ଗଟେକ୍ ଦରମ୍ ରାଜା
1ଦେକା ଗଟେକ୍ ରାଜା ଦରମ୍ ଇସାବେ ସାସନ୍ କର୍ସି ଆରି ତାର୍ ତଲର୍ ମତ୍ରିମନ୍ ମିସା ଦରମ୍ ସଙ୍ଗେ ସାସନ୍ କର୍ବାଇ । 2ଆରି, ସର୍ତେ ଲକ୍ ଦୁକ୍ କସ୍ଟ ତେଇ ଅନି ଆରି ପାନି ପବନେ ଅନି ରକିଆ ପାଇବାଇ, ମରୁବାଲି ବୁଅଁର୍ ଜାଗାଇ ଅନି ପାଜ୍ରା ପାନି ବାରଇ ବଇଜାଇସି, ସୁକ୍ଲା ପାଦାର୍ ବଡ୍ ପାକ୍ନା ଆସି ସିତ୍ଲା କଲା ପାରା ଚାଇଁ ଅଇସି । 3ଆରି ଦେକ୍ବା ଲକ୍ମନର୍ ଆଁକି ଜାବ୍ସା ନ ଅଏ ଆରି ସୁନ୍ବା ଲକ୍ମନ୍ ମିସା କାନ୍ ଡେରିକରି ସୁନ୍ବାଇ । 4ଆରି, ଗିଆନ୍ ନ ରଇଲା ଲକ୍ମନ୍କେ ଗିଆନ୍ ଦେଇସି ଆରି ତତ୍ଲା ଲକ୍ମନର୍ ଟଣ୍ଡର୍ ଜିବ୍ ନିକ ସଙ୍ଗ୍ କାତା ଅଇବାଇ । 5ମୁର୍କ ଲକ୍କେ ବଡ୍ଲକ୍ ବଲିକରି କୁଆ ନ ଜାଏ ଆରି କାରାପ୍ ଲକ୍କେ ନିମାନ୍ ବଲି କରି ଡାକପୁଟା ନ ଅଏ। 6କାଇକେବଇଲେ ମୁର୍କ କାମ୍ କର୍ବାକେ ଆରି ସବୁବେଲର୍ ମାପ୍ରୁର୍ ବିରୁଦେ ବୁଲ୍କାଇବା କାତା କଇବାକେ , କାକୁର୍ତି ଲକ୍ମନର୍ ଜିବନ୍କେ ନାସ୍ କର୍ବାକେ ଆରି ବାରଇବା ପାନିକେ ବନ୍ଦ୍ କର୍ବାକେ ମୁର୍କ ଲକ୍ କାରାପ୍ କାତା କଇବାଇ ଆରି ତାକର୍ ମନ୍ ସବୁବେଲର୍ ମାପ୍ରୁର୍ ବିରୁଦେ ଅନିଆଇର୍ ବିଚାର୍ କର୍ସି । 7ଆରି, କାରାପ୍ ଲକ୍ମନର୍ ବାବ୍ନା ସବୁଜାକ ବଲ୍ ନାଇଁ ; ସେ ଦରମ୍ ଲକ୍କେ, କଇବାକେ ଗାଲେ କାତା କଇବା ବେଲେ ଗରିବ୍ ଲକ୍ମନ୍କେ ମିଚ୍ କାତା କଇ କରି ବିନାସ୍ କର୍ବାକେ କାରାପ୍ ଚିନ୍ତା କର୍ସି । 8ମାତର୍ ଦରମ୍ ଲକ୍ ବିସ୍ବାସ୍ ସଙ୍ଗେ ନିମାନ୍ ଚିନ୍ତା କର୍ସି ଆରି ଦରମ୍ ଲକର୍ କାମ୍ ସୁସ୍ତା ସଙ୍ଗେ ସବୁଦିନେ ରଇସି।


