ଜିରୁସାଲାମର୍ ପାଇ ଜିସୁର୍ ଆଲାଦ୍
(ଲୁକ୍ ୧୩:୩୪-୩୫)
37ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ । 38ସେଟାର୍ ପାଇ ତର୍ ମନ୍ଦିର୍ ବାଙ୍ଗିରୁଜି ଚିନ୍ବିନ୍ ଅଇଜାଇସି । 39ମାତର୍ ମୁଇ କଇଲା କାତା ରଇସି, ମାପ୍ରୁର୍ ନାଉଁ ଦାରି ଜେ ଆଇଲାନି, ସେ କେଡେ କରମର୍ ଲକ୍ ବଲି ଏଟା ଜେବେ ଜାକ ନ କୁଆସ୍, ଆଜିଅନି ଆରି କେବେ ମକେ ଦେକି ନାପାରାସ୍ ।


