ଇସ୍‌ରାଏଲର୍ ପାପ୍ କାମ୍

1ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ମୁଇଁ ଜନ୍ ରାଜିନାମା ଚିଟିଲେକି କରି ତମର୍ ଆୟାକେ ଚାଡିଆଚି, ସେ ରାଜିନାମା ଚିଟି କେନେ? ଆରି ମର୍‌ ବେବାର୍‌ ବାଟ୍ କରୁମନର୍‌ ବିତ୍‌ରେଅନି କାର୍ ଲଗେ ତମ୍‌କେ ବିକି ଆଚି? ଦେକା, ତମେ ନିଜର୍‌ କାରାପ୍ କାମର୍ ପାଇଁ ବିକିଅଇ ରଇଲାସ୍ ଆରି ତମର୍ ଅଦରମର୍ କାମର୍ ପାଇଁ ତମର୍ ମାଆ ଚାଡିଜାଇ ରଇଲା । 2ମୁଇଁ ଆଇବା ବେଲେ କାଇକେ କେ ମିସା ନ ରଇଲାସ୍ ମୁଇଁ ଡାକ୍‌ବା ବେଲେ କାଇକେ କେ ମିସା ଉତର୍ ଦେବାକେ ନ ରଇଲାସ୍? ମର୍ ଆତ୍ କାଇ ଚଟ୍‌ ଅଇ ଆଚେ ଜେ, ସେଟାକେ ମୁକ୍‌ଲାଇ ନାପାରେ? କି ଉଦାର୍ କର୍‌ବାକେ କାଇ ମକେ ବପୁ ନାଇଁ? ଦେକା, ମୁଇଁ ମର୍ ଦମକ୍‌ ସଙ୍ଗ୍ ସମ୍‌ଦୁର୍‌କେ ସୁକାଇବି, ଆରି ଗାଡ୍‌ନାଲ୍‌ ସବୁକେ ଡଙ୍ଗର୍ କର୍‌ବି; ତେଇ ରଇବା ମାଚ୍‌ମନ୍‌ ସବୁ ପାନି ଆଁଟି ସୁକି ଗାଲେ ସସ୍‌କେ ମରି ଜାଇ ବାସ୍‌ନା ଅଇବାଇ । 3ଆମେ ଆକାସ୍ ମଣ୍ଡଲ୍‌କେ କାଲିଆ ବସ୍‌ତର୍‌ ପିନ୍ଦାଇବି ଆରି ସାନ୍ ବସ୍‌ତର୍‌ ସଙ୍ଗେ ସବୁକେ ଡାବ୍‌ବି ।