ଚାଡାମେଲା ବିସଇ ନେଇ ସିକିଆ
(ମାତିଉ ୧୯:୯; ମାର୍କ ୧୦:୧୧,୧୨; ଲୁକ୍ ୧୬:୧୮)
31“ଜଦି କେ ମିସା ନିଜର୍ ମାଇଜିକେ ଚାଡିଦେବାକେ ମନ୍ କଲାନି, ସେ ତାକେ ରାଜିନାମା ପତର୍ ଲେକି ଚାଡିଦେଅ । ଏ ସିକିଆ ତମେ ଆଗ୍ତୁ ପାଇଆଚାସ୍ । 32ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।”


