ମିସିବିଡିକରି ବଜ୍ ବୁଆ
1ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ । 2ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା । 3ଜେ ନିଜର୍ ବିସଇନେଇ ବଡ୍ ବଲି ବାବ୍ସି, ସତଇସେ ଦେକ୍ଲେ ସେ ବଡ୍ ନଏ । ସେ ନିଜେ ନାଡାଇ ଅଇଲାନି । 4ସବୁ ଲକ୍ ନିଜର୍ ନିଜର୍ ଚଲାଚଲ୍ତି ବିଚାର୍ କରି ଦେକ୍ବାର୍ ଆଚେ । ଜଦି ସେଟା ନିକ ଅଇରଇସି, ତେବେ ସେ ନିଜେ ସାର୍ଦା ଅ । ଆରି ବିନ୍ ଲକର୍ କାମ୍ସଙ୍ଗ୍ ନିଜେ କଲାଟା ସମାନ୍ ନ କର । 5କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ଜିବନେ ଆଇବା ବଜ୍ ବଇବାକେ ପଡ୍ସି ।
6ଜନ୍ ଲକ୍ମନ୍ ବାକିଅଟାନେ ସିକିଆ ପାଇଲାଇନି, ସେମନର୍ଟାନେ ଜନ୍ଟା ଆଚେ, ସେଟା ତାକର୍ ସିକାଉମନର୍ ସଙ୍ଗ୍ ବାଟା କର୍ବାର୍ ଆଚେ ।
7ପରମେସର୍ ନାଡାଇ ନ ଅଏ, ନିଜେ ନାଡାଇ ଉଆ ନାଇ । ଜେ ଜନ୍ଟା ବୁନିରଇସି, ସେ ସମାନ୍ଟା ଆକା କାଟ୍ସି । 8ଜେ ନିଜର୍ ଗାଗଡର୍ ଗୁନ୍ଚଲନ୍ ଇସାବେ ବୁନ୍ସି, ସେ ଗାଗ୍ଡେଅନି ବାରଇବା ମରନର୍ କେତ୍ କାଟ୍ସି । ମାତର୍ ଜେ ଆତ୍ମାର୍ ଇସାବେ ବୁନ୍ସି, ସେ ଆତ୍ମାଇଅନି ବାରଇଲା ନ ସାର୍ବା ଜିବନ୍ପାରା କେତ୍ କାଟ୍ସି । 9ସେଟାର୍ ପାଇ ଆମେ ନିକ କାମ୍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍ଲେ ସେ ସମାନ୍ ବେଲାଇ ପସଲ୍ ପାଇବାର୍ ଅଇସି । 10ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ ।


