ଲକମନର୍‌ ପାପ୍ ଆରି ନିନ୍ଦା

1ଦେକା, ସବୁବେଲର୍ ମାପ୍‌ରୁର୍ ଆତ୍ ଚଟ୍‌ ନାଇଁ ଜେ, ସେ ମୁକ୍‌ତି କରି ନାପାରେ, କି ତାର୍ କାନ୍‌ ବଇରା ନାଇଁ ଜେ, ସେ ସୁନି ନାପାରେ । 2ମାତର୍ ତମର୍ ପାପ୍ ସବୁ, ତମର୍‌ ଆରି ତମର୍ ପର୍‌ମେସରର୍ ବିତ୍‌ରେ ଦୁଇବାଗ୍ କରି ଆଚେ ଆରି ତମର୍ ପାପ୍‌ ସବୁ ତମର୍ ଲଗେଅନି ଦୁରିକେ ଜାଇଆଚେ, ସେଟାର୍‌ପାଇଁ ସେ ସୁନେ ନାଇଁ । 3କାଇକେବଇଲେ ତମର୍ ସବୁଲକର୍ ଆତ୍ ବନି ସଙ୍ଗ୍ ଆରି ତମର୍ ଆଙ୍ଗ୍‌ଟି ସବୁ ପାପ୍‌ କରି ମୁର୍‌କି ଦାର୍‌ଲା ଆଚେ; ତମର୍ ଟଣ୍ଡ୍ ମିଚ୍ କଇ ଆଚେ, ତମର୍ ଜିବ୍ କାରାପ୍ କାତା କଇସି । 4କେ ନିଆଁଇସଙ୍ଗ୍‌ ଗୁଆରି ସୁନେନାଇଁ ଆରି କେ ସତ୍‌ସଙ୍ଗ୍‌ ଗୁଆରି ନ କରେ ; ସେମନ୍ ଚୁଚାଇସେ ଆସା କରି ରଇବାଇ ଆରି ମିଚ୍ କାତା କଇବାଇ; ସେମନ୍ କାରାପ୍‌ଟାକେ ଗର୍‌ବେ ଦାର୍‌ବାଇ ଆରି ଅପ୍‌ରାଦ୍ ଜନମ୍ କର୍‌ବାଇ । 5ସେମନ୍ ବିସ୍ ରଇବା ବିସ୍ ସାଁପ୍‌ ଡିମ୍ ପୁଟାଇବାଇ ଆରି ପାଟ୍‌ମାକଡା ଜାଲ୍ ବୁନ୍‌ବାଇ; ଜେ ସେମନର୍ ଡିମ୍‌ କାଇସି, ସେ ମର୍‌ସି, ଆରି ସେଟା ବଡ୍ ଅଇକରି ପୁଟ୍‌ଲେ ସରି ତେଇଅନି ବିସ୍ ରଇବା ନାଗ୍‌ସାପ୍ ବାରଇସି । 6ସେମନର୍ ବସ୍‌ତର୍ ଜାଲ୍ ପାରାଟା, କି ସେମନ୍‌ ନିଜର୍‌ କାମେ ସେମନ୍‌କେ ଡାବି ନାପାରେ; ସେମନର୍ କାମ୍ ସବୁ ଅଦରମର୍ କାମ୍ ଆରି ସେମନର୍ ଆତେ କାରାପ୍‌ କାମ୍ ରଇସି । 7ସେମନର୍ ପାଦ୍ କାରାପ୍‌ କାମ୍‌ବାଟେ ଜାଇସି ଆରି ସେମନ୍ ଦସ୍‌ ନ କରି ରଇଲା ଲକ୍‌ମନ୍‌କେ ବିନାସ୍ କର୍‌ବାକେ ଜିବାଇ, ସେମନର୍ ଚିନ୍ତା ସବୁ କାରାପ୍ , ସେମନ୍ ଇଣ୍ଡ୍‌ବା ବାଟେ ବିନାସ୍ ରଇସି । 8ସାନ୍ତିର୍ ବାଟ୍ ସେମନ୍ ନାଜାନତ୍ ଆରି ସେମନର୍ ବାଟେ କାଇମିସା ବିଚାର୍ ନାଇଁ; ସେମନ୍ ନିଜର୍ ‌ପାଇଁ କାରାପ୍ ବାଟ୍ କରିଆଚତ୍; ଜେକି ସେବାଟେ ଇଣ୍ଡ୍‌ସି, ସେ ସାନ୍ତି ନାଜାନେ ।