ଦନିଅ ବାଦର୍ ଗିତ୍
1ସେ ଦିନେ ତମେ କଇସା, ଏ ସବୁବେଲର୍ ମାପ୍ରୁ , ମୁଇ ତକେ ଦନିଅବାଦ୍ କର୍ବି ; କାଇକେ ବଇଲେ ତମେ ମର୍ ଉପ୍ରେ ରିସା ଅଇ ରଇଲାସ୍ , ମାତର୍ ଏବେ ତମେ ରିସା ଉଆସ୍ ନାଇ,ଆରି ତମେ ମକେ ସାନ୍ତନା କରି ଆଚାସ୍ ।
2ଦେକା , ପର୍ମେସର୍ ଆମର୍ ଉଦାର୍ କାରିଆ ; ଆମେ ବିସ୍ବାସ୍ କର୍ବାର୍ ଆଚେ ଆରି ଡର୍ବାର୍ ନାଇଁ; କାଇକେ ବଇଲେ ଜିଅବା ଜିରି ସବୁବେଲର୍ ମାପ୍ରୁ ଆମର୍ ବପୁ ଆରି ଗିତ୍; ଆରି ସେ ଆମର୍ ମନ୍କେ ଉଦାର୍ କଲାଆଚେ। 3ସେଟାର୍ ପାଇଁ ଆମେ ସାର୍ଦା ସଙ୍ଗେ ମନ୍ ବାଉଡାଇ କରି ମୁଆଟେ ରଇବା ମୁକ୍ତି ପାଇବା କୁଇଁକାଲର୍ ପାନି ଜିକ୍ସା। 4ଆରି, ସେ ଦିନେ ତମେ କଇସା, ସବୁବେଲର୍ ମାପ୍ରୁକେ ଦନିଅବାଦ୍ କରା ବଲିକରି, ଆରି ତାର୍ ନାଉଁ ଦାରିକରି ପାର୍ତନା କରା, ଲକ୍ମନର୍ ମୁଆଟେ ତାର୍ କାବା ଅଇଜିବା କାମ୍କେ ଜାନାଆ, ତାର୍ ନାଉଁ ବଡ୍ ବଲିକରି ଡାକ୍ପୁଟା କରା। 5ସବୁବେଲର୍ ମାପ୍ରୁର୍ ଇସାବ୍ରେ ଗିତ୍ଗାଆ; କାଇକେ ବଇଲେ ସେ ମଇମାର୍ କାମ୍ ମନ୍ କଲାଆଚେ, ସେଟାକେ ପୁର୍ତିବିର୍ ସବୁଲକ୍ଜାକ ଜାନତ୍ । 6ଏ ସିଅନ୍ ଦେସେ ବାସା ଅଇରଇବା ଲକ୍ମନ୍ , ତମେ ଆଉଲି ଅଇକରି ସାରାଦା କରା; କାଇକେ ବଇଲେ ଜନ୍ ଲକ୍ ଇସ୍ରାଏଲ୍ ଦେସର୍ ଦରମ୍ କାରିଆ, ସେ ତମର୍ ବିତ୍ରେ ଅନି ବେସି ବଡ୍ଲକ୍।


