ସବୁବେଲର୍ ମାପ୍ରୁ ସୁସ୍ଟି କାରି ଆରି ଇତିଆସ୍
9ଜେ ସୁସ୍ଟି କାରିଆ ସଙ୍ଗେ ବିରଦ୍ କର୍ସି, ସେ ଅବିସାପ୍ ପାଇବା ଲକ୍! ପୁର୍ତିବିର୍ ଜିକ୍ରା ତେଇ ଅନି କଣ୍ଡେକ୍ ଜିକ୍ରା ମାତର୍! ମାଟି କାଇ ତାର୍ କୁମାର୍କେ କଇସି, ତମେ କାଇଟା ତିଆର୍ କଲାସ୍ନି? ଆରି ତମର୍ କାମ୍ କାଇଟା, ତାର୍ ଆତ୍ ନାଇଁ? 10ଜେ ବାବାକେ ପାଚାରି କରି କଇସି, ତୁଇ କାଇଟା ଜନମ୍ ଦେଲୁସ୍, କି ତାର୍ ଆୟାକେ କଇସି, ତୁଇ କାଇଟା ଜନମ୍ ଦେଲୁସ୍, ସେ ଅବିସାପ୍ ପାଇବା ଲକ୍! 11ସବୁବେଲର୍ ମାପ୍ରୁ, ଇସ୍ରାଏଲର୍ ସୁକଲ୍ ସବୁବେଲର୍ ମାପ୍ରୁ ଆରି ତାକେ ଗଡି ରଇଲା ଲକ୍ ଏ କାତା କଇଲାନି, ଆଗ୍ତୁର୍ ଗଟ୍ନାର୍ ବିସଇରେ ମକେ ପାଚାରା; ତମେ ମର୍ ପିଲାମନର୍ ବିସଇରେ ଆରି ମର୍ ଆତ୍ ସଙ୍ଗ୍ କଲା କାମ୍ ବିଇରେ ମକେ କଅ । 12ମୁଇ ପୁର୍ତିବି ସୁସ୍ଟି କରିଆଚି ଆରି ସେ ବିତ୍ରେ ନର୍ଲକ୍କେ ତିଆର୍ କରିଆଚି; ମୁଇ ମର୍ ଆତ୍ ସଙ୍ଗେ ଆକାସ୍ ବାଦଲ୍ ଚିନ୍ବିନ୍ କରିଆଚି ଆରି ତେଇର୍ ସବୁ ବିସଇକେ ମୁଇ ଆଦେସ୍ ଦେଲି ଆଚି । 13ମୁଇ ଦରମ୍ ସଙ୍ଗ୍ ତାକେ ଉବ୍ଜାଇ ଆଚି ଆରି ମୁଇ ତାର୍ ସବୁ ବାଟ୍ ସିଦା କର୍ବି; ସେ ମର୍ ନଅଁର୍ ତିଆର୍ କର୍ସି ଆରି ସେ ମର୍ ବନ୍ଦି ଅଇ ରଇବା ଲକ୍ମନ୍କେ ଚାଡି ଦେଇସି, ବୁତି ଇସାବେ ନଏଁ କି ଇନାମର୍ ଇସାବେ ନଏଁ, ଏଟା ସବୁର୍ ତେଇ ଅନି ବଡ୍ ସବୁବେଲର୍ ମାପ୍ରୁ କଇଲାନି ।


