ଜିସୁର୍ ଅଦିକାର୍ ବିସଇ ପାଚାର୍ବାଟା
(ମାର୍କ ୧୧:୨୭-୩୩; ଲୁକ୍ ୨୦:୧-୮)
23ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ତାକେ ପାଚାର୍ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍ କଲୁସ୍ନି ? ତକେ ଏ ଅଦିକାର୍ କେ ଦେଲା ?”
24ଜିସୁ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି । ତାର୍ ଉତର୍ ଦେଇ ପାର୍ଲେ ମୁଇ କାଇ ଅଦିକାର୍ରେ ଏ ସବୁ କାମ୍ କଲିନି, ତମ୍କେ କଇଦେବି । 25ଜଅନ୍ ଡୁବନ୍ ଦେବା ଅଦିକାର୍ କାର୍ଟାନେଅନି ମିଲାଇ ରଇଲା ? ସର୍ଗେଅନି କି ମୁନୁସ୍ ମନର୍ଟାନେଅନି ?”
ସେମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ “ଏ ବିସଇ ନେଇ କାଇବଲି କଉଁ ? ଜଦି ପର୍ମେସରର୍ ଟାନେଅନି ବଲି କଇଲେ, ତେବେ ସେ ଆମ୍କେ ‘ଜଅନ୍କେ କାଇକେ ବିସ୍ବାସ୍ କରାସ୍ ନାଇ ?’ ବଲି କଇସି । 26ଜଦି ଲକ୍ମନର୍ ଟାନେଅନି ବଲି କଇଲେ, ତେବେ ଲକ୍ମନ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।” 27ସେଟାର୍ପାଇଁ ସେମନ୍ ଜିସୁକେ କଇଲାଇ, “ଆମେ ନାଜାନୁ ।”
ଜିସୁ ସେମନ୍କେ କଇଲା, “କନ୍ ଅଦିକାରେ ଏ ସବୁ କଲିନି ସେଟା ମୁଇ ମିସା ତମ୍କେ ନ କଇ ।”


