ମସନ୍ ଜାଗୁଆଲ୍ମନ୍
62ତାର୍ ଆର୍କର୍ ଦିନର୍ ବିସ୍ରାମ୍ବାରେ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପିଲାତ୍କେ ବେଟ୍ଅଇ କଇଲାଇ, 63“ଆଗିଆଁ, ସେ ବେସି ମିଚୁଆଟା । ବଁଚିରଇଲାବେଲେ ‘ମୁଇ ତିନ୍ଦିନ୍ ପଚେ ଆରିତରେକ୍ ଉଟ୍ବି’ ବଲି କଇତେ ରଇଲା । ଏଟା ଆମର୍ ମନେ ଆଚେ । 64ତେବର୍ ପାଇ ତିନ୍ ଦିନ୍ ଜାକ ତାକେ କବର୍ ଦେଲାଟାନେ ଜାଗୁଆଲ୍ ଦାର୍ବାକେ ଆଦେସ୍ ଦିଆସ୍ । ସେନ୍ତି କଲେ ତାର୍ ସିସ୍ମନ୍ ତାର୍ ଗାଗଡ୍ ଚରାଇନେଇ ସେ ଜିବନ୍ ଅଇକରି ମଲାତେଇଅନି ଉଟ୍ଲା ବଲି କଇନାପାରତ୍ ।” ସେମନର୍ ଏନ୍ତାରି ମିଚ୍ କାତା ଜାନାଇବାଟା ସବୁର୍ଟାନେଅନି ଅଦିକ୍ କେତି ଅଇସି ।
65ପିଲାତ୍ କଇଲା, “ଗଟେକ୍ ଦଲ୍ ଜାଗୁଆଲ୍ମନ୍କେ ନିଆ ଆରି ତାକେ କବର୍ ଦେଲାଟାନେ କାଇଟା ନ ପୁର୍ଲା ପାରା ଜାଗାଆ ।”
66ସେମନ୍ ଜାଇକରି ଜିସୁକେ କବର୍ ଦେଲାଟାନେ ଜାଗ୍ବାକେ ସନିଅମନ୍ ଟିକ୍ କଲାଇ । କବର୍ ମୁଆଟେ ଡାବି ରଇବା ପାକ୍ନା ଉପ୍ରେ ସିଲ୍ମାରି ଜାଗୁଆଲ୍ମନ୍କେ ଜାଗାଇଲାଇ ।


