ଜିରୁସାଲାମର୍ ପାଇଁ ବିଚାର୍ନା
1ଇପ୍ର୍ଇମ୍ କୁରୁପ୍ନାସ୍ ଅଇଜାଇସି ! ଆର୍ ଆସିର୍ବାଦ୍ ଅଙ୍ଗୁର୍ ରସ୍ କାଇବା ନେତାମନର୍ ମୁଣ୍ଡେ ପୁଲର୍ ମୁକୁଟ୍ ପାରା ନସ୍ଟ ଅଇ ଜାଇସି । ସେମନର୍ ଗରବ୍ ମୁଣ୍ଡର୍ ବାସ୍ନା, ମାତର୍ ସେତେଇ ସେମନ୍ ଅଙ୍ଗୁର୍ ରସ୍ କାଇକରି ସଇଲାଇ ଆଚତ୍, ସେମନ୍ ଅବିସାପର୍ ଲକ୍!
2ସବୁବେଲର୍ ମାପ୍ରୁର୍ ଗଟେକ୍ ବପୁରଇବା ଲକ୍ ଆରି ବପୁକାରିଆ ଆଚେ , ଜେକି କାରାପାକ୍ନା ମାର୍ଲା ପାରା ଆରି ପାନି ଆଇଲା ପାରା ଆରି ବେସି ପାନି ପବନ୍ ପାରା ଆସି ଦେସ୍ସାରା କେଲି ଜାଇସି ।
3ଇପ୍ରଇମର ଅଙ୍ଗୁର୍ ରସ୍ କାଇ ମାତ୍ବା ଲକ୍ମନ୍ ପାଇବା ମୁକୁଟ୍ ପାଦ୍ ତଲେ ପାକାଇ ଚକ୍ଟି ଦେଇସି;
4ଆରି , ପଲ୍ପଲ୍ବା ମରୁବାଲି ବୁଇଁର୍ ମୁଣ୍ଡେ ରଇବା ତାର୍ ସୁନ୍ଦର୍ ଜାଉଁଲି ଜାଇ ରଇବା ପୁଲ୍ ପାରା ଅଇସି, କାରାଦିନର୍ ସୁକିଜାଇ ରଇବା ପଲ୍ ପାରା ଅଇସି ; ଜନ୍ ଲକ୍ ମନ୍ ଦେକ୍ବା ଦାପ୍ରେ ଆରି ଆତେ ଦାର୍ଲା ଦାପ୍ରେ କାଇ ଦେଇସି ।
5ଗଟେକ୍ ଦିନ୍ ଆଇସି ସବୁର୍ଟାନୁ ବପୁରଇବା ସବୁବେଲର୍ ମାପ୍ରୁର୍ ଲଗେ ବଁଚି ରଇଲା ଲକ୍ମନର୍ ପାଇଁ ସୁନ୍ଦର୍ ମୁକୁଟ୍ ଆରି ବେସି ବାସ୍ନା ପୁଲ୍ ପାରା ଅଇସି।
6ଆରି ଜନ୍ ଲକ୍ମନ୍ ବିଚାର୍ କାରିଆ ବାବ୍ରେ କାମ୍ କର୍ବାକେ ବସିଆଚତ୍ ସେମନ୍କେ ବିଚାର୍ କର୍ବା ଆତ୍ମା ଆରି ଜନ୍ ଲକ୍ମନ୍ ନଅଁରର୍ ଗେଟ୍ଲଗେ ଜୁଇଦ୍ କରି ବାଉଡି ଉଟି ଆଇବାଇ , ଆରି ସେମନର୍ପାଇଁ ବପୁ ଦେବାଇ ।


