ନିୟମ୍ କି ବିସ୍ବାସ୍
1ଏ ବକୁଆ ଗାଲାତିଅମନ୍ ! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି ? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ । 2ଗଟେକ୍ କାତା ମକେ କଇଦେକାପନି, ମସାର୍ ନିୟମ୍ ମାନ୍ଲାକେ ତମେ ସୁକଲ୍ଆତ୍ମା ପାଇଆଚାସ୍ କି, ସୁବ୍କବର୍ ସୁନି ସେଟା ବିସ୍ବାସ୍ କଲାକେ ? 3ତମେ କେନ୍ତାର୍ ଏତେକ୍ ବୁଦି ନଇଲା ଲକର୍ ପାରା ଅଇଗାଲାସ୍ନି ? ଆତ୍ମାର୍ ବପୁ ପାଇକରି ତମେ ଜନ୍ ବିସ୍ବାସର୍ ଜିବନ୍ ଆରାମ୍ କଲାସ୍, ସେଟା କାଇ ନିଜର୍ ବପୁସଙ୍ଗ୍ ସାରାଇବାକେ ମନ୍କଲାସ୍ନି କି ? 4ସେଟାର୍ପାଇଁ ତମେ ଆଗ୍ତୁ ସିକ୍ଲାଟା ସବୁ ବେକାର୍ କି ? ତେଇଅନି କାଇଟା ମିସା ସିକାସ୍ ନାଇ କି ? 5ପର୍ମେସର୍ କାଇକେ ତାର୍ ଆତ୍ମା ଦେଇ ତମର୍ ବିତ୍ରେ କାବାଅଇଜିବା କାମ୍ମନ୍ କଲା ? ତମେ ମସାର୍ ନିୟମ୍ ମାନ୍ଲାର୍ ପାଇ କି ଜନ୍ ସୁବ୍କବର୍ ତମ୍କେ ଜାନାଇରଇଲାଇ ସେଟା ବିସ୍ବାସ୍ କଲାକେ ?
6ଅବ୍ରାଆମର୍ କାତା ଏତାଇ ଦେକା । ସାସ୍ତରେ ଲେକାଆଚେ, “ସେ ପର୍ମେସର୍ କଇଲା ବିସଇ ବିସ୍ବାସ୍ କଲା । ଆରି ତାର୍ ବିସ୍ବାସର୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଲେକା କଲା ।” 7ଜନ୍ ଲକ୍ମନ୍ ବିସ୍ବାସ୍ କର୍ବାଇ, ସେମନ୍ସେ ଅବ୍ରାଆମର୍ କୁଟୁମର୍ ଲକ୍ । ଏଟା ତମେ ଜାନ୍ବାର୍ ଆଚେ । 8ପୁର୍ବେଅନି ଦରମ୍ ସାସ୍ତରେ ଲେକାଅଇଲା ଆଚେ ଜେ, ବିସ୍ବାସ୍ କଲେସେ ପରମେସର୍ ଜିଉଦିନଇଲା ଲକ୍ମନ୍କେ ମିସା ଦରମ୍ ଲକ୍ ଇସାବେ ଲେକା କର୍ସି । ପରମେସର୍ ତମର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ସି । ଏ କବର୍ ପର୍ତୁମ୍ ଅବ୍ରାଆମ୍କେ ଜାନାଇ ଦିଆଅଇରଇଲା । 9ଅବ୍ରାଆମ୍ ବିସ୍ବାସ୍ କରି ଆସିର୍ବାଦ୍ ପାଇରଇଲା । ସେଟାର୍ ପାଇ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଲକ୍ ତାର୍ ପାରା ଆସିର୍ବାଦ୍ ପାଇବାଇ ।
10ଜନ୍ ଲକ୍ମନ୍ ରିତିନିତିର୍ ନିୟମ୍ ମାନ୍ଲୁନି ବଲି ବଡ୍ପନ୍ ଅଇବାଇ, ସେମନ୍ ସାଇପ୍ ପାଇବାଇ । କାଇକେ ବଇଲେ ଦରମ୍ସାସ୍ତରେ ଲେକାଆଚେ, “ମସାର୍ ନିୟମ୍ ବଇଟାନେ ଜାଇଟା ସବୁ ଲେକାଅଇଲା ଆଚେ, ଜଦି କେ ସେଟା ପୁରାପୁରୁନ୍ ନ ମାନେ, ସେ ପରମେସରର୍ ସାଇପ୍ ପାଇସି ।” 11ଏଟା ନିକସଙ୍ଗ୍ ଜାନାପଡ୍ଲାନି । ରିତିନିତିର୍ ନିୟମ୍ ମାନିକରି କେ ମିସା ପର୍ମେସରର୍ ମୁଆଟେ ଦରମ୍ ବଲାଇଅଇ ନ ଅଅତ୍ । କାଇକେବଇଲେ ଦରମ୍ ଲକ୍ ବିସ୍ବାସର୍ ଲାଗି ବଁଚ୍ବାଇ । 12ନିୟମ୍ ମାନ୍ବାଟା ଆରି ବିସ୍ବାସ୍ କର୍ବାଟା ଦୁଇଟା ମୁଲ୍କେ ନ ମିସେ । ଦରମ୍ ସାସ୍ତରେ ଲେକାଆଚେ, ଜନ୍ ଲକ୍ ନିୟମର୍ ଦାବି ଇସାବେ କାମ୍ କର୍ସି ସେ ଜିବନ୍ ପାଇସି ।
13ଆମେ କେ ମିସା ନିଅମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇଁ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍ ! 14ଅବ୍ରାଆମ୍ ଜନ୍ ଆସିର୍ବାଦ୍ କର୍ବାକେ ସପତ୍ କରିରଇଲା ଜିଉଦି ନଇଲା ଲକ୍ମନ୍ ମିସା ସେଟା ପାଇବାଇ, ସେଟାର୍ ପାଇ କିରିସ୍ଟ ଏ କାମ୍ କଲାଆଚେ । ସେଟାର୍ ପାଇ ବିସ୍ବାସ୍ କରି ଆମେ ମିସା ପରମେସରର୍ କାତା ଦେଲା ଇସାବେ ସୁକଲ୍ଆତ୍ମା ପାଇପାରୁ ।


