ଇସ୍ରାଏଲର୍ ପର୍ମେସର୍ ପାରା କେ ନାଇ
12ଏନ୍ତାରି କନ୍ ଲକ୍ ଆଚେ ଜେ ନିଜର ଆତର୍ ବିତାସଙ୍ଗ୍ ପାନି ନାପ୍ଲା ଆଚେ ଆରି ନିଜର୍ ଆତ୍ ସଙ୍ଗ୍ ଆକାସ୍ ପୁର୍ତିବିକେ ନାପ୍ଲା ଆଚେ ଆରି ଚାଟ୍ନାତେଇ ଦୁଲି ବର୍ତି କଲା ଆଚେ, ପୁର୍ତିବି କୁପ୍ଲି ମନ୍କେ ଆରି ଡଙ୍ଗର୍ମନ୍କେ କେଜି ଗୁଣ୍ଡୁ ସଙ୍ଗେ ସମାନ୍ କରି ନାପ୍ଲା ଆଚେ କି? 13ସବୁବେଲର୍ ମାପ୍ରୁର୍ ଆତ୍ମାକେ ଆଦେସ୍ ଦେଲା ଆଚେ, କି ଗୁରୁ ଅଇକରି କେ ତାକେ ସିକିଆ ଦେଇ ପାର୍ସି ? 14ଜଦି ସବୁବେଲର୍ ମାପ୍ରୁ କାର୍ ସଙ୍ଗ୍ ଜଜ୍ନା କଲା, କେ ତାକେ ସିକିଆ ଦେଲା ଆରି ଲକ୍କେ ବୁଜାଇ ଗିଆନ୍ କେ ଦେଲା ଆରି ବଲ୍ମନ୍ଦ୍ ବାଟ୍ କେ ତାକେ ଦେକାଇଲା ? 15ସବୁବେଲର୍ ମାପ୍ରୁକେ ଏ ବିସଇ କାଇଟା ମିସା ନାଇଁ ପୁର୍ତିବିର୍ ଲକ୍ମନ୍କେ ମୁତାର୍ ଟପେକ୍ ପାନି ପାରା ଆରି କେଜି ତେଇ ତୁଲ୍ଲା ପାରା ଏଜ୍ଲା ଆଚେ; ଦେକା, ସେ ଗାଡ୍ ମଜାଇ ରଇବା କୁପ୍ଲିକେ ସାନ୍ କୁପ୍ଲି ପାରା କରି ଟେକ୍ସି । 16ଆରି, ଲିବାନନ୍ ବନର୍ ଦାରୁ ଅମ୍ କର୍ବାକେ ନ କେଟେ ଆରି ଅମ୍ ବଲିପୁଜା କର୍ବାକେ ପସୁମନ୍ ମିସା ନ କେଟେ । 17ଦେସର୍ ସର୍ତେ ଲକ୍ ସବୁବେଲର୍ ମାପ୍ରୁର୍ ଲଗେ ଆମେ କାଇଟା ମିସା ନାଇଁ; ତାର୍ ଲଗେ କାଇ କାମ୍କେ ମିସା ନ ଆସତ୍ । 18ସେନ୍ତାର୍ ଆଲେ ତମେ ସବୁବେଲର୍ ମାପ୍ରୁକେ କାର୍ ସଙ୍ଗ୍ ସମାନ୍ କର୍ସା ? କି କନ୍ ଦେବ୍ତା ସଙ୍ଗ୍ ତାକେ ତୁଲ୍ନା କର୍ସା ? 19ପୁତ୍ଲା ତିଆର୍ କର୍ବା ଲକ୍ ଗଟେକ୍ ଚଁଚ୍ ସଙ୍ଗ୍ ପୁତ୍ଲା ତିଆର୍ କର୍ସି ଆରି ସୁନାରି ତାର୍ ଉପ୍ରେ ରକଇ କରି ସୁନାର୍ ମୁର୍ତି ତିଆର୍ କର୍ସି, ଆରି ତାର୍ ଗାଲାର୍ ପାଇଁ ରୁପାର୍ ମାଲି ତିଆର୍ କର୍ସି । 20ଜନ୍ ଲକ୍ ଚାନ୍ଦା ଦେବାକେ ବେସି କାକୁର୍ତି, ସେ ଲକ୍ କାଇଆଲେ ଗଟେକ୍ ନିକ ଗଚ୍ ବାଚ୍ସି ଆରି ମୁର୍ତି ତିଆର୍ କର୍ବାକେ କାରିଗର୍ମନର୍ ଲଗେ ଜାଇସି, ସେ ଗଟେକ୍ ଜୁଲାଇଲେ ମିସା ନ ବାଙ୍ଗ୍ବା ପୁତ୍ଲା ତିଆର୍ କର୍ବାକେ ଗଟେକ୍ ଲକ୍କେ କଜ୍ସି । 21ତମେ କାଇ ନାଜାନାସ୍ କି? ତମେ କାଇ କାତା ସୁନାସ୍ ନାଇଁ କି? ପୁରୁବ୍ ପାଟେ ଅନି କାଇ ତମ୍କେ ଚେତ୍ନା ଦିଆ ଅଏ ନାଇଁ କି? ଆରି ପୁର୍ତିବି ଆରାମ୍ ଅଇଲା ବେଲେଅନି ତମେ କାଇ ବୁଜାସ୍ ନାଇଁ କି? 22ସେ ପୁର୍ତିବି ତେଇ ଦେକ୍ଲାନି ଆରି ତେଇ ବାସା ଅଇଲା ସର୍ତେ ଲକ୍ମନ୍ ଚିଟ୍କା ପାରା; ଜନ୍ ପାରା ପୁର୍ତିବି ସାରାକେ ଡାବି ଅଇଲା ଆଚେ, ଆରି ବାସା ଅଇବାକେ ତୁମ୍ ପାରା ଡାବି ଅଇଲା ଆଚେ । 23ସେ ପୁର୍ତିବିର୍ ବଡ୍ପଣିଆ ଲକ୍ମନ୍କେ ତଲେ ଅଦ୍ରାଇସି ଆରି ବଡ୍ ବଡ୍ ସାସନ୍ କାରିଆ ମନ୍ କାଇ କାମ୍କେ ମିସା ଦର୍କାର୍କେ ନ ଆସତ୍ । 24ଉଁ, ସେମନ୍ ରପା ଅଅତ୍ ନାଇ; ଉଁ ସେମନ୍ ବୁନା ଜାଅତ୍ ନାଇଁ; ଉଁ ସେମନର୍ କୁଟର୍ ବୁନ୍ଦେ ଅନି ଚେର୍ ବାରଏ ନାଇଁ; ମାତର୍ ସବୁବେଲର୍ ମାପ୍ରୁ ସେମନ୍କେ ପୁକି ପୁକି ଉଡାଇ ଦେଇସି, ତାର୍ପଚେ ସେମନ୍ ନାଡା ପାରା ସୁକି ଜିବାଇ ଆରି ସୁରାଗାଲି ସେମନ୍କେ ଉଡାଇ ଦାରି ଜାଇସି । 25ଏଟାର୍ ପାଇଁ ସୁକଲ୍ ସବୁବେଲର୍ ମାପ୍ରୁ କଇଲାନି, ମୁଇ କାଇ ସେମନର୍ ସଙ୍ଗ୍ ସମାନ୍ ଅଇ ପାର୍ବି, ଏନ୍ତାରି କାର୍ସଙ୍ଗ୍ ମକେ ସମାନ୍ କରି ପାରାସ୍? 26ଆକାସ୍କେ ଅଲପ୍ ନିକ କରି ଦେକା, ଏ ସବୁକେ କେ ତିଆର୍ କଲା ଆଚେ? ସେ ସବୁ ସେମନ୍କେ ବେଲ୍, ଜନ୍,ତାରାମନ୍କେ ଗଟେକ୍ ଗଟେକ୍ କରି ବାର୍କରାଇ ଆନ୍ସି ; ସେ ନାଉଁ ଦାରି ସେମନ୍କେ ଡାକ୍ସି; ସେ ବେସି ସଗ୍ତିସାଲି ତାର୍ ସଙ୍ଗ୍ କେ ମିସା ସମାନ୍ ଅଇ ନାପାରତ୍ । 27ଆମର୍ ବାଟ୍ ସବୁବେଲର୍ ମାପ୍ରୁର୍ ଟାନେ ଅନି ଲୁଚିକରି ନ ରଏ ଆରି ଆମର୍ ବିଚାର୍ ପର୍ମେସରର୍ ଗିଆନେ ଅଇସି, ଏ ଜାକୁବ୍ ଏ କାତା କାଇକେ ତୁଇ ଏନ୍ତାର୍ ବଲିକରି କଇଲୁସ୍ନି, ଏ ଇସ୍ରାଏଲ୍ ତୁଇ କେନ୍ତିକରି ଏନ୍ତାରି କାତା କଇଲୁସ୍ନି? 28ତୁଇ କାଇ ନାଜାନୁସ୍? କି ତୁଇ ସୁନୁସ୍ ନାଇଁ? ପୁର୍ତିବିର୍ ସର୍ତେ ତିଆର୍ କଲା ଲକ୍ ମୁଇ ସାରାସାରି ଜାକ ରଇବି; ସବୁବେଲର୍ ମାପ୍ରୁ ପର୍ମେସର୍ କେବେ ମିସା ନ ତାକେ, କି ନ ପୁଣ୍ଡେ, କି କେବେ ମିସା ତାର୍ ଗିଆନର୍ କାତା, କେ ମିସା ବୁଜି ନାପାରତ୍ । 29ସେ ତାକ୍ଲା ଲକ୍ମନ୍କେ ବପୁ ଦେଇସି ଆରି ବପୁ ନଇଲା ଲକ୍ମନ୍କେ ବପୁ ଦେଇସି । 30ବେଣ୍ଡିଆ ଲକ୍ମନ୍ ତାକ୍ବାଇ, ଆରି ଦାଙ୍ଗ୍ଡା ପିଲାମନ୍ ଜଟିଆଇ ଅଇ ଅଦର୍ ବାଇ। 31ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।


