍ମେଶ୍ୱାର୍ତାଃରେ ପୁରାଃ ଇଛାସାନାଙ୍ଗ୍ତେ ବିନ୍ତିପେ । 31ଆଇଙ୍ଗ୍ ଯିହୁଦା ପାର୍ଗାନ୍ରେ କା ବିଶ୍ୱାସ୍ତାନ୍ ହଡ଼କତାଃଏତେ ଜେ'ଲେକା ବାଞ୍ଚାଅକେଦ୍ତେ ତାଇନ୍ ଦାଡ଼ିୟାଇଙ୍ଗ୍ ଆଡଃ ଯୀରୁଶାଲେମ୍ରେ ତାଇନ୍ତାନ୍ ପାର୍ମେଶ୍ୱାର୍ଆଃ ହଡ଼କ ଜେ'ଲେକା ଆଇଁୟାଃ କାମିକେ ସୁକୁଃଆକ ଏନାମେନ୍ତେ ବିନ୍ତିପେ । 32ପାର୍ମେଶ୍ୱାର୍ଆଃ ଇଛାସାନାଙ୍ଗ୍ ହବାଅଃରେଦ, ଆଇଙ୍ଗ୍ ଆପେତାଃତେ ରାସ୍କାତେଇଙ୍ଗ୍ ହିଜୁଃଆ ଆଡଃ ଆପେଲଃ ଘାଡ଼ିକାଦ୍ ତାଇନ୍କେଦ୍ତେ ରାସ୍କାଇଙ୍ଗ୍ ନାମେୟା । 33ଆବୁକେ ଜୀଉସୁକୁ ଏମ୍ତାନ୍ ପାର୍ମେଶ୍ୱାର୍ ଆପେ ସବେନ୍କଲଃ ତାଇନଃକାଏ । ଆମେନ୍ ।


