ଇସ୍ରାଏଲର୍ ମିଚ୍ ପୁତ୍ଲା ପୁଜା
1ଦରମ୍ ଲକ୍ମନ୍ କୁରୁପ୍ନାସ୍ ଅଇଲାଇ ଆଚତ୍ ଆରି ସେ ବିସଇରେ କେ ମିସା ମନ୍ଦିଆନ୍ ଦେଅତ୍ ନାଇଁ ; ଆରି, ସେ ଲକ୍ମନ୍କେ ନେଲାଇ ଆଚତ୍, ଦରମ୍ ଲକ୍ମନ୍ ଜେ ଆଇଲା ବିପଦେ ଅନି ନେଇ ଜାଇ ଆଚତ୍, ଏଟାକେ ତମେ ଆଲ୍ଚନା କରାସ୍ ନାଇଁ । 2ସେ ସାନ୍ତି ସଙ୍ଗ୍ ପୁର୍ସି; ଦରମ୍ ବାଟେ ଜିବା ସବୁଲକ୍ ନିଜର୍ ନିଜର୍ ଅଚ୍ନାଇ ପୁଣ୍ଡ୍ବାଇ । 3ଏ ଦିସାରି ମନର୍ ପିଲାମନ୍, ପାଦ୍ରି ଆରି ଦାରିଆନି ବଁସ୍, ତମେ ଲଗେ ଆସା । 4ତମେ କାକେ କିଆଲି ଟାପ୍ରା କଲାସ୍ନି? ତମେ କାର୍ବାଟେ ଟଣ୍ଡ୍ ପାଡି କରି ଜିବ୍ ଲାମାଇ ଲାସ୍ନି? ତମେ କାଇ ଅଦରମ୍ ଲକ୍ମନ୍ ଆରି ସତ୍ ନଅଲା ବଁସ୍ ନୁଆସ୍? 5ତମେ ଅଲନ୍ ଗଚ୍ମନର୍ ବିତ୍ରେ, ସବୁ ଅରିପୁର୍ନ ଗଚ୍ତଲେ ଆସା ରକାମର୍ ନାଲା ନଇଲାତେଇ ତମ୍କେ କାଇ ଉକ୍ଲାଉ ନାଇଁ; ତମେ କେତେକ୍ ଡଙ୍ଗର୍ ଜଲା, ରାଙ୍ଗ୍ନି ମନର୍ ମଞ୍ଜାର୍ ତଲେ ପିଲାମନ୍କେ କାଇ ମର୍ତେ ମାରାସ୍ନାଇଁ? 6ଡଙ୍ଗର୍ ଜଲାର୍ ଚିକ୍ନା ରାଙ୍ଗ୍ନି ପାକ୍ନା ସବୁ ବିତ୍ରେ ତମର୍ ବାଗ୍, ସେସବୁ ତମର୍ ଅଦିକାର୍; ଆରି, ସେମନର୍ ଉଦେସେ ତମେ କାଇଲା ନଇବେଦିଅ ଡାଲିଆଚାସ୍, ନଇବେଦିଅ ଚଗାଇଆଚାସ୍ । ଏସବୁର୍ ପାଇଁ ଆମେ କାଇ ସାଇଜ ଅଇବୁ? 7ଉଚା ଆରି ଉନତି ପର୍ବତ୍ ଉପ୍ରେ ତମେ ନିଜର୍ ଅଚ୍ନା ଅଚାଇ ଆଚାସ୍; ସେ ଜାଗାକେ ମିସା ତମେ ବଲି କର୍ବାକେ ଜାଇ ଆଚାସ୍ । 8ଆରି, କାପାଟ୍ ଆରି ଦୁଆର୍ବନ୍ଦ୍ ପଚ୍ବାଟେ ତମେ ତମର୍ ଏତାଇବା କୁନାଦି ତିଆର୍ କରି ଆଚାସ୍; କାଇକେ ବଇଲେ ତମେ ଆମ୍କେ ଚାଡି ଅଲ୍ଗା ତେଇ ନିଜ୍କେ ନ ଡାବିକରି ଉପର୍କେ ଜାଇ ଆଚାସ୍; ତମେ ନିଜର୍ ଅଚ୍ନା ବଡାଇ ସେମନର୍ ସଙ୍ଗେ ନିଅମ୍ କରିଆଚାସ୍; ତମେ କନ୍ତେଇ ସେମନର୍ ଅଚ୍ନା ଦେକ୍ଲାସ୍, ସେଟା ନିମାନ୍ ବଲିକରି କଇଲାସ୍ନି । 9ଆରି, ତମେ ଚିକନ୍ ଗେନି ରାଜାର୍ ଲଗେ ଜାଇ ଆଚାସ୍ ଆରି ନିଜର୍ ବାସ୍ନା ଦିନ୍ସୁ ଅଦିକ୍ କରି ଆଚାସ୍, ଆରି ତମର୍ ଦୁର୍ ଦେସେ ନିଜର୍ ଦୁତ୍ମନ୍କେ ପାଟାଇ ଆଚାସ୍ ଆରି ପାତାଲ୍ ପୁର୍ଜା ଅନିଆଇ କଲାଇ ଆଚତ୍ । 10ତମେ ନିଜର୍ ବାଟର୍ ଅସାର୍ ଲାଗି ତାକି ଜାଇ ରଇଲାସ୍, ଏଲେମିସା ଆରି ଆସା ନାଇଁ ବଲି କୁଆସ୍ ନାଇଁ, ତମର୍ ବପୁ ଅଦିକ୍ ଅଇଲା ବଲି ବଡ୍ପନ୍ ଅଇଲାସ୍, ସେଟାର୍ପାଇଁ ତମେ ତାକାସ୍ ନାଇଁ । 11ଆରି, କାର୍ପାଇଁ ତମେ ଏରାକାମ୍ ଡର୍ଲାସ୍ ଆରି ତର୍ତରି ଗାଲାସ୍ , ତମେ ମିଚ୍ କଇ ଆଚାସ୍ ଆରି ଆମ୍କେ ଏତାଆସ୍ ନାଇଁ, କି ନିଜର୍ ମନ୍ ତେଇ ଦିଆସ୍ ନାଇଁ ଆମେ କାଇ ବେସି ଦିନ୍ ଚୁପ୍ଚାପ୍ ରଉନାଇଁ, ତେବେ ତମେ କାଇ ଆମ୍କେ ଡରାସ୍ ନାଇଁ? 12ଆମେ ତମର୍ ଦରମ୍କେ ଦେକାଇବୁ; ଆରି, ତମର୍ କାମ୍ସବୁ କାଇ କାମ୍କେ ନ ଆସେ। 13ତୁଇ ଜନ୍ ଲକ୍ମନ୍କେ ଟୁଲିଆଇ ଆଚୁସ୍, ତୁଇ କାନ୍ଦ୍ବାବେଲେ ସେମନ୍ ଉଦାର୍ କରତ୍, ମାତର୍ ପବନ୍ ସେମନ୍କେ ଉଡାଇ ନେଇସି, ଗଟେକ୍ ପୁଣ୍ଡା ବାଉ ସେ ସର୍ତେ ଲକ୍କେ ଦାରି ଜାଇସି, ମାତର୍ ଜନ୍ ଲକ୍ ଆମ୍କେ ପାର୍ତନା କର୍ସି, ସେ ଦେସ୍ ଅଦିକାର୍ କର୍ସି ଆରି ଆମର୍ ସୁକଲ୍ ଡଙ୍ଗ୍ରର୍ ଅଦିକାରି ଅଇସି ।


