ବାବିଲ୍ ଦେସର୍ ବିଚାର୍
1ବାବିଲର୍ ଦାଙ୍ଗ୍ଡି ଟକି, ତମେ ଉତ୍ରି ଆସିକରି ଦୁଲିତେଇ ବସ୍; ଆଗ କଲ୍ଦିଅର୍ ଟକି , ରାଜ୍ଗାଦି ଚାଡି କରି ବୁଏଁ ବସ୍; କାଇକେ ବଇଲେ ତୁଇ ଆରି କଅଁଲା ଆରି ସୁକୁମାରି ବଲିକରି ଡାକ୍ପୁଟା ଅଇସ । 2ଜତା ପାକ୍ନା ନେଇକରି ମାଣ୍ଡିଆ ଗରା , ତମର୍ ମୁଣ୍ଡର୍ ଅଡ୍ନିକେ ବେଟା, ବସ୍ତର୍ ବେଟି ପାକାଆ, ପାଦ୍ ଦେକାଇ ଦେକାଇ କରି, ଗାଡ୍ଗାଡ୍ ଇଣ୍ଡି ଇଣ୍ଡି କରି ଜାଆ । 3ତମେ ଡୁମ୍ଣ୍ଡା ଅଇଲାଟା ସବୁବାଟେ ଜାନା ପଡ୍ସି , ଉଁ ତମର୍ ଲାଜର୍ ବିସୟ୍ ଦେକା ଜାଇସି ମୁଇ ତାର୍ ବାଦ୍ଲା ନେବି, ଆରି କେ ମନା କଲେ ମିସା ନ ମାନୁ 4ମର୍ ମୁକ୍ତି ଦାତା ଇସ୍ରାଏଲର୍ ସୁକଲ୍ ସବୁବେଲର୍ ମାପ୍ରୁ, ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁ, ଅଇଲାନି ତାର୍ ନାଉଁ । 5ଏ କଲ୍ଦିଅମନର୍ ଦାଙ୍ଗ୍ଡି , ତୁଇ ଆନ୍ଦାର୍ ଲଗେ ଜାଇକରି ଚୁପ୍ଚାପ୍ ଅଇ ବସ୍ ; କାଇକେ ବଇଲେ ରାଇଜ୍ ବିତ୍ରେ ସବୁଜାକ ସାସନ୍ କର୍ବା ରାନି ବଲି ତମେ ଆରି ଡାକ୍ପୁଟା ନ ଉଆସ୍ । 6ଆମେ ନିଜର୍ ଲକ୍ମନର୍ ପାଇଁ ରିସା ଅଇକରି ନିଜର୍ ଅଦିକାର୍କେ ଅସୁକଲ୍ କଲୁସ୍ ଆରି ତମର୍ ଆତେ ସେମନ୍କେ ସର୍ପି ଦେଲୁସ୍; ତମେ ସେମନର୍ ପାଇ କାଇ ଦୟା ମିସା କରୁସ୍ ନାଇଁ ; ତମେ ବଡ୍ ଲକ୍ମନର୍ ଉପ୍ରେ ତମର୍ ଜୁଆଡିର୍ ବଜ୍କେ ତାକର୍ କନ୍ଦ୍ ଉପ୍ରେ ସଙ୍ଗଇ ଦେଲୁସ୍ । 7ଆରି, ତମେ କଇଲାସ୍, ଆମେ ସବୁବେଲର୍ ପାଇଁ ସାସନ୍ କର୍ବା ରାନି ଅଇ କରି ରଉଁ; ସେଟାର୍ପାଇଁ ତମେ ଏ ସବୁଜାକ ବିସଇରେ ମନ୍ଦିଆନ୍ ଦିଆସ୍ନାଇଁ , କି ତେଇର୍ ସାରାସାରିର୍ ଦୁକ୍କେ ମନେ ଏତାଉସ୍ ନାଇଁ। 8ତେବର୍ପାଇଁ ଏ ସୁକେ ରଇବା ଡାଙ୍ଗ୍ଡି , ଏବେ ଏ କାତାକେ ନିକକରି ସୁନ୍ , ତମେ ନ ଡର୍ତେ ବାସା ଅଇକରି ମନେମନେ କଇଲାସ୍ନି , ଆମେ ଆଚୁ, ଆମ୍କେ ଚାଡି ଦେଲେ ଆରି କେମିସା ନାଇଁ ; ଆମେ ରାଣ୍ଡିମାଇଜି ପାରା ବସିକରି ନ ରଉଁ, କି ପିଲାଟକି ମନର୍ ବିସୟ୍ରେ ନାଜାନୁ । 9ମାତର୍ ପିଲାଟକି ମନ୍ ଆରି ରାଣ୍ଡି ମାଇଜି ଏ ଦୁଇ ଲକ୍ ଗଟେକ୍ ସମଏଁ , ଗଟେକ୍ ଦିନେ ତମର୍ପାଇଁ ଏ ସବୁଜାକ ଗଟ୍ସି ; ପାଞ୍ଜି ଦେକୁମନ୍ ଆରି ଜାଦୁବିଦିଆ କରୁମନ୍ ସୁନ୍ଦର୍ ରଇଲେ ମିସା , ସେ ଦୁଇ ଲକର୍ପାଇଁ ପୁରାପୁରୁନ୍ ବାବ୍ରେ ଦୁକର୍ ଦିନ୍ ଗଟ୍ସି । 10କାଇକେ ବଇଲେ ତମେ ତମର୍ କାରାପ୍ କାମ୍ଟାନେ ଆସା କରି ଆଚାସ୍ ; ତମେ କଇ ଆଚାସ୍ , କେନ ଆମ୍କେ ଦେକେ ନାଇଁ , ତମର୍ ବୁଦି ଗିଆନ୍କେ କାରାପ୍ ବାଟେ ନେଇ ଆଚାସ୍ ; ଆରି ତମେ ତମର୍ ମନେ ମନେ କଇ ଆଚାସ୍ , ଆମେ ଆଚୁ, ଆମ୍କେ ଚାଡିଦେଲେ ଆରି କେ ନାଇନି ; 11ତେବର୍ ପାଇଁ ତମର୍ ପାଇଁ ବିପଦ୍ ଗଟ୍ସି , ତମେ ସେଟା ଆଇବାଟାକେ ଜାନି ନାପାରାସ୍ ; ଆରି ତମର୍ ଉପ୍ରେ ବିପଦ୍ ପଡ୍ସି ତମେ ସେଟାକେ ଦୁର୍କରି ନାପାରାସ୍ ; ଆରି, ଜନ୍ଟାକେ ତମେ ଜାନି ନାପାରାସ୍ , ସେ ରକାମ୍ ବିପଦ୍ ଅଟାତ୍ ଆସିକରି ତମର୍ ଉପ୍ରେ ଗଟ୍ସି । 12ତମେ ପିଲାବେଲେ ଅନି ନିଜର୍ ଜନ୍ କାରାପ୍ ଆରି ପାଞ୍ଜି ଦେକ୍ବାଟା ଆରି ଜାଦୁବିଦିଆ କାମ୍ କରି ଆସି ଆଚାସ୍, ଏବେ ସେଟାକେ ନିକକରି ଦେକା । କେଜାନେ ଅଇଲେ ଅଇପାର୍ସି ତମେ କଲାକାମର୍ ବୁତି ପାଇ ପାର୍ସା , କେଜାନେ ଅଇଲେ ଅଇରଇସି ତମେ ଜିତ୍ଲେ ଜିତି ପାରାସ୍ ମିସା। 13ତମେ ନିଜ୍କେ ବେସି ଜଜ୍ନା କରି ତାକିଜାଇ ଆଚାସ୍ ; ପାଞ୍ଜିଦେକୁମନ୍ , ତିତି ଦେକୁମନ୍ ଟିଆ ଉଆ ଆରି ତମର୍ ଲାଗି ଜନ୍ ଜନ୍ଟା ଗଟ୍ସି , ତେଇ ଅନି ନିଜ୍କେ ରକିଆ କରା । 14ଦେକା ସେମନ୍ କାଚ୍ରା ପାରା ଅଇବାଇ ; ଜଇ ସେମନ୍କେ କୁରୁପ୍ ନାସ୍ କରି ଦେଇସି ; ସେମନ୍ ଲାଗ୍ତେ ରଇବା ଜଇଟାନେ ଅନି ନିଜ୍କେ ରକିଆ କରି ନାପାରତ୍ । ସେଟା ଉସୁମ୍ ପାନି ପାରା ନାଇଁ କି ବସିକରି ଚେକ୍ବା ଜଇପାରା ନାଇଁ । 15ଜନ୍ ଜନ୍ ବିସଇରେ ତମେ ବେସି କସ୍ଟ କରି ରଇଲାସ୍, ସେ ସବୁଜାକ ତମର୍ପାଇଁ ଏ ରକାମ୍ ଅଇସି , ତମର୍ ଦାଙ୍ଗ୍ଡା ବଇସେ ଅନି ଜନ୍ ଲକ୍ମନ୍ ତମର୍ ସଙ୍ଗେ ଗେନାବିକା କାଲାଇନି ସେମନର୍ ସବୁ ଲକ୍ ଏନେତେନେ ବୁଲି ବୁଲି କରି ନିଜର୍ ନିଜର୍ ଜାଗାଇ ଜିବାଇ, ମାତର୍ ତମ୍କେ ଉଦାର୍ କର୍ବାକେ ଆରି କେ ନ ରଅତ୍ନି ।


