ପର୍ମେସର୍ ସବୁଜାତିକେ ମିସାଇସି
1ସବୁବେଲର୍ ମାପ୍ରୁ ଏ କାତା କଇଲାନି, ତମେ ବଲ୍ମନ୍ଦ୍ ବିଚାର୍ କରା ; ଦରମ୍ କାମ୍କରା କାଇକେ ବଇଲେ ଆମର୍ ମୁକ୍ତି ଆଇବାଟା ଆରି ଆମର୍ ଦରମର୍ ବିସୟ୍ରେ ଜାନାଇବାଟା ଲଗେ କେଟ୍ଲା । 2ଜନ୍ଲକ୍ ଏଟା କର୍ସି ଆରି ଜନ୍ଲକ୍ ଏଟା ଡାଟ୍ସଙ୍ଗ୍ ମାନେ; ଜେ ବିସ୍ରାମ୍ବାର୍ ପାଲନ୍ କରି ସେଟା ଅସୁଚି ନ କରେ ଆରି ସବୁ ରକାମର୍ କାରାପ୍ କାମେ ଅନି ନିଜର୍ ଆତ୍କେ ନ ଲାମାଏଁ, ସେ କେଡେ କରମର୍ ଲକ୍ । 3ସତ୍ୟ୍ ସବୁବେଲର୍ ମାପ୍ରୁ ନିଜର୍ ଲକ୍ମନର୍ ତେଇଅନି ମକେ ଅଲ୍ଗା କର୍ସି, ଏଟା ସବୁବେଲର୍ ମାପ୍ରୁର୍ ତେଇ ଆସା ପର୍ଦସି ଲକ୍ମନ୍କେ ଗଟେକ୍ଲଗେ ନ ମିସାଅ; ଆରି ଦେକା, ମୁଇଁ ଗଟେକ୍ ସୁକ୍ଲା ଗଚ୍, ଏଟା ବେଜୁ ନ ଅଏ । 4କାଇକେ ବଇଲେ ବେଜୁମନର୍ ବିସଇରେ ସବୁବେଲର୍ ମାପ୍ରୁ ଏ କାତା କଇଲାନି, ଜନ୍ ଲକ୍ମନ୍ ଆମର୍ ବିସ୍ରାମ୍ ଦିନ୍ ପାଲନ୍ କଲାଇନି ଆରି ଆମର୍ ସାନ୍ତିର୍ ବିସଇ ବାଚି ଆଚତ୍ ଆରି ଆମର୍ ନିଅମ୍ ପାଲନ୍ କର୍ବାଇ; 5ସେମନ୍କେ ଆମେ ଆମର୍ ଗର୍ ବିତ୍ରେ ଆରି ଆମର୍ ପାଚୁରି ବିତ୍ରେ ପିଲାଟକି ମନର୍ ତେଇଅନି ନିମାନ୍ ଏତାଇ ରଇବା କୁନାଦି ଆରି ନାଉଁ ଦେବୁ; ଆମେ ସେମନ୍କେ ସବୁବେଲେ ରଇବା ନାଉଁ ଦେବୁ, ସେଟା କାଟି ନ ଅଏ । 6ଆରି, ଜନ୍ ବିନ୍ ଦେସର୍ ଲକ୍ମନ୍ ସବୁବେଲର୍ ମାପ୍ରୁର୍ ନାଉଁରେ ସେବା କର୍ବାକେ ଆରି ସବୁବେଲର୍ ମାପ୍ରୁର୍ ନାଉଁକେ ନିଜର୍ କର୍ବାକେ ଆରି ତାର୍ ଦାଙ୍ଗ୍ଡା ଅଇବାକେ ସବୁବେଲର୍ ମାପ୍ରୁର୍ ଲଗେ ଆସା କର୍ବାଇ, କଇବାକେ ଗାଲେ ଜନ୍ ଲକ୍ମନ୍ ବିସ୍ରାମ୍ ଦିନ୍ ପାଲନ୍ କରି ସେଟା ଅସୁଚି ନ କରତ୍ ଆରି ଆମର୍ ନିଅମ୍କେ ଲାଡ୍ କର୍ବାଇ; 7ସେ ସବୁ ଲକ୍କେ ଆମେ ନିଜର୍ ସୁକଲ୍ ପର୍ବତେ ଆନ୍ବି ଆରି ମର୍ ପାର୍ତନା ଗରେ ସେମନ୍କେ ସାର୍ଦା କରାଇବି; ସେମନର୍ ଅମ୍ବଲି ଆରି ସର୍ପିଦେଲା ବଲି ସବୁ ମର୍ ଜଗିଅବେଦି ଉପ୍ରେ ସାନ୍ତି ଅଇସି; କାଇକେ ବଇଲେ ମର୍ ଗର୍ ସର୍ତେ କୁଟୁମର୍ ଲକ୍ମନର୍ ପାର୍ତା ଗର୍ ବଲି ଡାକ୍ପୁଟା ଅଇସି । 8ଜେ ଇସ୍ରାଏଲର୍ ଦୁରିକେ ରଇବା ଲକ୍ମନ୍କେ ଜମାଇଁସି, ସେ ମାପ୍ରୁ, ସବୁବେଲର୍ ମାପ୍ରୁ କଇଲାନି, ତାର୍ ଜମାଇଁଲା ନିଜର୍ ଲକ୍କେ ଚାଡିଦେଲେ ଆମେ ଅଲ୍ଗା ଲକ୍ମନ୍କେ ତାର୍ ଲଗେ ଜମାଉଁ ।


