ସାଆସ୍ ଦାରିକରି ପାର୍ତନା କରା
7ଏ ମର୍ ବାଇବଇନିମନ୍, ମାପ୍ରୁ ଆରିତରେକ୍ ଆଇବାଜାକ ମୁର୍ଚିକରି ରୁଆ । ଚାସିମନର୍ ବିସଇ ଚିନ୍ତାକରିଦେକା, ତାକର୍ ଜମିଅନି ନିକ ପସଲ୍ ମିଲ୍ବା ଜାକ ସେମନ୍ ଜାଗିକରି ରଇବାଇ । ଜେନ୍ତିକି ମାଟିବିଜାଇବାକେ ପର୍ତୁମର୍ ବରିସା ଆରି ନିଙ୍ଗ୍ବାପାଚ୍ବା ବେଲର୍ ସାରାସାରି ବର୍ସାକେ ମୁର୍ଚିକରି ଜାଗି ରଇବାଇ । 8ସେ ରକାମ୍ ତମେମନ୍ ମିସା ମୁର୍ଚି ଜାଗିରୁଆ । ତମର୍ ମନ୍ ଡାଁଟ୍କରି ରୁଆ, କାଇକେବଇଲେ ମାପ୍ରୁ ଆଇବା ଦିନ୍ ଲଗେ କେଟିଆଇଲାନି ।
9ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ ଦସ୍ ଦାରାଦାରି ଉଆ ନାଇ । ସେନ୍ତିଆଲେ ମାପ୍ରୁ ତମ୍କେ ବିଚାର୍ ନ କରେ । ଦେକା ବଡ୍ ବିଚାର୍କାରିଆ ଲଗେ ଆଚେ । 10ମର୍ ବାଇବଇନିମନ୍, ଜନ୍ ବବିସତ୍ବକ୍ତାମନ୍ ମାପ୍ରୁର୍ ନାଉଁ ଦାରି କାତାଦେଇ ରଇଲାଇ, ସେମନ୍କେ ଏତାଆ । ଦୁକ୍କସ୍ଟ ଆଇଲାବେଲେ । ସେମନ୍ ମୁର୍ଚିକରି ରଇଲାଇ । ତମେମିସା ସେନ୍ତାରି ଅଇକରି ମନେ ଏତାଆ । 11ସେମନ୍ ମୁର୍ଚିକରି ରଇଲାର୍ପାଇ ବଲି କେଡେକରମର୍ ଲକ୍ ବଲି କଇଲୁନି । ସେନ୍ତାରିସେ ଆୟୁବ୍ ବେସି ଦିନ୍ଜାକ ମୁର୍ଚିକରି ରଇଲାଟା ତମେ ସୁନି ଆଚାସ୍ । ସାରାସାରି ପଚେ ମାପ୍ରୁ ଜନ୍ରକାମ୍ ତାକେ ବାଉଡାଇଦେଲାଟା ଜାନିଆଚାସ୍ । କାଇକେ ବଇଲେ ଆମର୍ ମାପ୍ରୁ ଦୟାକର୍ସି ଆରି ପୁରାପୁରୁନ୍ କଲିକରମ୍ ଦେକ୍ବା ମାପ୍ରୁ ।
12ଏ ମର୍ ବାଇବଇନିମନ୍, ତମେ କାତା ଦେଲା ବେଲେ ରାନ୍ ନିୟମ୍ ପାକାଆ ନାଇ । ସରଗର୍ କି ଏ ଜଗତର୍ ନାଉଁ ଦାରିକରି କାଇ ବିସଇ ରାନ୍ ପାକାଆ ନାଇ । ତମର୍ ଅଇବା କାତାଆଲେ “ ଉଁ ” ଆରି, ନ ଅଇବା କାତା ଆଲେ “ ନାଇ ” ବଲିକୁଆ । ସେନ୍ତାର୍ ରଇଲେ, ତମେ ପର୍ମେସରର୍ ବିଚାର୍ନାଟାନେ ଡଣ୍ତ୍ ନ ପାଆସ୍ ।
13ତମର୍ ବିତ୍ରେ କେ ଜଦି ଦୁକ୍ ଜଞ୍ଜାଲେ ରଇଲେ, ସେ ପାର୍ତନା କର । କେ ଜଦି ସାର୍ଦାସଙ୍ଗ୍ ଆଚେ ବଇଲେ, ସେ ପର୍ମେସରର୍ ଡାକ୍ପୁଟାର୍ ଗିତ୍ ଗାଅ । 14କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ । 15ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା । 16ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି । 17ଏଲିଅର୍ ବିସଇ ବାବିଦେକା, ସେ ମିସା ଆମର୍ ପାରାସେ ରଇଲା । ପୁର୍ବେ ଇସ୍ରାଏଲ୍ ଦେସେ ପାନି ନ ମାର ବଲି ସେ ମନ୍ଦିଆନ୍ ଦେଇ ପାର୍ତନା କର୍ତେରଇଲା । ସେଟାର୍ପାଇଁ ସେ ଦେସେ ତିନ୍ ବରସ୍ ଚ ମାସ୍ ଜାକ ପାନି ମାରେ ନାଇ । 18ଆରି ତରେକ୍ ପାନି ମାର ବଲି ପାର୍ତନା କଲାକେ ବାଦ୍ଲେଅନି ପାନି ମାର୍ଲା । ତେବର୍ପାଇ ଜମିଟାନେ ତାସ୍ ଅଇଲା ।
19ଏ ମର୍ ବାଇବଇନିମନ୍ ତମର୍ ବିତ୍ରେ ଜଦି କେ ସତ୍ ବାଟ୍ ଚାଡିକରି ବିନ୍ ବିନ୍ ବାଟେ ଗାଲେ, ତାକେ କେ ଆଲେ ଜାଇ ବାଉଡାଇ ଆନ୍ଲେ, 20ଏତାଇରୁଆଜେ, କେ ଜଦି, ଗଟେକ୍ ପାପିକେ ବୁଲ୍ବାଟେଅନି ବାଉଡାଇ ଆନ୍ସି, ସେ ତାକେ ମରନେଅନି ରକିଆ କର୍ସି । ଆରି ସେ ଲକର୍ ଜବର୍ ପାପ୍ ରଇଲେ ମିସା ତାକେ କେମା ଅଇସି ।


