ଦାଙ୍ଗ୍ଡା ଦାଙ୍ଗ୍ଡିକେ ଆଦେସ୍
9ଏ ଦାଙ୍ଗ୍ଡାମନ୍, ତମେ ଦାଙ୍ଗ୍ଡାବେଲେ ସାର୍ଦା କରା ଆରି ଦାଙ୍ଗ୍ଡା ବେଲେ ତମର୍ ମନ୍ ନିକ ରଅ, ଆରି ତମର୍ ମନ୍ ନିକ ରଅ ଆରି ଦେକି ଚାଇଁ କରି ଚାଲା; ମାତର୍ ପର୍ମେସର୍ ଏ ସବୁ ବିସୟ୍କେ ନେଇକରି ଗଟେକ୍ ଦିନେ ବିଚାର୍ ଜାଗାଇ ଡାକ୍ସି, ସେଟାର୍ପାଇଁ ତମେ ଜାଗର୍ତା ସଙ୍ଗେ ରୁଆ। 10ସେଟାର୍ପାଇଁ ନିଜର୍ ମନ୍କେ ରିସା କରାନାଇଁ ଆରି ତମର୍ ଗାଗଡ୍କେ ଦୁକ୍ ଦୁର୍ କରା; କାଇକେବଇଲେ ଦାଙ୍ଗ୍ଡା ବେଲର୍ ଜିବନ୍ ବେକାର୍ସେ ।
1ଆରି, ତମେ ଦାଙ୍ଗ୍ଡା ବେଲେ ଅନି ତମ୍କେ ଗଡ୍ଲା ମାପ୍ରୁକେ ଏତାଆ; କାଇକେବଇଲେ ବଏଁକାର୍ ଦିନ୍ ଆଇଲାନି, ଜନ୍ ବର୍ସେ ତମେ କଇସା, ଏ ବର୍ସେ ମର୍ କିଚି ସୁକ୍ ନାଇଁ ବଲିକରି ସେ ସବୁଜାକ ବରସ୍ ଲଗେ କେଟି ଆଇଲାନି । 2ସେ ସମଏଁ ଆରି ବେଲ୍ ନ ଉଦେ ଆରି ଜନ୍ ଉଜଲ୍ ନଦେଏ, ତାରାମନ୍ ମିସା ଉଜଲ୍ ନ ଦେଅତ୍, ଆରି ପାନି ମାରି ସାର୍ଲା ପଚେ ଆରି ତରେକ୍ ମେଗ୍ ଉଟାଇସି; 3ସେ ଦିନ୍ ଆଇଲେ ବଡ୍ବଡ୍ ସାଲାପ୍ଗର୍ ବାନ୍ଦୁମନ୍ ଏନେତେନେ ପାଲାଇ ବୁଲ୍ବାଇ ଆରି ବପୁ ରଇବା ଲକ୍ମନ୍ ସବୁ ମୁଣ୍ଡ୍ ଲୁଆଁଇ ଦେବାଇ ଆରି ଗର୍ବା ଲକ୍ମନ୍ ଉନା ଅଇବାକେ କାମ୍ ମିସା ଉନା ଅଇସି, ଆରି ଜର୍କା ବାଟେ ଏରିଏରି ଦେକ୍ବା ମାଇଁଜି ଟକିମନ୍ ବାଟ୍ ବାନା ଅଇଜାଇସି 4ଇଣ୍ଡି ଜିବାବାଟର୍ ବାଟ୍ ବନ୍ଦ୍ ଅଇଜାଇସି, ସେ ସମଏଁ ଗର୍ବାଟା ବାଜ୍ବାଟା ଉନା ଅଇଜାଇସି, ଆରି ଚଡଇମନର୍ ସବଦ୍ ସୁନ୍ବାକେ ଲକ୍ମନ୍ ଜାଗିକରି ରଇବାଇ ନାଟ୍ଗିତ୍ କର୍ବା ମାଇଜିମନ୍ କୁରୁପ୍ନାସ୍ ଅଇଜିବାଇ; 5ଆରି, ସେମନ୍ ଉଚା ଜାଗାଇ ଜିବାକେ ଡର୍ବାଇ, ଆରି ବାଟ୍ବାଟେ ଇଣ୍ଡ୍ବାକେ ଡର୍ବାଇ; ଆରି ବାଦାମ୍ ଗଚ୍ ବଡ୍ସି ଆରି ଚିଟ୍କା ନିଜର୍ ବଜ୍ ବେସି ବଜ୍ ଲାଗ୍ସି; ଆରି ତମର୍ ମନ୍ ପୁରା ଅଇଜାଇସି; କାଇକେବଇଲେ ଲକ୍ମନ୍ ନିଜର୍ ସବୁଦିନ୍ ରଇବା ଜାଗାଇ ଜିବାଇ ଆରି ଦୁକର୍ ଲକ୍ମନ୍ ବାଟେ ଗାଟେ କାନ୍ଦିକାନ୍ଦି କରି ବୁଲ୍ବାଇ; 6ସେ ସମଏଁ ରୁପାର୍ ମାଲି ଉଲ୍ଙ୍ଗା ଅଇଜାଇସି, ସୁନାର୍ ଗିନା ନସ୍ଟ ଅଇଜାଇସି, ମାଟିଆଣ୍ଡି ପାନି ଲଗେ ବଁଅଁଲି ଜାଇସି ଆରି କୁଇଁକାଲର୍ ପିଣ୍ଡିଲି ବସ୍ଲି ଜାଇସି; 7ଆରି ଆମର୍ ଗାଗଡ୍ ଆଗର୍ ପାରାସେ ଦୁଲି ଲଗେ ମିସି ଜାଇସି ଆରି ଆତ୍ମା ଦାତା ପର୍ମେସରର୍ ଲଗେ ଜିବନ୍ ବାଉଡି ଜାଇସି। 8ସିକିଆ ଦେଉ କଇଲାନି, ସବୁଜାକ ବେକାର୍ସେ, ସବୁଜାକ ବେକାର୍ସେ।


