ଜିଉଦାର୍ ମରନ୍
(ପେରିତ୍ ୧:୧୮-୧୯)
3ଜେଡେବେଲେ ବିସ୍ବାସେ ବିସ୍ ଦେଉ ଜିଉଦା ଜିସୁକେ ମରନର୍ ଡଣ୍ଡ୍ ଆଦେସ୍ ଅଇଲା ଆଚେ ବଲି ସୁନ୍ଲା, ସେ ଦୁକ୍ ଅଇ ଏତାଇଲା ଆରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍କେ ତିରିସ୍ଟା ରୁପାଟାଙ୍ଗା ବାଉଡାଇଦେଇ କଇଲା, 4“ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।” ସେମନ୍ କଇଲାଇ, “ତେଇ ଆମର୍ କାଇଟା ଆଚେ ? ସେଟା ତର୍ ନିଜର୍ କାତା ।” 5ଜିଉଦା ସେମନ୍ ଦେଇରଇବା ରୁପାଟାଙ୍ଗା ମନ୍ଦିର୍ ବିତ୍ରେ ପିଙ୍ଗିଦେଇ ଉଟିଗାଲା । ତାର୍ପଚେ ସେ ଜାଇକରି ଗାଲାଇ ଡର୍ ବାନ୍ଦି ଉଚ୍କିଅଇ ମରିଗାଲା ।
6ମୁକିଅ ପୁଜାରିମନ୍ ଜିଉଦା ପିଙ୍ଗି ରଇଲା ରୁପାଟାଙ୍ଗାମନ୍ ଟୁଲିଆଇ କଇଲା, “ଏଟା ବନିର୍ ମୁଲିଅ, ଏଟା ମନ୍ଦିରର୍ ଦାନ୍ଦେବା ଜାଗାଇ ସଙ୍ଗଇବାଟା ନିୟମ୍ ବିରୁଦର୍ କାମ୍ ।” 7ସେ ଡାବୁ କେନ୍ତାରି କର୍ଚ କରିଅଇସି, ଏ ବିସଇର୍ କାତାବାର୍ତା ଅଇ କୁମାର୍କେତ୍ ନାଉଁର୍ କଣ୍ଡେକ୍ ଜମି ଗେନ୍ଲାଇ । ଏଟା ବିନ୍ ଦେସର୍ ମଲା ଲକ୍ମନର୍ ପାଇ କବର୍ ଦେବା ଜାଗା ଅଇଲା । 8ତେବର୍ ପାଇ ଆଜିକେ ଜାକ ସେ ଜାଗାକେ ବନିର୍ ଜାଗାବଲିକରି କଇଲାଇନି । 9ଏ ବିସଇ ନେଇକରି ଜିରିମିୟ ବବିସତ୍ବକ୍ତା ଜେନ୍ତି କଇରଇଲା, ସେଟା ପୁରାପୁରୁନ୍ ଅଇଲା । ଜନ୍ଟା ତିରିସ୍ ଟାଙ୍ଗାକେ ବିକ୍ବାକେ ଇସ୍ରାଏଲର୍ ପିଲାମନ୍ ରାଜି କରିରଇଲାଇ ସେଟା ନେଲାଇ । 10ଆରି ତିରିସ୍ଟା ଅଦ୍ଲି ଡାବୁ ନେଇ ସେମନ୍ କୁମାର୍ କେତ୍ ଗେନ୍ଲାଇ । ଏଟା କର୍ବାକେ ମକେ ମାପ୍ରୁ ଆଦେସ୍ ଦେଇରଇଲା ।


