ଜିସାଇଅ ଆରି ତାର୍ ପିଲାମନର୍ ଚିନ୍
1ଆରି, ସବୁବେଲର୍ ମାପ୍ରୁ ମକେ କଇଲା, ତମେ ଗଟେକ୍ ବଡ୍ ପାଟା ନେଇକରି ଲକ୍ମନ୍ ଜାନ୍ଲା ପାରା ଅକିଅର୍ ସଙ୍ଗେ ଲେକ୍, ମଏର ସାଲଲଆସ୍ ବସ୍ ଚରାଇ ରଇବା ଦନ୍ସପତି ଦାପ୍ରେ ଆଇଲାନି , ଚରାଇ ରଇବା ସବୁଜାକ ଦିନ୍ସୁ ପତର୍ ଦାପ୍ରେ ଗାଲାନି; 2ଆରି , ମୁଇଁ ସାକି ଦେଇରଇବା ଉରିଅର୍ ଜାଜକ୍ ଆରି ଜିବରିକିଅର୍ ପିଲା ଜିକରିଅକେ ନିଜର୍ ବିସ୍ବାସ୍ର୍ ସାକି ରକ୍ବି। 3ମୁଇଁ ବବିସତ୍ବକ୍ତି ସଙ୍ଗେ ସୁଆବସା କଲାକେ , ସେ ଗାଗ୍ଡେ ଅଇ କରି ଗଟେକ୍ ପିଲା ଜନମ୍ କଲା। ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ମକେ କଇଲା,ତାର୍ ନାଉଁ ମେଏର ସାଲଲାସ୍ ବସ୍ ବଲିକରି ଦିଆସ୍ । 4କାଇକେବଇଲେ ଏ ପିଲା ଅଇଲାନି ମର୍ ବାବା ଆରି ମର୍ ଆୟା ବଲିକରି ଡାକ୍ବା ଆଗ୍ତୁ ଦମେସକର୍ ସବୁ ଦନ୍ସଁପତି ଆରି ସମରିଅର୍ ଚରାଇ ରଇବା ଦନ୍ସଁପତିକେ ଅସୁର୍ ରାଜାର୍ ଆଗେ ଆଗେ ବଇ ନେବାଇ।


