ଇମାନୁଏଲ୍‌ ପର୍‌ମେସରର୍ ଚିନ୍‌

10ତାର୍‌ପଚେ ସବୁବେଲର୍ ମାପ୍‌ରୁ ଆଅସ୍‌କେ ଆର୍‌ ତରେକ୍ କଇଲା, 11ତମେ ସବୁବେଲର୍ ମାପ୍‌ରୁକେ ନିଜର୍ ପର୍‌ମେସର୍‌କେ ଗଟେକ୍ ଚିନ୍ ମାଙ୍ଗା; ସର୍‌ଗର୍‌ ଅ, କି, ପୁର୍‌ତିବିର୍‌ ଅ ଗଟେକ୍, ଚିନ୍ ମାଙ୍ଗ୍‌ । 12ମାତର୍ ଆଅସ୍‌ କଇଲା , ମୁଇଁ ନ ମାଙ୍ଗି କି ସବୁବେଲର୍ ମାପ୍‌ରୁକେ ପରିକା ନ କରି। 13ତାର୍‌ପଚେ ସେ କଇଲା , ଏ ଦାଉଦ୍ ବଁସର୍ କୁଟୁମ୍ , ତମେ ଏବେ ସୁନା; ନର୍‌ଜାତିକେ ଦୁକ୍‌ ଦେବା ପାଇଁ ତମର୍‌ ପାଇଁ ବଲିକରି ସାନ୍ ବିସଇ ବଲିକରି ତମେ ମର୍ ପର୍‌ମେସର୍‌କେ ପରିକା କର୍‌ବାକେ ମନ୍ କଲାସ୍‌ନି କି ? 14ସେଟାର୍ ପାଇଁ ସବୁବେଲର୍ ମାପ୍‌ରୁ ନିଜେ ତମ୍‌କେ ଗଟେକ୍ ଚିନ୍ ଦେଇସି; ଦେକା ଏ ଦାଙ୍ଗ୍‌ଡି ଗାଗ୍‌ଡେ ଅଇକରି ଗଟେକ୍ ପିଲା ଜନମ୍ ଦେଇସି ଆରି ତାର୍ ନାଉଁ ଇମାନୁଏଲ୍ ବଲିକରି ଦେଇସି ତାକେ ଆମର୍ ସଙ୍ଗେ ରଇବାକେ ପର୍‌ମେସର୍ ଚାଡ୍‌ସି। 15କାରାପ୍‌ଟାକେ ଚାଡ୍‌ସି ଆରି ନିମାନ୍‌ଟାକେ ବାଚ୍‌ବାକେ ଜାନ୍‌ବା ବେଲେ ସେ ଦଇ ଆରି ମୁଁ କାଇସି । 16କାଇକେ ବଇଲେ ପିଲା କରାପ୍‌ଟାକେ ଚାଡ୍‌ସି ଆରି ନିମାନ୍‌ଟାକେ ବାଚ୍‌ବାକେ ଜାନ୍‌ବା ଆଗ୍‌ତୁ ଜନ୍‌ ଦେସର୍ ଦୁଇଟା ରାଜାକେ ଗିନ୍‌ କଲାସ୍‌ନି, ସେ ଦେସେ ଲକ୍‌ ବାକ୍ ନ ରଅତ୍‌ । 17ଇପ୍‌ରିଅମ୍ ଜିଉଦାଇ ଅନି ଅଲ୍‌ଗା ଅଇଲା ଦିନେ ଅନି ଏ ରକାମ୍ କେବେ ମିସା ଅଏ ନାଇଁ, ସେ ରକାମ୍ ଦିନ୍ ସବୁବେଲର୍ ମାପ୍‌ରୁ ତମର୍ ପାଇଁ ଆରି ତମର୍ ଲକ୍‌ବାକ୍ ମନର୍ ଲାଗି ଆରି ତମର୍ ଆନିଦାଦି ମନର୍ ପାଇଁ ଗଟାଇସି; କଇବାକେ ଗାଲେ ଅସୁରର୍ ରାଜାକେ ଆନ୍‌ସି। 18ଆରି ,ସେଦିନେ ସବୁବେଲର୍ ମାପ୍‌ରୁ ମିସର୍ ଦେସର୍ ଗାଡ୍‌ମନର୍ ମଚିମନ୍‌କେ ଆରି ଅସୁର୍ ଦେସର୍ ମୁଁମଚିମନ୍‌କେ ସୁଇଟି ମାରିକରି ଡାକ୍‌ସି। 19ତାର୍‌ପଚେ ସେମନ୍ ସବୁ ଲକ୍‌ଜାକ ଆସିକରି ମେଲାନ୍ ବାଟାର୍‌ ମୁଆଟେ ଆରି ପାକ୍‌ନା ପର୍‌ଡେ ଆରି କାଟାର୍ ବନେ ଆରି ଗାଁସ୍‌ ରଇଲା ବୁଏଁ ବସ୍‌ବାଇ। 20ସେ ଦିନେ ମାପ୍‌ରୁ ପରାତ୍ ଗାଡର୍‌ ସେପାଟେ ବାଣ୍ଡାରିକେ ଡାକି ବାଡା ଦେଇକରି, କଇବାକେ ଗାଲେ, ଅସୁରର୍ ରାଜାର୍‌ ଲାଗି ମୁଣ୍ଡ୍ ଆରି ଗାଗଡର୍‌ ବାଲ୍ କୁରାଇସି ଆରି ଚଡ୍‌କେ ମିସା କୁରାଇ କରି ନସ୍‌ଟ କରି ଦେଇସି। 21ସେ ଦିନେ କେଆଲେ ଗଟେକ୍ ଲକ୍ ଗଟେକ୍ ଅସର୍ ଆରି ଦୁଇଟା ମେଣ୍ଡା ପାଲ୍‌ଲା, 22ସେମନର୍ ମନ୍‌ ରଇଲାକି ଦୁଦର୍ ବାଦୁଲେ ସେ ଦଇ କାଇସି; କାଇକେ ବଇଲେ ସେ ଦେସ୍‌ ବିତ୍‌ରେ ଅଦିକ୍‌ ଲକ୍ ଦଇ ଆରି ମୁଁ କାଇବାଇ । 23ଆରି ,ଜେ ଜେ ସେ ଜାଗାଇ ଅଜାର୍‌ଟା ରୁପା ଟାଙ୍ଗାର୍ ଏତ୍‌କି ମୁଲିଅର୍ ଅଙ୍ଗୁର୍ ମାଲ୍ ରଇଲା, ସେଟାମନ୍ ସବୁ ସେଦିନେ, ସେ ସବୁଜାକ ଜାଗା କାନ୍‌କଲି ଆରି କାଟାବୁଟା ଗଚ୍ ଅଇବାଇ। 24ଆରି ସବୁଜାକ ଦେସର୍‌ କାନ୍‌କଲି କାଟାଗଚ୍‌ ଅଇଲାକେ ଲକ୍‌ମନ୍ ଦୁନୁ କାଣ୍ଡ୍‌ ଦାରିକରି ସେ ଜାଗାଇ ଜିବାଇ। 25ଆରି , ଜନ୍‌ ପର୍‌ବତ୍ ମନ୍‌କେ କଡ୍‌କି ସଙ୍ଗେ କାଲ୍ ମାରି ରଇଲାଇ, ତମେ କାନ୍‌କଲି ଆରି କାଟାର୍ ବନ୍‌କେ ଡରିକରି ସେ ଜାଗାଇ ନ ଜାଆସ୍, ମାତର୍ ସେଟା ଗାଇଗରୁମନ୍ ଚାର୍‌ବା ଜାଗା ଆରି ମେଣ୍ଡାମନ୍ ଚାର୍‌ବା ଜାଗା ଅଇସି।