ବାବିଲ୍ ଗଡର୍ ଦଣ୍ଡ୍‌

1ବାବିଲ୍ ଗଡର୍ ବିସଇରେ ଜାନାଇଲା କାତା, ଆମସର୍ ପିଲା ଜିସାଇଅ ଏ ଦର୍‌ସନ୍‌ ଦେକି ରଇଲା। 2ତମେ ଗଚ୍‌କୁଟ୍ ନ ରଇବା ଡଙ୍ଗର୍ ଉପ୍‌ରେ ଜେଣ୍ଡା ଟେକା, ଲକ୍‌ମନର୍ ପାଇଁ ଆଉଲି ଅଇକରି କୁଆ, ଆତ୍‌କେ ଜୁଲାଆ, ସେମନ୍ ସାସନ୍ କାରିଆ ମନର୍ ନଗରର୍ ଗରେ ପୁରତ୍। 3ମୁଇଁ ନିଜର୍ ସୁକଲ୍ ଲକ୍‌ମନ୍‌କେ ଆଦେସ୍ ଦେଲିନି, ଉଁ ମୁଇଁ ମର୍ ନିଜର୍ ରିସାକେ ଜାନାଇବାକେ ମର୍ ବପୁ ରଇଲା ଲକ୍‌ମନ୍‌କେ, କାଇକେ ବଇଲେ, ଆମର୍ ସତ୍‌ରେ ସାର୍‌ଦା କର୍‌ବା ଲକ୍‌ମନ୍‌କେ ଡାକି ଆଚି । 4ଡଙ୍ଗର୍‌ ଉପ୍‌ରେ ବେସି ଲକର୍ ଆଉଲି ଅଇବାଟା ସୁନା ଗାଲାନି, ସେ ସବଦ୍ ବେସି ଲକର୍ ଆଉଲି ଅଇବାଟା ପାରା ! ସବୁ ରାଇଜର୍ ଆରି ସବୁଦେସର୍ ଲକ୍‌ ମିସିକରି ଆଉଲି ଅଇଲାପାରା ! ସବୁର୍‌ଟାନେ ଅନି ବପୁ ରଇବା ସବୁବେଲର୍ ମାପ୍‌ରୁ ଜୁଇଦ୍ କର୍‌ବାକେ ସଇନମନ୍‌କେ ଟୁଲିଆଇଲାନି । 5ସେମନ୍, କଇବାକେ ଗାଲେ, ସବୁବେଲର୍ ମାପ୍‌ରୁ ଆରି ତାର୍ ରିସାର୍‌ ପାରା ଅସ୍‌ତର୍‌ ମନ୍ ସବୁଜାକ ଦେସ୍‌କେ କୁରୁପ୍‌ନାସ୍ କର୍‌ବାକେ, ଦୁର୍ ଦେସେ ଅନି, ଆକାସ୍ ମଣ୍ଡଲର୍‌ ସାରାସାରି ଲଗେ ଅନି ଆଇଲାନି । 6ତମେ ଦୁକ୍‌ରେ ଆଉଲି ଉଆ; କାଇକେ ବଇଲେ ସବୁବେଲର୍ ମାପ୍‌ରୁର୍ ଦିନ୍ ଲଗେ କେଟି ଆଇଲାନି; ସବୁର୍‌ଟାନେ ଅନି ବପୁ ରଇବା ମାପ୍‌ରୁର୍ ଟାନେ ଅନି କୁରୁପ୍‌ନାସ୍‌ ଅଇବା ବିଚାର୍‌ନା ଆଇସି । 7ସେଟାର୍ ପାଇଁ ସବୁର୍ ଆତ୍ ଦୁର୍‌ବଲ୍ ପାରା ଅଇସି ଆରି ସବୁ ଲକର୍ ମନ୍ ଡରି ଜାଇକରି ତର୍‌ଲି ଜାଇସି; 8ଆରି , ସେମନ୍ ଡରି ଜିବାଇ; କସ୍‌ଟ ଆରି ବେଦ୍‌ନା ସେମନ୍‌କେ ଦାର୍‌ସି; ସେମନ୍ ପିଲାପାଇବା ମାଇଜି ପାରା ବେସି କସ୍‌ଟ ପାଇବାଇ; ସେମନ୍ ନିଜର୍ ନିଜର୍ ବିସଇର୍ ବିତ୍‌ରେ ଅନି ଡରି ଜିବାଇ; ସେମନର୍ ମୁଉଁକେ ଜୟ୍ ଉମ୍‌ଲା ପାରା ଅଇବାଇ। 9ଦେକା, ଦେସ୍‌କେ କୁରୁପ୍‌ନାସ୍ କର୍‌ବାକେ ଆରି ସେ ବିତ୍‌ରେ ଅନି ପାପିମନ୍‌କେ କୁରୁପ୍‌ନାସ୍ କର୍‌ବାକେ ସବୁବେଲର୍ ମାପ୍‌ରୁର୍ ଦିନ୍ ବଡେ ବଏଁକାର୍; ଆରି ବେସି ରିସା ମିସିକରି ଆଇଲାନି । 10କାଇକେ ବଇଲେ ଆକାସ୍ ମଣ୍ଡଲର୍ ତାରାମନ୍ ଆରି ତେଇର୍ ବଡ୍‌ତାରା ମନ୍ ଉଜଲ୍ ଆରି ନ ଦେଅତ୍; ବେଲ୍ ଉଦ୍‌ବା ବେଲାଇ ଆନ୍ଦାର୍ ଅଇଜାଇସି ଆରି ଜନ୍ ରାତିଆ ତାର୍ ଉଜଲ୍ ଆରି ନ ଦେଏ। 11ଆରି, ମୁଇ ଜଗତର୍ କାରାପ୍‌ କାମର୍ ଲାଗି ଆରି କାରାପ୍ କାମ୍ କର୍‌ବା ଲକ୍‌ମନ୍‌କେ ସେମନର୍ ଅଦରମର୍ ଲାଗି ଡଣ୍ଡ୍‌ ଦେବି ଆରି ମୁଇ ଆଁକ୍‌ରିଆ ଲକ୍‌ମନର୍ ବଡ୍‌ପନ୍ ଅଇବାଟା ନସ୍‌ଟ କର୍‌ବି ଆରି ବଏଁକାର୍ ଲକ୍‌ମନର୍ ବଡ୍‌ପନ୍‌କେ କୁରୁପ୍‌ନାସ୍‌ କର୍‌ବି । 12ମୁଇ ନିକ ସୁନା ଅପେକା ପୁର୍‌ତିବିକେ ଆରି ଅପିରର୍ ନିକ ସୁନାର୍‌ ଟାନେ ଅନି ଲକ୍‌ମନ୍‌କେ ମୁଲିଅ କରୁ। 13ସେଟାର୍ ପାଇଁ ମୁଇ ଆକାସ୍ ମଣ୍ଡଲ୍‌କେ ତଲ୍‌ ଉପର୍‌ କରି ଦେବି, ଆରି ସବୁର୍‌ ତେଇ ଅନି ବଡ୍ ସବୁବେଲର୍ ମାପ୍‌ରୁର୍ ରିସାର୍ ଲାଗି ଆରି ତାକର୍ ବେସି ରିସାର୍ ଦିନେ ପୁର୍‌ତିବି ସବୁ ଜାକ କୁରୁପ୍ ନାସ୍ ଅଇଜାଇସି । 14ତାର୍‌ପଚେ ଏନ୍‌ତି ରକାମ୍ ଗଟ୍‌ସିଜେ, ବାଗ୍ କେଦି ଆନ୍‌ଲେ ପାଲାଇତେ ରଇବା କଟ୍‌ରା ପାରା ଆରି ଗଉଡ୍ ନ ରଇବା ମେଣ୍ଡା ରାସି ପାରା ଲକ୍‌ମନ୍ ନିଜର୍ ନିଜର୍ ଗାଏଁ ବାଉଡି ଜିବାଇ ଆରି ସବୁଲକ୍ ଜାକ ନିଜର୍ ନିଜର୍ ଦେସ୍‌ ବାଟେ ପାଲାଇବାଇ । 15ଜନ୍‌ ଲକ୍ ପାଲାଇବାଟା ଜାନା ପଡ୍‌ଲେ , ତାକେ କାଣ୍ଡ୍‌ ସଙ୍ଗେ ବିନ୍ଦ୍‌ବାଇ ଆରି ଜନ୍‌ଲକ୍ ଦାରାପଡ୍‌ସି, ତାକେ କାଣ୍ଡା ସଙ୍ଗେ ମାରା ଜାଇସି । 16ସେମନର୍ ପିଲାଜିଲା ମନ୍‌କେ ମିସା ସେମନର୍ ଦେକ୍‌ତେ ଟେକି ଚେଚି ଦେବାଇ; ସେ ମନର୍ ଗରର୍ ଜିନିସ୍ ପତର୍ ମିସା ଦାରି ଉଟି ଜିବାଇ ଆରି ସେମନର୍ ମାଇଜି ମନ୍‌କେ ମିସା ନାନା ଆର୍‌ଲା କର୍‌ବାଇ । 17ଦେକା , ମୁଇ ସେମନର୍ ତେଇ ଅନି ମାଦିଅ ମନ୍‌କେ ଉପ୍‌ରେ ଉଟାଉଁ, ସେମନ୍ ରୁପାକେ ନ ଦେକତ୍ କି ସୁନାକେ ସନ୍‌ତୁସ୍‌ଟ ନ ଅଅତ୍ । 18ସେମନର୍ ଦୁନୁ ସେମନର୍ ପିଲା ମନ୍‌କେ ମାରି ପାକାଇସି ଆରି ସେମନର୍ ପେଟ୍‌ ବିତ୍‌ରେ ରଇବା ପିଲାକେ କାଇ ମିସା ଦୟା ନ କରେ , ଦାଙ୍ଗଡା ପିଲାମନର୍ ଲାଗି ସେମନର୍ ଆଁକି ଟାନେ ଦୟା ଇସାବ୍‌ରେ ନ ଦେକତ୍। 19ଆରି ରାଇଜ ମନର୍ ଗଉରବ୍‌ ପାରା ଆରି କଲ୍‌ଦିଅମନର୍ ପାରା ଗରବ୍ ସୁନ୍ଦର୍ ପାରାଜେ ବାବିଲ୍, ସେଟାକେ ପର୍‌ମେସରର୍‌ ଲାଗି ଗଡାଜାଇ ରଇବା ସଦମ୍ ଆରି ଅମରାର୍ ପାରା ଅଇସି। 20ସେଟା କେବେ ମିସା ସବୁଦିନ୍ ରଇବା ଜାଗା ନ ଅଏ, କେ ମିସା ଜୁଗ୍‌ଜୁଗ୍ ଜାକ ତେଇ ବାସା କରି ନ ରଅତ୍; ଆରବିଅ ଲକ୍‌ମନ୍ ତେଇ ତୁମ୍‌ ଟାନି କରି ନାପାରତ୍,କି ମେଣ୍ଡା ଚାରାଉମନ୍ ନିଜର୍ ନିଜର୍ ମେଣ୍ଡା ରାସିକେ ତେଇ ଗଟାନି ନ କରତ୍ । 21ମାତର୍ ବନର୍ ଜିବ୍‌ଜନ୍ତୁମନ୍ ସେ ଜାଗା ତେଇ ସଇବାଇ ଆରି ସେମନର୍ ଗରେ କାନ୍ଦ୍‌ବା ଜିବ୍‌ଜନ୍ତୁ ପୁରାପୁରୁନ୍ ଅଇବାଇ; କଚ ଚଡଇମନ୍ ସେ ଜାଗା ତେଇ ବାସା ଅଇବାଇ ଆରି ଚେଲିମନ୍ ସେ ଜାଗା ତେଇ କଟ୍‌ରାମନ୍ ଚିଲିକ୍‌ ଚିଲିକ୍ ଡେଗଇ ବୁଲ୍‌ବାଇ। 22ଆରି କକର୍‌କଲିଆ ସେମନର୍ ପାର୍ ବିତ୍‌ରେ ଅନି ଆରି କଲିଆମନ୍ ସେମନର୍ ମନ୍ ଇଚାକରି ସୁନ୍ଦର୍ ମେଡ୍‌ଗରେ କାନ୍ଦ୍‌ବାଇ; ସେ ଦିନ୍ ଲଗେ କେଟି ଆଇଲାନି ଆରି ତାର୍ ଦିନ୍ ବେସିଦିନ୍ ଆର୍‌ ନ ଅଏ ।