ନୁନ୍ ଆରି ଉଜଲ୍
(ମାର୍କ ୯:୫୦; ଲୁକ୍ ୧୪:୩୪-୩୫)
13“ତମେ ସବୁ ମୁନୁସ୍ ଜାତିର୍ପାଇ ନୁନ୍ ପାରା । ମାତର୍ ନୁନ୍ ଜଦି ସୁଆଦ୍ ଆରାଇସି, ତେବେ ସେଟା କେନ୍ତି କରିଆ ଅଇସି ? ସେଟା ଆରି କାଇ କାମେ ନ ଆସେ, ତେବେ ତାକେ ବାଇରେ ପିଙ୍ଗି ଦେବାଇ ଆରି ସେଟା ଲକ୍ମନ୍ ମାଣ୍ଡି ପାକାଇବାଇ ।”
14ତମେ ଗୁଲାଇ ଜଗତର୍ ପାଇ ଉଜଲ୍ ପାରା । ଜନ୍ ଗଡ୍ ଡଙ୍ଗର୍ ଉପ୍ରେ ତିଆର୍ ଅଇଲାଆଚେ, ସେଟା କେବେ ମିସା ଲୁଚି ରଇ ନାପାରେ । 15କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍ । ସେଟା ବତିକୁଦ୍ରା ଉପ୍ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍କେ ଉଜଲ୍ ଦେଇସି । 16ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।


