ସବୁବେଲର୍ ମାପ୍ରୁ ଆରି ବାବିଲର୍ ମୁର୍ତି
20ଏ ବିନ୍ ବିନ୍ ଗସ୍ଟି ବିତ୍ରେ ଅନି ରକିଆ ପାଇବା ଲକ୍ମନ୍, ତମେ ଟୁଲ୍ ଅଇ କରି ଆସା, ସର୍ତେ ଲକ୍ ମିସି ମର୍ ଲଗେ ଆସା, ଜନଲକ୍ମନ୍ ତମର୍ ମୁର୍ତିର୍ ଦାରୁକେ ବଇ ବୁଲ୍ଲାଇନି ଆରି ମୁକ୍ତି କର୍ବାକେ ସକ୍ତି ନଇଲା ଦେବ୍ତାର୍ ଲଗେ ପୁଜାକର୍ବାଇ,ସେମନ୍କେ କାଇ ବୁଦିନାଇଁ । 21ତମେ ଜାନାଆ ଆରି ସେଟା କେଟାଆ; ଉଁ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇତ୍; ଆଗ୍ତୁ ଅନି କେ ସେଟା ଜାନାଇ ଆଚେ? ମୁଇ ସବୁବେଲର୍ ମାପ୍ରୁ କି ଏଟା କରି ନାଇଁ? ମକେ ଚାଡ୍ଲେ ଅଲ୍ଗା ପର୍ମେସର୍ ନାଇଁ, ମୁଇ ସୁକଲ୍ ପର୍ମେସର୍ ଆରି ଉଦାର୍ କାରିଆ; ମକେ ଚାଡି ଦେଲେ ଆରି କେ ନାଇଁ । 22ଏ ପୁର୍ତିବିର୍ କନେକନେ ରଇବା ଲକ୍ମନ୍ , ତମେ ମର୍ ବାଟେ ଆସି ଉଦାର୍ ପାଆ; କାଇକେବଇଲେ ମୁଇ ପର୍ମେସର୍, ମକେ ଚାଡି ଦେଲେ ଆରି ମର୍ ପାରା କେ ନାଇଁ । 23ମୁଇ ନିଜର୍ ନାଉଁ ଦାରି ପର୍ମାନ୍ କରିଆଚି ଆରି ସୁକଲ୍ ବାକିଅ ମର୍ ଟଣ୍ଡେଅନି ବାରଇ ଆଚେ, ସେଟା ମିଚ୍ ନ ଅଏ, ମର୍ ମୁଆଟେ ସବୁ ଲକ୍ ମାଣ୍ଡିକୁଟା ଦେଇ କରି ଜୁଆର୍ କର୍ବାଇ, ସର୍ତେ ଲକ୍ ପର୍ମାନ୍ କର୍ବାଇ । 24ଲକ୍ମନ୍ ମର୍ ନାଉଁରେ କଇବାଇ, ଆରି ସବୁବେଲର୍ ମାପ୍ରୁର୍ ଲଗେ ଦରମ୍ ଆରି ବପୁ ଆଚେ; ତାର୍ଲଗେ ଲକ୍ମନ୍ ଆଇବାଇ, ଆରି ଜନ୍ ଲକ୍ମନ୍ ତାର୍ ଉପ୍ରେ ରିସା ଅଇ ବିରଦ୍ ଅଇ ରଇଲାଇ ସେ ସବୁ ଲକ୍ ଲାଜ୍ ଅଇ ଜିବାଇ । 25ଇସ୍ରାଏଲ୍ ଦେସର୍ ସବୁ ବଁସର୍ ଲକ୍ ସବୁବେଲର୍ ମାପ୍ରୁର୍ ଲଗେ ଦର୍ମ୍ ଅଇବାଇ ଆରି ବଡ୍ପନ୍ ଅଇବାଇ ।
1ବେଲ୍ ଦେବ୍ତା ମୁଣ୍ଡ୍ ଆଉଜାଇ ଦେଇସି, ନବ ଦେବ୍ତା ତଲେ ଅଦ୍ରି ଗାଲା ଆଚେ; ସେମନର୍ ପସୁ ମୁର୍ତିମନ୍ ଆରି ପସୁମନର୍ ଉପ୍ରେ ସଙ୍ଗଇ ଆଚତ୍; ଜନ୍ ଜିନିସ୍ ମନ୍କେ ତମେ ବଇ କରି ବୁଲ୍ଲାସ୍, ସେଟା ବଜ୍ ଅଇଲା ଆଚେ, ସେଟା ତାକିଜାଇ ରଇବା ପସୁ ବଜ୍ ବଇଲା ଆଚେ । 2ସେମନ୍ ତଲେ ଅଦ୍ରି ଜିବାଇ, ସେମନ୍ ଗଟେକ୍ ଲଗେ ସର୍ତେ ମିସିକରି ତଲେ ଅଦର୍ବାଇ; ଆରି ସେମନ୍ ଲାଦି ଅଇଲା ବଜ୍କେ ବଇ ନାପାର୍ଲାଇ , ମାତର୍ ନିଜେ ବନ୍ଦି ଅଇକରି ଆଚତ୍ । 3ଏ ଜାକୁବ୍ କୁଟୁମର୍ ବଁସ୍ , ଏ ଇସ୍ରାଏଲର୍ ବଁସ୍ ଉବ୍ରି ରଇବା କେତେକ୍ ଲକ୍, ମର୍ କାତାକେ ସୁନା ମୁଇ ତମ୍କେ ଜନମ୍ ଅଇଲା ଦିନେ ଅନି ତମର୍ ଜତନ୍ କଲି ଆଚି, ତମେ ଗରବ୍ ବିତ୍ରେ ରଇଲା ବେଲେଅନି ବଜ୍ ବୁଆଇ ଅଇ ଆଚାସ୍; 4ଆରି, ମୁଇ ତମର୍ ବୁଡା ଅଇବାଜାକ ସେ ସେ ଅଇବି ଆରି ବାଲ୍ ପାଚ୍ବା ଜାକ ମୁଇ ତମର୍ ସଙ୍ଗେ ରଇବି, ମୁଇ ଗଡ୍ଲି ଆଚି ଆରି ମୁଇ ବଇବି; ଉଁ, ମୁଇ ବଇବି ଆରି ଉଦାର୍ କର୍ବି । 5ତମେ ମକେ କାର୍ ପାରା ଆରି କାର୍ ସମାନ୍ କର୍ସା ଆରି କାର୍ ସଙ୍ଗେ ମକେ ଡେରାଇ କରି ସମାନ୍ କଲାସ୍ନି ? 6ସେମନ୍ ବେସ୍ନି ତେଇ ଅନି ସୁନା ଡାଲ୍ବାଇ, ଆରି କେଜି ଗୁଣ୍ଡୁ ସଙ୍ଗେ ରୁପା ତୁଲ୍ବାଇ, ସେମନ୍ ସୁନାରିକେ କୁଲି ଲାଗାଇବାଇ ଆରି ସେ ଗଟେକ୍ ଦେବ୍ତା ତିଆର୍ କର୍ସି; ସେମନ୍ ତାକେ ଜୁଆର୍ କରି ପୁଜା କର୍ବାଇ । 7ସେମନ୍ ତାକେ କନ୍ଦେ ବଇ ନେବାଇ ଆରି ତାକେ ବଇ ନେଇକରି ତାର୍ ଜାଗାଇ ତାକେ ସଙ୍ଗଇବାଇ, ତେଇ ସେ ଟିଆ ଅଇ ରଇସି; ସେ ଟିଆ ଅଇଲାଟାନେ ଅନି ନ ଗୁଚେ, ଆରି କେ ତାକେ ପାଚାର୍ଲେ ମିସା ତାର୍ ଉତର୍ ଦେଇ ନାପାରେ ,କି ଦୁକ୍ କସ୍ଟ ଟାନେ ଅନି ରକିଆ କରି ନାପାରେ। 8ତମେ ଏଟାକେ ମନେ ଏତାଇ ରୁଆ , ମୁଇ କାଇଟା କରି ଆଚି ସେଟାକେ ଏତାଇ ବିଚାର୍ନା କରା । 9ଆନିଦାଦି ବେଲର୍ ବିସଇକେ ମନେ ଏତାଇ ଦେକା ; କାଇକେ ବଇଲେ ମୁଇ ଆକା ପର୍ମେସର୍, ମର୍ ପାରା ଆରି କେ ନାଇ; ମୁଇ ପର୍ମେସର୍, ମର୍ ପାରା କେ ମିସା ନାଇ; 10ମୁଇ ସାରାସାରିର୍ ବିସୟ୍ ଆଗ୍ତୁ ଅନି ଜାନାଇଲୁନି ଆରି ଜନ୍ଟା ତିଆର୍ କରାଜାଏ ନାଇଁ, ସେଟା ପୁରାତନ୍ କାଲେ ଅନି ଜାନାଇଲୁନି, ଆରି କଇଲୁନି ମର୍ ଜଜ୍ନା ସବୁଦିନର୍ ପାଇଁ ରଇସି ଆରି ମୁଇ ନିଜର୍ ମନ୍କଲାଟା ସିଦ୍ କର୍ବି; 11ମୁଇ ଗଟେକ୍ ପୁରୁବ୍ ଦିଗେ ଅନି ଗଟେକ୍ ଲକ୍କେ ପୁରୁବ୍ ଦିଗେ ଅନି ଆଇବାକେ କଇଲିନି ଉତ୍କୁର୍ସଟ ଚଡଇ ପାରା, ଦୁର୍ ଦେସେଅନି ମର୍ ଜଜ୍ନାର୍ ଲକ୍କେ ଡାକ୍ଲୁନି ; ମୁଇ କଇଆଚୁ, ଆଉ ଆମେ ସେଟାକେ ସିଦ୍କର୍ବୁ ; ମୁଇ ବାବ୍ଲି ଆଚି , ଆରି ମୁଇ ସେଟାକେ ସପଲ୍ କର୍ବି। 12ଏ ସୁକଲ୍ ସବୁବେଲର୍ ମାପ୍ରୁର୍ ଲଗେ ଅନି ଦୁର୍ ଅଇଲା ଲକ୍ ବେସି ଆଁକାର୍ ରଇଲା ଲକ୍, ଆମର୍ କାତାକେ ସୁନା। 13ମୁଇ ମର୍ ସୁକଲ୍ ଜାଗାଇ ଆନ୍ଲିନି, ସେଟା ଦୁର୍ ନ ଅଏ ଆରି ମର୍ ମନ୍କେ ଉଦାର୍ ପାଇବାକେ ଅଲ୍ସମ୍ ନ ଅଏ ; ମର୍ ମଇମା ପାରା ଇସ୍ରାଇଲର୍ ପାଇଁ ମୁଇ ସିଅନର୍ ପର୍ବତେ ସୁକଲ୍ ତିଆର୍ କର୍ବି।


