ଆଗ୍କେ କର୍ବା ଆସା
15ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁର୍ ଲଗେଅନି ନିଜର୍ ନିଜର୍ ଜଜ୍ନାକେ ଲୁଚାଇବାକେ ବେସି ଚେସ୍ଟା କର୍ବାଇ, ସେମନ୍ ଅବିସାପ୍ ପାଇବା ଲକ୍! ସେମନ୍ ଆନ୍ଦାର୍ବେଲେ ନିଜର୍ ନିଜର୍ କାମ୍ କରି କଇବାଇ, ଆମ୍କେ କେ ଦେକ୍ଲାନି ? ଆରି ଆମ୍କେ କେ ଚିନ୍ଲାନି? 16ତମେ ଏ ବିସଇକେ ଉଲ୍ଟାଇ ପାକାଇ ଲାସ୍ନି! କୁମାର୍ କାଇ ମାଟି ସଙ୍ଗେ ଏଜି ଅଇସି; ଏ ଲକ୍ ଆମ୍କେ ଗଡେନାଇ , ଗଡି ରଇବା ଜିନିସ୍ ତିଆର୍ କରୁର୍ ବିସଇରେ ଏନ୍ତାର୍ ବଲିକରି କଇସି ? କି ତାକେ ଅଲପ୍ ମିସା ବୁଦି ନାଇଁ , ଗଡି ରଇବା ଜିନିସ୍ କାଇ ଗଡ୍ବା ଲକର୍ ବିସଇରେ ଏନ୍ତାରି ବଲିକରି କଇସି ? 17ଅଲପ୍ ଦିନ୍ ବିତ୍ରେ ଲିବାନନ୍ କାଇ ପଲ୍ ପଲ୍ବା ବାଡେ ତିଆର୍ ନ ଅଏ ଆରି ପଲ୍ ପଲ୍ବା ବାଡ୍ କାଇ ଗଟେକ୍ ବନ୍ ବଲିକରି କୁଆ ନ ଜାଏ ? 18ଆରି , ସେ ଦିନେ ଗଟେକ୍ ବଇରା ଲକ୍, ବଇର୍ ବାକିଅ ସୁନ୍ସି ଆରି ଆନ୍ଦାର୍ ଆରି ବିନ୍ବିଟା ଆନ୍ଦାର୍ ବିତ୍ରେ ଅନି କାଣାର୍ ଆଁକି ଡିସ୍ସି । 19ଆରି ଦରମ୍ ଲକ୍ମନ୍ ସବୁବେଲର୍ ମାପ୍ରୁର୍ ଲଗେ ନିଜର୍ ନିଜର୍ ସାର୍ଦା ଅଦିକ୍ ଅଇବାଇ ଆରି ଲକ୍ମନର୍ ବିତ୍ରେ ଗରିବ୍ ଲକ୍ମନ୍ ଇସ୍ରାଏଲ୍ ଦେସର୍ ସବୁବେଲର୍ ମାପ୍ରୁର୍ ଲଗେ ସାର୍ଦା କର୍ବାଇ । 20କାଇକେ ବଇଲେ ବଡ୍ପନିଆ ଲକ୍ମନ୍ କାରାପ୍ ନାସ୍ ଅଇଜାଇ ଆଚତ୍ , ନିନ୍ଦା କରୁମନ୍ କୁରୁପ୍ନାସ୍ ଅଇ ଆଚତ୍ ଆରି ଜନ୍ ଲକ୍ମନ୍ କାରାପ୍ କାମ୍ କର୍ବାକେ ଜାଗି ରଇବାଇ, ସେ ସବୁଲକ୍ଜାକ ଚିନ୍ବିନ୍ ଅଇଜାଇ ଆଚତ୍; 21ସେମନ୍ କାତା କାତାରେ ଦସ୍ ଦାର୍ବାଇ ଆରି ନଅଁରର୍ କାପାଟେ ଦସି ଲକ୍ ମନର୍ ପାଇଁ କାରାପ୍ କର୍ବାକେ ପାନ୍ଦ୍ ଅଡ୍ବାଇ ଆରି ବିନା ଦସ୍ରେ ଦରମ୍ ଲକ୍ମନର୍ ପାଇଁ କରାପ୍ କର୍ବାଇ । 22ସେଟାର୍ପାଇଁ ଅବ୍ରାମର୍ ମୁକ୍ତି କାରିଆ ସବୁବେଲର୍ ମାପ୍ରୁ ଜାକୁବର୍ ବଁସ୍ ବିସୟ୍ରେ ଏନ୍ତାର୍ ବଲିକରି କଇଲା ଆଚେ; ଜାକୁବ୍ ଏବେ ଲାଜ୍ ନ ଅଏ, କି ତାର୍ ମୁଁକେ ନ ସୁକାଏ । 23ମାତର୍ ଜେଡେବେଲେ ସେ ଆମର୍ ଆତର୍ କାମ୍ ପାରା ତାର୍ ପିଲାମନ୍କେ ତାର୍ ନିଜର୍ ଲକ୍ ବଲିକରି କଇସି, ସେଡ୍କିବେଲେ ସେମନ୍ ଆମର୍ ନାଉଁକେ ସୁକଲ୍ ବଲିକରି ମାନ୍ବାଇ; ଉଁ, ସେମନ୍ ଜାକୁବର୍ ସବୁବେଲର୍ ମାପ୍ରୁକେ ସୁକଲ୍ ବଲିକରି ମାନ୍ବାଇ ଆରି ଇସ୍ରାଏଲର୍ ପର୍ମେସର୍କେ ଡର୍ବାଇ। 24ଜନ୍ ଲକ୍ମନ୍ କାରାପ୍ ରଇବାଇ, ସେ ଲକ୍ମନ୍ ଗିଆନ୍ ଅର୍ଜନ୍ କର୍ବାଇ ଆରି ନିନ୍ଦା କର୍ତେ ରଇବା ଲକ୍ମନ୍ ନିକ କାତା ସିକ୍ବାଇ ।


