ମୁର୍‌ତି ପୁଜା ବେକାର୍‌

10ଜନ୍‌ଟାକି କାଇ କାମ୍‌କେ ନ ଆସେ, ଏ ରକାମ୍ ଦେବ୍‌ତାକେ କେ ଗଡ୍‌ଲା ଆଚେ , ଆରି ମୁର୍‌ତିକେ କେ ଚଁଚ୍‌ଲଗେ ଡାଲିଆଚେ । 11ଦେକା, ତାକେ ବର୍‌ସା କର୍‌ବା ସବୁଲକ୍ ଲାଜ୍ ଅଇବାଇ ଆରି ମୁର୍‌ତି ତିଆର୍ କରୁମନ ନର୍‌ଲକ୍ ମାତର୍ ; ସେ ସବୁଲକ୍ ଗଟେକ୍‌ ଲଗେ ରୁଣ୍ଡ୍ ଅଇ ଟିଆ ଅଇବାଇ, ସେମନ୍ ତର୍‌ତରି ଜାଇ ସର୍‌ତେ ଲକ୍‌ ଜାକ ଲାଜ୍ ଅଇ ଜିବାଇ । 12କାମାର୍ ଆରି ମୁଟ୍‌ଲା ସଙ୍ଗ୍ ସେଟାକେ ମାର୍‌ସି ଆରି ଅସ୍‌ତର୍ ତିଆର୍ କର୍‌ସି ଆରି ନିଜର୍ ବପୁ ଆତ୍‌ ସଙ୍ଗେ ସେଟା ତିଆର୍ କର୍‌ସି, ଉଁ ତାକେ ବୁକ୍ ଲାଗ୍‌ସି ଆରି ତାର୍ ବପୁ ଉନା ଅଇ ଜାଇସି, ସେ ପାନି ନ କାଇ କରି ତାକି ଜାଇସି । 13କର୍‌ତିଆ ମନ୍ ସୁତା ଜିକ୍‌ସି; କାଲା ସଙ୍ଗେ ଚିନା କର୍‌ସି, ସେ ରାନ୍ଦା ମାରି ମୁର୍‌ତି ତିଆର୍ କରି ନାପ୍‌ବା ଜିନିସ୍ ସଙ୍ଗ୍ ଚିନ୍ କର୍‌ସି ଆରି ଗରେ ବାସା ଅଇବାକେ ଲକ୍‍ମନର୍ ପାଇଁ ସୁନ୍ଦର୍ ଇସାବେ ସେଟା ତିଆର୍ କର୍‌ସି । 14ସେ ନିଜର୍‌ ପାଇଁ ଏରସ୍ ଗଚ୍ କାଟ୍‌ସି , ତର୍‌ସା ଆରି ଅଲନ୍‌ ଗଚ୍ ନେଇସି, ସେ ବନ୍‌ଗଚ୍ ବିତ୍‌ରେ ଅନି ଗଟେକ୍ ଗଚ୍ ନିଜର୍ ପାଇଁ ଡାଟ୍ କର୍‌ସି; ସେ ଦେବଦାରୁ ଗଚ୍ ରପ୍‌ସି ଆରି ବର୍‌ସା ସେଟାକେ ବଡାଇସି । 15ତାର୍‌ପଚେ ସେଟା ନର୍‌ଲକର୍ ରାନ୍ଦି କାଇବା ଦାରୁ ଅଇସି; ତେଇର୍‌ କେତେଟା ଦାରୁ ନେଇଁ କରି ଜଇ ଲାଗାଇ ଚେକ୍‌ସି; ଆରି, ସେ ସେଟା ଜଇ ଲାଗାଇ ରୁଟି କର୍‌ସି; ଆରି ଗଟେକ୍ ଦେବ୍‌ତା କରି ସେଟାକେ ପୁଜା କର୍‌ସି; ସେ ଗଟେକ୍ ମୁର୍‌ତି ତିଆର୍ କରି ତାର୍ ଆଗ୍‌ତୁ ମୁଣ୍ଡିଆ ମାର୍‌ସି । 16ସେ ତେଇର୍ ଅନି ଗଟେ ବାଗ୍ ଜଇତେଇ ପଡ୍‌ସି, ଅଲ୍‌ଗା ବାଗେ ସେ ମାଉଁସ୍ ସିଜାଇ କରି କାଇସି ଆରି ସୁଲିଅ ମାଉଁସ୍ ରାନ୍ଦିକରି ସାନ୍ତି ଅଇସି, ଆରି ସେ ଜଇ ଚେକା ନେଇ କଇସି, ଆ ,ଆମେ ଉସୁମ୍ ଅଇଲୁ, ଆମେ ଜଇ ଦେକ୍‌ଲୁ । 17ଆରି ସେ ତେଇର୍ କେତେଟା ଅଗଲ୍‌ଲା ଦାରୁକେ ନେଇକରି ଗଟେକ୍ ଦେବ୍‌ତା ତିଆର୍ କର୍‌ସି , ସେ ସେଟାକେ ପୁଜା କରି କଇସି, ଆମ୍‌କେ ଉଦାର୍ କର୍, ତମେ ଆମର୍ ଦେବ୍‌ତା । 18ସେମନ୍ ନାଜାନତ୍, ଆଲ୍‌ଚନା ନ କରତ୍‌, କାଇକେ ବଇଲେ ସେମନ୍ ଜେନ୍‌ତିକି ଦେକି ନାପାରତ୍‌, ସେଟାର୍‌ପାଇଁ ସେମନ୍‌ର୍ ଆଁକି ସେମନ୍ ଜେନ୍‌ତିକି ଲିମି ନାପାରତ୍, ସେଟାର୍‌ପାଇଁ ସେମନର୍ ମନ୍ ସେ ସିଲ୍ ମାରା ଜାଇ ଆଚେ। 19କେ ମନେ ମନେ ନ ବାବତ୍ , କି ଏଟା କଇବାକେ କାର୍ ଗିଆନ୍ କି ଏଟା କଇବାକେ ବୁଦିଗିଆନ୍ ନାଇଁ ଜେ, ତେଇର୍ ଗଟେକ୍ ବାଗ୍ ନେଇଁ ଆମେ ଜଇତେଇ ପଡାଇଆଚୁ, ଆରି ତେଇର୍ ପାନି; ଆଙ୍ଗ୍‌ର୍ ନେଇ ରୁଟିପାଗ୍ କରିଆଚୁ ଆରି ମାଉଁସ୍ ସିଜାଇ କରି କାଇଆଚୁ, ତେଇର୍ ଅଗ୍‌ଲାଟା ନେଇଁ କରି ଗିନ୍‌କଲା ଜିନିସ୍ ତିଆର୍ କରୁ? ଆମେ କି କଣ୍ଡେକ୍ ଦାରୁ ଆଗେ ମୁଣ୍ଡିଆ ମାର୍‌ବୁ? 20ସେ ଚାର୍ କାଇସି; ସେ ଜେନ୍‌ତିକି ନିଜର୍ ଜିବନ୍‌କେ ରକିଆ କରି ନା ପାରେ, କି ଆମର୍ ଉଜା ଆତେ କାଇ ମିଚ୍ ନାଇଁ, ଏଟା କଇ ନାପାରେ, ଏଟାର୍‌ପାଇଁ କାରାପ୍‌ ମନ୍ ତାକେ ବିନ୍‌ବାଟେ ନେଲାନି ।