ଦାଉଦ୍ ନଅଁର୍କେ ଡଣ୍ଡ୍
1ଏ ଅରିଏଲ୍, ଅରିଏଲ୍, ଦାଉଦର୍ ଚାଉନି ରଇବା ନଅଁର୍, ବରସ୍କେ ବରସ୍ ମିସ୍ତେ ରଇବାଟା ; ପରବ୍ମନ୍ ତର୍କେ ତର୍ ପାଲି ଇସାବେ ଆସ; 2ସେଟାର୍ ପାଇଁ ଆମେ ଅରିଏଲର୍ ଲାଗି ଦୁକ୍ ଗଟାଇବି ସେଟାର୍ ପାଇଁ ସେ ଦୁକ୍ରେ କାନ୍ଦ୍ବାଇ ଆରି ସେଟା ଆମର୍ ଲାଗି ପର୍ମେସରର୍ ବଲି ସର୍ପି ଦେବା ଜାଗା ପାରା ଅଇସି । 3ଆରି , ଆମେ ଚାରି ବେଟ୍ତିର୍ ବିରୁଦେ ରୁଣ୍ଡ୍ବୁ ଆରି ଗାଡ୍ ବାନ୍ଦିକରି ତମ୍କେ କୁରୁପ୍ନାସ୍ କର୍ବୁ ଆରି ତମର୍ ପାଇଁ ବାଟ୍ ଚୁଟି ଦେବୁ । 4ତାର୍ପଚେ ତମେ ମୁଣ୍ଡ୍ ନୁଆଁଇସା ଆରି ବୁଏଁ ଅନି କାତା କଇସି ଆରି ଦୁଲିଅନି ତମର୍ କାତା ଦିରେ ଦିରେ ସୁନା ଜାଇସି; ଆରି, ବୁତ୍ ଦାରି ରଇଲା ଲକ୍ କାତା ଅଇଲା ପାରା ବୁଏଁ ଅନି ସୁନା ଜାଇସି ଆରି ବୁଏଁ ଅନି ତମର୍ କାତାର୍ ପୁସୁର୍ ପୁସୁର୍ ସବଦ୍ ସୁନା ଜାଇସି ।
5ମାତର୍ ତମର୍ ସତ୍ରୁମନର୍ ଲକ୍ମନ୍ ସୁକ୍ଲା ବାଲି ପାରା ସେମନ୍ ଉଡି ଜିବାଇ ଆରି ବଏଁକାର୍ ସଇନମନ୍ କଣ୍ଡା ପାରା ଉଡି ଜିବାଇ; ଗଟେକ୍ ସମଇ ଆଇସି ଅଟାତ୍ ଏଟା ଗଟ୍ସି । 6ସବୁବେଲର୍ ମାପ୍ରୁ ମେଗ୍ ଗରଜ୍ଲା ପାରା ଆରି ବୁମିକମ୍ ଆରି ବେସି ସବଦ୍, ସୁରାଗାଲି ଆରି ପାନିପବନ୍ ଆରି ଗିଲ୍ବା ଲକ୍ମନ୍ ଲାଗ୍ତେ ରଇବା ଜଇ ମୁଟ୍ଲା ସଙ୍ଗେ ସବୁବେଲର୍ ମାପ୍ରୁ ଆଇସି । 7ଆରି ସବୁ କୁଟୁମର୍ ଜନ୍ ଲକ୍ମନ୍ ଅରିଏଲ୍ ବିରୁଦେ ଜୁଇଦ୍ କର୍ବାଇ, କଇବାକେ ଗାଲେ, ଜନ୍ ଡାଣ୍ଟ୍ ନଅର୍ ତାର୍ ଆରି ତାର୍ ବିରୁଦେ ଜୁଇଦ୍ କର୍ବାଇ ସେ ସବୁଜାକ ରାତିଆ ସପନ୍, ଦେକ୍ଲା ପାରା ଅଇସି । 8ଆରି , ଜେନ୍ତିକି ବୁକେ ରଇବା ଲକ୍ କାଇଲିନି ବଲିକରି ସପନ୍ ଦେକ୍ସି , ମାତର୍ ସଇ ଉଟି କରି ଦେକ୍ଲେ, ତାର୍ ଜିବନ୍ ତେଇ କାଇଟା ନାଇଁ; ଆରି ଜେନ୍ତିକି ସସ୍ ଲାଗ୍ତେ ରଇବା ଲକ୍ ପାନି କାଇଲିନି ବଲିକରି ସପ୍ନେ ଦେକ୍ସି, ମାତର୍ ସଇ କରି ଉଟି ଦେକ୍ଲେ, ସେ ବୁକେ ରଇସି ଆରି ତାର୍ ଜିବନେ ସସ୍ ରଇଜାଇସି, ସିଅନ୍ ପର୍ବତର୍ ପାଲି ଲଗେ ଜୁଇଦ୍ କର୍ବା ସବୁ କୁଟୁମର୍ ଲକ୍ମନ୍ ସେରକାମ୍ ଅଇବାଇ ।


