ପୁର୍ନା ଆରି ନୁଆ ଜିବନ୍
5ତମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ପାପ୍ କାମ୍ କର୍ତେରଇଲାସ୍, ସେଟାମନ୍ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍, ସୁକଲ୍ ନ ରଇବା ଚଲାଚଲ୍ତି, ଗାଗଡର୍ ଲାଲ୍ସାଅଇବାଟା, କାରାପ୍ ବିସଇ ମନ୍ କର୍ବାଟା, ଆରି ଲବ୍ ଅଇବାଟା, ଏ ସବୁ ବିସଇ ପୁତ୍ଲାମନ୍କେ ଜୁଆର୍ କର୍ବାଟା ସଙ୍ଗ୍ ସମାନ୍ । 6ଏ ସବୁ କାମେ ବୁଡିକରି ଜନ୍ଲକ୍ମନ୍ ପର୍ମେସରର୍ କାତା ନ ମାନତ୍, ସେମନ୍କେ ତାର୍ ବଡ୍ ରିସା ଆଇସି । 7ପୁର୍ବେ ତମେ ମିସା ଏ ସବୁ କାମେ ମିସି ରଇକରି ସେନ୍ତାରି ଚଲାଚଲ୍ତି କର୍ତେରଇଲାସ୍ ।
8ମାତର୍ ଏବେ ସେନ୍ତାରି ବିସଇ କରା ନାଇ । ଜେନ୍ତିକି ରିସା ଅଇବାଟା, ଇସାତଲା କର୍ବାଟା, ବିନ୍ଲକ୍କେ ଗିନ୍ କର୍ବାଟା, ନିନ୍ଦାକାତା କଇବାଟା, ଆରି ପିଟ୍ତେ କାତାକଇବାଟା ଚାଡିଦିଆସ୍ । 9ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି, 10ନୁଆ ଚଲାଚଲ୍ତି ଆରାମ୍କରି ଆଚାସ୍ । ପର୍ମେସର୍ ତମ୍କେ ଦେଇରଇବା ଏ ନୁଆ ଚଲାଚଲ୍ତିତେଇ ତମେ ତାର୍ ବିସଇ ଅଦିକ୍ ଅଦିକ୍ ଜାନ୍ସା ଆରି ତାର୍ପାରା ଅଦିକ୍ ଅଦିକ୍ ଅଇଆଇସା । 11ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।
12ତେବେ ପର୍ମେସର୍ ତମ୍କେ ତାର୍ ଲକ୍ ଅଇବାକେ ବାଚିରଇଲାର୍ ପାଇ ଆରି ତମ୍କେ ଆଲାଦ୍ କରି ସୁକଲ୍ ଲକ୍ ଅଇବାକେ ବେଗ୍ଲାଇଲାର୍ ପାଇ, ଦୟା ଦେକାଇବାକେ, ଦରମ୍ ଅଇବାକେ, ନିଚ୍ ଅଇବାକେ, ସୁଆଲ୍ ଅଇବାକେ, ମୁର୍ଚିକରି ରଇବାକେ ଜାଗ୍ରତ୍ ଉଆ । 13ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ । 14ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି । 15ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
16କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ । 17ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍ରୁ ଜିସୁର୍ ନାଉଁଦାରି ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।


