ପାଉଲ୍ କେନ୍ତାରି ପେରିତ୍ ସିସ୍ ଅଇଲା
11କାଇକେବଇଲେ, ଏ ବାଇବଇନିମନ୍ ମୁଇ ତମ୍କେ ଜନ୍ ସୁବ୍କବର୍ ଜାନାଇଲିନି, ସେଟା ମୁନୁସର୍ଟାନେଅନି ବାରଏ ନାଇ । 12ତେବେ ମୁଇ ସେଟା ମୁନୁସ୍ ମନର୍ ଟାନେଅନି ପାଇନାଇ, କି କେ ମକେ ସିକାଅତ୍ ନାଇ । ନିଜେ ଜିସୁ କିରିସ୍ଟ ସେଟା ମକେ ଜାନାଇଲା ଆଚେ ।
13ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ । 14ଜିଉଦି ଦରମ୍ ମାନ୍ବା ବେଲେ, ମୁଇ ଦାଙ୍ଗ୍ଡା ବଇସେ ଆମର୍ ଜିଉଦିମନର୍ ବିତ୍ରେ ସବୁକେ ଅନି ଆଗ୍ତୁ ରଇଲି ଆରି ଆମର୍ ଆନିଦାଦିମନ୍ ବିସ୍ବାସ୍ କରି ଆଇତେରଇବା ରିତିନିତି ବେସି ଡାଟ୍ ସଙ୍ଗ୍ ମାନ୍ତେରଇଲି ।
15ମାତର୍ ପରମେସର୍ ତାର୍ ଜିବନ୍ ଦୁକାଇ ମର୍ ମାଆର୍ ଗର୍ବେ ରଇଲା ବେଲେ, ମକେ ବାଚିରଇଲା ଆରି ତାର୍ ସେବା କର୍ବାକେ ଡାକ୍ଲା । 16ଆରି ଜେଡେବେଲେ ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ପର୍ମେସର୍ ମକେ ତାର୍ ପଅକେ ଦେକାଇଲା, । ଏ ବିସଇନେଇ ମୁଇ କାର୍ଲଗେ ଜିବି ଆରି ସେମନ୍ ମକେ ସିକାଇଦେଅତ୍ ବଲି ଚିନ୍ତାକରି ନାଇ । 17ଜେନ୍ତିକି ମର୍ ଆଗ୍ତୁ ଜେତ୍କି ଲକ୍ ପେରିତ୍ ସିସ୍ ଅଇରଇଲାଇ, ସେମନର୍ ସଙ୍ଗ୍ ମିସ୍ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍ରେ ବାରଇ ଆରବ୍ ଦେସେ ଉଟିଗାଲି । ଜାଇକରି ଆରିତରେକ୍ ଦାମାସ୍କସେ ବାଉଡି ଆଇଲି । 18ଆରି ତିନ୍ ବରସ୍ ପଚେ ମୁଇ ପିତର୍କେ ବେଟ୍ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍ସଙ୍ଗ୍ ଦୁଇ ଆଟ୍ ରଇଲି । 19ମାତର୍ ମାପ୍ରୁର୍ ବାଇ ଜାକୁବ୍କେ ଚାଡ୍ଲେ ଆରି ମୁଇ କନ୍ ପେରିତ୍ ସିସ୍କେ ମିସା ବେଟ୍ ଅଇନାଇ ।
20ମୁଇ ଜେତ୍କି ବିସଇ ଲେକ୍ଲିନି, ସେଟା ସତ୍, ପରମେସର୍ ଜାନିଆଚେ ମୁଇ କାଇଟା ମିସା ମିଚ୍ କଇନାଇ !
21ତାର୍ପଚେ ମୁଇ ସିରିଆ ଆରି ସିଲିସିଆର୍ ବେସି ଜାଗାଇ ଜାଇରଇଲି । 22ସେବେଲା ଜିଉଦା ରାଇଜେ ରଇଲା କିରସ୍ଟକେ ବିସ୍ବାସ୍ କର୍ବା ମଣ୍ଡଲିର୍ ଲକ୍ମନ୍ ମକେ ନିକସଙ୍ଗ୍ ନାଜାନି ରଇଲାଇ । 23ବିନ୍ ଲକ୍ମନ୍ ମର୍ ବିସଇ ଜାଇଟା କଇରଇଲାଇ, ସେମନ୍ ସେତ୍କିସେ ଜାନିରଇଲାଇ । ବିନ୍ ଲକ୍ମନର୍ଟାନେଅନି ସେମନ୍ ସୁନିରଇଲାଇ କି, ଜନ୍ ଲକ୍ ଗଟେକ୍ ବେଲାଇ ଆମ୍କେ କସ୍ଟ ଦେଇତେ ରଇଲା, ଆମର୍ ଦରମ୍ କୁରୁପ୍ନାସ୍ କରିଦେବାକେ ଚେସ୍ଟା କର୍ତେ ରଇଲା, ଏବେ ସେ ଆକା ମାପ୍ରୁର୍ ସୁବ୍କବର୍ ଜାନାଇଲାନି ! 24ସେଟାର୍ ପାଇ ସେମନ୍ ମର୍ପାଇ ପରମେସରର୍ ଡାକ୍ପୁଟା କର୍ତେରଇଲାଇ ।


