କାରାପ୍ ଲକ୍ ଆରି ଦରମ୍ ଲକ୍
9ଏଟାମନ୍ ସବୁ ଦେକ୍ଲି ଆଚି ଆରି ପୁର୍ତିବିଟାନେ ସବୁଜାକ କାମ୍ କରାଜାଇସି, ତେଇ ମୁଇଁ ମନ୍ଦେଲି ଆଚି; କେବେକେବେ ଗଟେକ୍ ଲକ୍ ଅଲ୍ଗା ଲକର୍ କାରାପ୍ କାମ୍ କର୍ବାକେ ଚିନ୍ତା କର୍ବାଇ। 10ଆରି, କାରାପ୍ ଲକ୍ମନ୍କେ ମସ୍ନେ ତପିଅଇ କରି ମିସା ଅଲ୍ଗାଲକ୍ କେଟ୍ଲେ; ଆରି ବେସିକାମ୍ କର୍ବା ଲକ୍ମନ୍ ସୁକଲ୍ ଜାଗାଇ ଗାଲାଇ ଆରି ନଗରେ ଅନି ଅଲ୍ଗା ଅଇଲେ; ଏଟା ବେକାର୍ସେ। 11କାରାପ୍ କାମ୍ କଲେ ମିସା ଦାପ୍ରେ ଡଣ୍ଡ୍ ନ ଦେବାର୍ ଲାଗି ଲକ୍ମନ୍ କରାପ୍ କାମ୍ କର୍ବାକେ ନ ଚାଡତ୍ । 12ଏଲେମିସା ପାପିଲକ୍ ସଏ ତର୍ କାରାପ୍କାମ୍ କରି ମିସା ଅଦିକ୍ ଦିନ୍ ବଁଞ୍ଚ୍ସି, ଅଇଲେମିସା ମୁଇଁ ଟିକ୍ବାବ୍ରେ ଜାନି ଆଚି, ପର୍ମେସର୍କେ ଡରିକରି ରଇବାଇ ସେମନ୍ ଜନ୍କାମ୍ କଲେମିସା ସିଦ୍ଅଇସି । 13ମାତର୍ କାରାପ୍ ଲକର୍ କାମ୍ ସିଦ୍ ନ ଅଏ, କି ସେ ନିଜର୍ ଚାଇଁପାରା ନିଜର୍ ବଇସ୍କେ ବଡାଇ ନାପାରେ; କାଇକେବଇଲେ ସେ ପର୍ମେସର୍କେ ନ ଡରେ । 14ପୁର୍ତିବି ଟାନେ ଏଟା ଗଟେକ୍ ବେକାର୍ କାମ୍ ଦେକ୍ଲି କେବେକେବେ ଦରମ୍ ଲକ୍କେ କାରାପ୍ ଲକର୍ ଲାଗି କସ୍ଟ ମିଲ୍ସି, ଆରି କେବେକେବେ ଦରମ୍ ଲକର୍ ଲାଗି କାରାପ୍ ଲକ୍କେ କସ୍ଟ ମିଲ୍ସି; ମୁଇଁ କଇଲିନି, ଏଟାମନ୍ ସବୁ ବେକାର୍ସେ । 15ତେବର୍ ପାଇଁ ମୁଇଁ ସାର୍ଦାର୍ ମଇମା କଲି, କାଇକେବଇଲେ କାଇବା ପିଇବାଟା ଆରି ସାଇସାର୍ଦା କର୍ବାଟାକେ ଚାଡିକରି ଆର୍ କାଇ ବିସୟ୍ ମିସା ଏ ଲକ୍ମନ୍କେ ପୁର୍ତିବିଟାନେ ନିମାନ୍ ନାଇଁ; ତେବେ ସେ ପୁର୍ତିବି ତଲେ ପର୍ମେସର୍ତେଇ ଅନି ଆଇଲା ତାର୍ ବଇସ୍ ବିତ୍ରେ ଜେ ଜେ କସ୍ଟ କର୍ସି, ସେ ସବୁତେଇ ଏଟା ସେ ତାର୍ ସଙ୍ଗ୍ ଅଇସି । 16ଜେଡେବେଲେ ମୁଇଁ ଗିଆନର୍ ବିସୟ୍ ଜାନ୍ବାକେ ଆରି ପୁର୍ତିବିଟାନେ ତିଆର୍ ଅଇଲାଟାକେ ଦେକ୍ବାକେ ମନ୍ଦେଲି; କାଇକେବଇଲେ ଦିନ୍ରାତି ଜାକେ ନିଦ୍ନାଇଁ, ସେନ୍ତାରି ଲକ୍ମିସା ଆଚତ୍; 17ସେବେଲେ ମୁଇଁ ପର୍ମେସରର୍ ନିମାନ୍ କାମ୍ ବିସୟ୍ରେ ଜାନ୍ଲି ଜେ, ନର୍ଲକ୍ ପୁର୍ତିବିଟାନେ କୁଟ୍କୁଟା କାମ୍ କରିମିସା କାମର୍ ପଲ୍ ପାଇ ନାପାରେ; କାଇକେବଇଲେ ସେଟା କଜ୍ବାକେ ନର୍ଲକ୍ କେତେକ୍ କସ୍ଟ କଲେମିସା ସେଟାକେ ମିଲାଇ ନାପାରେ; ଆରି ଗିଆନି ଲକ୍ ସେଟା ଜାନ୍ବାକେ ବଲିକରି ଚିନ୍ତା କଲେମିସା ତାର୍ ବିସୟ୍କେ ଜାନି ନାପାରେ ।


